ଇଂରାଜୀ ଭାଷାରେ କଥନଟିଏ ଅଛି – “ଫେସ ଇଜ ଦି ଇଣ୍ଡେକ୍ସ ଅଫ ମାଇଣ୍ଡ”, ଅର୍ଥାତ ମୁହଁରେ ପ୍ରତିବିମ୍ବିତ ହୋଇଥାଏ ମାନସିକତା । ଆଉ ଓଠ ହେଉଛି ମୁହଁର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ସ୍ପର୍ଶକାତର ଅଙ୍ଗ । ମୁହଁରୁ ଯେମିତି ଜାଣିହୁଏ – ମାନସିକତା, ଠିକ ସେମିତି ଓଠରୁ ପଡିହୁଏ ଜଣକର ସ୍ୱଭାବ, ଚରିତ୍ର ଓ ଆଦବକାଇଦା । ଓଠ କେବଳ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ, ଏହା ବ୍ୟକ୍ତିର ମନୋଭାବ ବ୍ୟକ୍ତି କରିବା ସହିତ ଅନେକ ଅକୁହାକଥା ବି ପ୍ରକାଶ କରିଦିଏ । ସେତିକି ନୁହେଁ ଓଠର ଆକାରକୁ ଦେଖି ଜଣା ପଡିଯାଏ ମଣିଷର ସ୍ୱାଭାବ କେମିତି । ଇଂଲଣ୍ଡର ଲୁଇସବେଲ ୟୁନିଭୂସିଟିର ବୈଜ୍ଞାନିକମାନେ ଓଠ ଉପରେ ଅନେକବର୍ଷ ଧରି ଗବେଷଣା କରିଛନ୍ତି । ସେମାନଙ୍କ ମତରେ, ନରମ ଗୋଲାପୀ ଓଠର କୌଣସି ତୁଳନା ନାହିଁ । ଏଥିରେ ଚେହେରାର ଆକର୍ଷଣ କାହିଁ କେତେଗୁଣ ବଢ଼ିଯାଏ । ଭାବବ୍ୟକ୍ତ କରିବାରେ ଓଠ ସବୁଠାରେ ଭଲ ମାଧ୍ୟମ । ଯଦି କୌଣସି ବ୍ୟକ୍ତି ଆପଣଙ୍କୁ ଦେଖି ସତରେ ଖୁସି ଅନୁଭବ କରୁଛି ସେତେବେଳେ ତା’ଓଠାରେ ଆକାର ବଢ଼ିବା ସହିତ ଓଠ ଅଧିକ ଲାଲ ହୋଇଯାଏ । ଯେତେବେଳେ ଆପଣ ଖୁସି ଥାନ୍ତି ଓଠର ଓସାର ବଢ଼ିଯାଏ ଆଉ ରାଗିଲେ ଏହା ଥରିଉଠେ । ପୁଣି ଯେତେବେଳେ କାହାକୁ ଈର୍ଷା କରନ୍ତି ଓଠ ସଙ୍କୁଚିତ ହୋଇଯାଏ ଓ ଆଶ୍ଚର୍ଯ୍ୟ ହୋଇଗଲେ ଓଠ ଖୋଲିଯାଏ । ଯେତେବେଳେ ସ୍ୱାମୀ ବା ପ୍ରେମିକଙ୍କ ପ୍ରେମରେ ଲାଜେଇ ଯାନ୍ତି, ଓଠ ନରମ ହୋଇଟାଏ । ଏସବୁ ଉପରେ ରହିଲା ହସର ଯାଦୁ, ଯାହା ଅନ୍ୟକୁ ଗୋଟିଏ ମୁହୂର୍ତ୍ତରେ ବଶ କରିଦିଏ । ଠିକ ସେମିତି ଓଠର ପ୍ରକାର ଭେଦରୁ ଜାରିହୁଏ କିଏ କିପରି ପ୍ରକୃତିର । ଯେଉଁ ମହିଳାଙ୍କର ଉପର ଓଠ ଧନୁ ଆକାରର ଆଉ ତଳ ଓଠ ମୋଟା, ସେମାନେ ଖୁବ ସ୍ୱାଭିମାନୀ ହୋଇଥାନ୍ତି । ଯଦି ଓପର ଓଠ ଧନୁ ଆକାରର ହୋଇ ତଳ ଓଠ ଓହଳିବା ପରି ରହିଥାଏ, ତାହାଲେ ଏହାର ଅର୍ଥ ସେ ମହିଳା ଦୟାଳୁ ସ୍ୱଭାବର ହୋଇଥାନ୍ତି । ଯାହାର ଓଠ ମୋଟା ଆଉ ସବୁବେଳେ ଖୋଲି ରହିଥାଏ, ସେମାନେ ଖୁବ କ୍ରୋଧୀ ହୋଇଥାନ୍ତି । ଯାହାର ଓଠ ଓହଳିକି ରହିଥାଏ ସେ ଖୁବ ଆତ୍ମପ୍ରଶଂସକ ହୋଇଥାନ୍ତି । ଯେଉଁ ମହିଳାଙ୍କ ଓଠ ହସିବା ସମୟରେ ଉପରକୁ ଉଠିଯାଏ, ସେମାନେ ଖୁସିବାସିଆ । ତେବେ ଯେଉଁମହିଳାଙ୍କ ଓଠ ଖୁବ ସରୁ ସେମାନେ ଅତ୍ୟଧିକ ଚତୁର । ଯେଉଁମାନେ କଥା କହିବା ସମୟରେ ଓଠ ଦେଢ଼ା କରି କଥା କୁହନ୍ତି ସେମାନଙ୍କ ସ୍ୱଭାବ ଖୁବ ଅଶ୍ଳୀଳ ତଥା ଅଖାଡୁଆ ହୋଇଥାଏ । ସେକ୍ସି ଓଠକୁ ସୌନ୍ଦର୍ଯ୍ୟର ଏକ ମୁଖ୍ୟ ଅଂଶ ଭାବରେ ଧରାଯାଏ । ବହୁତ କିଛି କହିଦିଏ ଏହି ଓଠ । କିନ୍ତୁ ଯଦି ଏହି ଓଠ ଧୀରେ ଧୀରେ ସରୁ ହୋଇଯାଏ ବା ଏଥିରେ କୌଣସି ବିକୃତି ଆସିଯାଏ ତାହାଲେ ତା’ର ଆକର୍ଷଣ କମିଯାଏ । ତେଣୁ ଓଠକୁ ସବୁବେଳେ ଆକର୍ଷଣୀୟ ରତ୍କବାକୁ ହେଲେ ଏହାକୁ ଆଦୌ ଅବହେଳା କରନ୍ତୁ ନାହିଁ । କସମେଟିକ ସର୍ଜରୀ ସାହାଯ୍ୟରେ ଆକର୍ଷଣ ହରାଇ ବସିଥିବା ଓଠକୁ ସେକ୍ସି, ସୁନ୍ଦର ଆଉ ଆକର୍ଷଣୀୟ କରିପାରନ୍ତି । ଏହା ସାହାଯ୍ୟରେ ଅବିକଶିତ ଓଠକୁ ମଧ୍ୟ ପୂର୍ଣ୍ଣ ଆକାର ଦିଆଯାଇପାରିବ । ବୟସ ବଢ଼ିବା ସହିତ ମାଂସପେଶୀ ଢିଲା ହୋଇଯାଏ, ଯାହା ଫଳରେ ଓଠ ପତଳା ହୋଇ ତା’ର ଚମକ ହରେଇ ବସେ । ଏପରି ଓଠକୁ ଉନ୍ନତ ଓ ସୁଢ଼ଳ ରଖବବା ପାଇଁ ବସା ଇଞ୍ଜେକସନ ଦେବାକୁ ହୁଏ । ଅନାସ୍ଥେସିଆ ଦେବାପରେ ମାତ୍ର ଅଧଘଣ୍ଟାରେ ଏ କାମ ସରିଥାଏ । କିଛି ସମୟ ମଧ୍ୟରେ ଓଠ ଖୁବ ଆକର୍ଷଣୀୟ ଆଉ ପ୍ରାକୃତିକ ଲାଗେ । ବସା ଇଞ୍ଜେକସନକୁ କାଲେଡେନ କରୁହନ୍ତି । ଆମ ଶରୀର ଧୀରେ ଧୀରେ ଏହାକୁ ଶୋଷିଦିଏ । ହଲିଉଡ ତଥା ବଲିଉଡର ଅନେକ ଅଭିନେତ୍ରୀ ଏହି ଉପାୟରେ ସେମାନଙ୍କୁ ଓଠକୁ ଆକର୍ଷଣୀୟ କରିଛନ୍ତି । କୋଲେଜେନ ବ୍ୟତୀତ ଡର୍ମାଲୋଜେନର ମଧ୍ୟ ବ୍ୟବହାର କରାଯାଏ । କୋଲେଜନ ଗାଈ ତ୍ୱଚା ଓ ଡର୍ମାଲୋଜନ ମଣିଷ ତ୍ୱଚାରୁ ତିଆରି ହୋଇଥାଏ । କୋଲେଜନକୁ ଓଠ ସହିତ ଇଂଜେକ୍ଟ କରିବା ପୂର୍ବରୁ କୌଣସି ପରୀକ୍ଷାର ଆବଶ୍ୟକତା ପଡେ ନାହିଁ । ଏହାଛଡା ଅଟୋଲୋଜେନର ମଧ୍ୟ ବ୍ୟବହାର କରାଯାଏ, ଯାହାର ପ୍ରସ୍ତୁତି ସେହି ବ୍ୟକ୍ତିର ତ୍ୱଚାକୁ କରାଯାଏ, ଯାହା ଓଠାରେ ଏହା ଇଂଜେକ୍ଟ କରାହୁଏ । ଏହି ତିନୋଟି ପଦ୍ଧତି ମଧ୍ୟରୁ ଏଇଟା ହିଁ ସବୁଠାରୁ ଅଧିକ ସୁରକ୍ଷିତ ।ଗ୍ରାଫଟିଂ କରି ମଧ୍ୟ ଓଠକୁ ଆକର୍ଷଣୀୟ କରି ହେବ । ଏଥିରେ ଏଲୋଡର୍ମ ନାମକ ପଦାର୍ଥକୁ ଗୋଲ କରି ଓଠକୁ ଚିରି ତା ଭିତରେ ରଖି ଷ୍ଟିଚ କରିଦିଆଯାଏ । କିନ୍ତୁ ଓଠକୁ ଆକର୍ଷଣୀୟ କରିବା ପାଇଁ କୌଣସି ଯୋଗ୍ୟ କସମେଟିକ ସର୍ଜନଙ୍କ ପାଖରେ ଚିକିତ୍ସା କରିବା ଦରକାର । ହଁ, ଏକଥା ସତ ଯେ, ପ୍ରାକୃତିକ ଓଠର ପରିବର୍ତ୍ତନ କରିବା ତ କଷ୍ଟ । କିନ୍ତୁ ଏପରି ପ୍ରୟୋଗ ଦ୍ୱାରା ଏହାକୁ ଅଧିକ ସୁନ୍ଦର ତଥା ଆକର୍ଷଣୀୟ କରିହେବ ।
‘ଓଠ’ କୁ ଆକର୍ଷଣୀୟ କରାଇବାର ସହଜ ଉପାୟ
ନାରୀର ସୌନ୍ଦର୍ଯ୍ୟରେ ଓଠର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ମାତ୍ର ଓଠକୁ ଆକର୍ଷଣୀୟ କରାଇବାର କଳା ସମସ୍ତଙ୍କୁ ଜଣା ନଥାଏ । ଯଦି ନିମ୍ନୋକ୍ତ ବିଷୟ ପ୍ରତି ନଜର ଦିଅନ୍ତି ତେବେ ଆପଣ ନିଜର ଓଠକୁ ସହଜରେ ଆକର୍ଷଣୀୟ କରାଇ ପାରିବେ ।
ଯଦି ଆପଣଙ୍କ ଓଠ ମୋଟା ହୋଇଥାଏ ତେବେ ହାଲକା ଉଜ୍ଜ୍ୱଳ ଲିପ ଲାଇନର ବ୍ୟବହାର କରନ୍ତୁ । ଗାଢ଼ ଲିପ ଲାଇନର ବ୍ୟବହାର କଲେ ଓଠ ଅଧିକ ଚଉଡା ଲାଗିଥାଏ ।
ପତଳା ଓଠ ପାଇଁ ଅଳ୍ପ ପରିମାଣ ଲିପ ଲାଇନର ବ୍ୟବହାର କରନ୍ତୁ । ଓଠର ଦୁଇ କୋଣରେ ହାଲକା ଲିପ ଲାଇନର ବ୍ୟବହାର କଲେ ସୁନ୍ଦର ଦିଶେ । ମାତ୍ର ଲିପ ଲାଇନର ଓ ଲିପିଷ୍ଟିକ ଯେପରି ଏକା ରଂଗ ହୋଇଥି ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ଯଦି ଆପଣଙ୍କ ଓଠ ସାଇଜ ନଥାଏ ଅର୍ଥାତ ଗୋଟିଏ ଛୋଟ ଆଉ ଗୋଟିଏ ବଡ଼ ଥାଏ ତେବେ ଏ ସ୍ଥଳରେ ଛୋଟ ଓଠ ଉପରେ ଲିପିଷ୍ଟିକ ଲଗାଇବା ପରେ ଲିପ ଗ୍ଲାସ ଲଗାନ୍ତୁ । ଏହା କଲେ ଆପଣ ଛୋଟ ଓଠରେ ଲିପ ବ୍ରସରେ ଲିପଷ୍ଟିକ ଲଗାଇବାକୁ ପଡିବ । ଯଦି ଲିପିଷ୍ଟିକ ଲଗାଇବାର କିଛି ଘଣ୍ଟା ପରେ ଝାଳ ବାହାରିଯାଏ ତେବେ ଏ ସ୍ଥଳରେ ଲିପିଷ୍ଟିକ କିଭଳି ବ୍ୟବହାର କରିଲେ ଏହା ଅଧିକ ସମୟ ରହିବ ସେ ସଂପର୍କରେ ଜାଣିବା ଲାଗି ନିମ୍ନଲିଖିତ ବିଷୟ ପ୍ରତି ନଜର ଦିଅନ୍ତୁ ।
-:ଟିପ୍ସ:-
ଏକ ଅୟେଲି (ତେଲିଆ) କ୍ରିମକୁ ଓଠରେ ଲଗାଇ ୧୦ ମିନିଟ ରଖନ୍ତୁ । ଏହା ପରେ ତୁଳା ବା ସ୍ପଞ୍ଜକୁ ପାଣିରେ ଭିଜାଇ ଚିପୁଡି ଓଠ ସଫା କରନ୍ତୁ । ଓଦା ସ୍ପଞ୍ଜରେ ଓଠରେ ଫାଉଣ୍ଡେସନ କ୍ରିମ ଲଗାନ୍ତୁ ।
ଣ୍ଟ୍ରାଶଲ୍ୟୁସେଣ୍ଟ ପାଉଡର ଓଠରେ ଲଗାନ୍ତୁ ।
ଏହା ପରେ ତଳ ଓ ଉପର ଓଠରେ ଲିପ ଲାଇନର ଓଠର ଆକୃତିକୁ ଚାହିଁ ବ୍ୟବହାର କରନ୍ତୁ ଏବଂ ଲିପ ବ୍ରଶରେ ଲିପଷ୍ଟିକ ଲଗାନ୍ତୁ ।
ଅନ୍ୟାନ୍ୟ କସମେଟିକ୍ସ ଭଳି ଲିପଷ୍ଟିକ ମଧ୍ୟ କିଛି ଦିନ ପରେ ନଷ୍ଟ ହୋଇଯାଇଥାଏ । ତେଣୁ ଲିପଷ୍ଟିକ ବ୍ୟବହାର ସମୟରେ ଯେଭଳି ଏହାର କ୍ୟାପକକୁ ବନ୍ଦ କରିବାକୁ ନ ଭୁଲନ୍ତି ।
ସୂର୍ଯ୍ୟ କିରଣ ପଡିଲେ ଲିପଷ୍ଟିକର ରଙ୍ଗ ଯଦି ଫିକା ପଡିଯାଏ, ତେଣୁ ଏଭଳି ସ୍ଥଳରେ ପ୍ରତି ୬ ମାସରେ ଆପଣ ଲିପିଷ୍ଟିକ ଓ କିପଗ୍ଲାସକୁ ନିଶ୍ଚିତ ବଦଳାଇବେ ।
ଲିପିଷ୍ଟିକକୁ ସୂର୍ଯ୍ୟକିରଣ କ୍ଷତି ପହଞ୍ଚାଇଥାଏ । ତେଣୁ ବାହାରକୁ ବାହାରିବା ସମୟରେ ଗାଢ଼ ରଙ୍ଗର ଲିପିଷ୍ଟିକ ଲଗାଇ ବାହାରନ୍ତୁ ।
ଉଭୟ ଥାଏ ଓ ଗରମ ସମୟରେ ଲିପଷ୍ଟିକଭରା ଓଠ ଶୁଖିଯିବାର ସମ୍ଭାବନା ଥାଏ । ତେଣୁ ଏ ସ୍ଥଳରେ ଚୈପଷ୍ଟିକ ବ୍ୟବହାର କରନ୍ତୁ ।





