Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ପୁ ବ୍ୟବହାର କରିବେ କେମିତି

by ସଞ୍ଜୟ ସ୍ୱାଇଁ
June 13, 2021
in Health, State
ସାମ୍ପୁ ବ୍ୟବହାର କରିବେ କେମିତି
192
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): କେଶକୁ ଅଧିକ ସୁସ୍ଥ ଓ ସୁନ୍ଦର କରିବା ପାଇଁ ପ୍ରାୟ ସମସ୍ତେ ବିଭିନ୍ନ ପ୍ରକାର ଶାମ୍ପୁର ବ୍ୟବହାର କରିଥାନ୍ତି । କିନ୍ତୁ ବେଳେବେଳେ ଭୁଲ ସାମ୍ପୁ ବ୍ୟବହାର ଯୋଗୁଁ କେଶ ସୁନ୍ଦର ହେବା ବଦଳରେ ଅଧିକ ଖରାପ ହୋଇ ଥାଏ । ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଶାମ୍ପୁ ମିଳୁଛି । ତେଣୁ ନିଜର କେଶ ପାଇଁ ଆବଶ୍ୟକ ହେଉଞଥିବା ସାମ୍ପୁ ହିଁ ବାଛନ୍ତୁ । ପ୍ଳେନ ସାମ୍ପୁଁ – ଏହି ସାମ୍ପୁକୁ ସାଧାରଣ କେଶରେ ଲଗାଯାଇ ପାରିବ । କୌଣସି ରାସାୟନିକ ଜିନିଷ ପ୍ରୟୋଗ କରାଯାଇ ନଥିବା ଡିଟରଜେଣ୍ଟ ବେସ ସାମ୍ପୁ ତେଲିଆ କେଶ ପାଇଁ ବହୁତ ଉପଯୋଗୀ । ଯଦି ଆପଣଙ୍କ କେଶ ପର୍ମ ବା ସିଧା କରିଥାନ୍ତି ବା ସୂର୍ଯ୍ୟକିରଣ ଯୋଗୁ କେଶ ବେଶି କ୍ଷତିଗ୍ରସ୍ତ ହୋଇଥାଏ ତା’ ହେଲେ ଆଦୌ ସାମ୍ପୁ ବ୍ୟବହାର କରନ୍ତୁନି । କ୍ରିମ ସାମ୍ପୁ: – କ୍ରିମ ସାମ୍ପୁ ଗାଢ଼ା ହୋଇଥାଏ । ଏହା କେବଳ କେଶକୁ ସଫା କରେ ନାହିଁ ବରଂ କଣ୍ଡିସନିଂ ବି କରେ । କ୍ରିମ ସାମ୍ପୁ ଦ୍ୱାରା କେଶ ନରମ ହୋଇଥାଏ । ଏହି ସାମ୍ପୁ ଲିକ୍ୱିଡ ଓ ସେମିସାଲିଡ ଆକାରରେ ମିଳିଥାଏ । ହାଲକା ରଙ୍ଗ ହୋଇଥିବା କେଶ ପାଇଁ ସାମ୍ପୁ: – ରାସାୟନିକ ଉପଚାର ଦ୍ୱାରା ହାଲକା ରଂଗ କରାଯାଇଥିବା ପର୍ମ କରାଯାଇଥିବା ପର୍ମ କରାଯାଇଥିବା କେଶରେ ବିଶେଷ ଭାବରେ ତିଆରି କରାଯାଇଥିବା ‘କେମିକାଲ ଟ୍ରିଟେଡ’ ସାମ୍ପୁ ବ୍ୟବହାର କରନ୍ତୁ । ସାବୁନ ବିନା ଅଏଲ ସାମ୍ପୁ: – ଏହି ସାମ୍ପୁରେ କେଶ ସଂପୂର୍ଣ୍ଣ ସଫା ହୋଇଯାଏ ଓ ଏହାଦ୍ୱାରା କେଶ ଉପରେ କୌଣସି ଖରାପ ପ୍ରଭାବ ପଡେ ନାହିଁ । ଏହା ପାଣିରେ ବହୁତ ଶୀଘ୍ର ମିଶିଯାଏ ଓ ଥରେ ଧୋଇବା ପରେ ସାମ୍ପୁ ସଂପୂର୍ଣ୍ଣ ଛାଡିଯାଏ । ରୁପି ପାଇଁ ସାମ୍ପୁ – ରୂପି ପାଇଁ ବ୍ୟବହୃତ ହେଉଥିବା ସାମ୍ପୁରେ ଔଷଧଯୁକ୍ତ ପଦାର୍ଥ ମିଶିଯାଏ । ଯେଉଁଥିରେ କିଛି ସପ୍ତାହ ପରେ ରୂପି ସଂପୂର୍ଣ୍ଣ ଭଲ ହୋଇଯାଏ । ଏହି ପ୍ରକାର ସାମ୍ପୁରେ କଣ୍ଡିସନର ବି ଠିକ ମାତ୍ରାରେ ଥାଏ । କିନ୍ତୁ ଏହି ସାମ୍ପୁକୁ ଭଲ ଭାବରେ ଧୋଇବା ଦରକାର ।

କଣ୍ଡିସନର ଲଗାଇବେ କେମିତି

କେଶକୁ ଚିକ୍କଣ ଓ ସୁନ୍ଦର କରିବା ସହିତ ଖରା, ପବନ, ଝାଳ ଓ ଡ୍ରାୟର ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର କଣ୍ଡିସନର ବ୍ୟବହାର କରିଥାନ୍ତି । ତେବେ କଣ୍ଡିସନର କିଣିବା ପୂର୍ବରୁ ଆପଣଙ୍କ କେଶ ପାଇଁ ଉପଯୁକ୍ତ ହେଉଥିବା କଣ୍ଡିସନର କିଣନ୍ତୁ ଓ କଣ୍ଡିସନରକୁ କେମିତି ବ୍ୟବହାର କରିବେ ସେ ସଂପର୍କରେ ନିମ୍ନୋକ୍ତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।
 ତେଲିଆ ବା ଶୁଷ୍କ କେଶରେ ଗାଢ଼ କଣ୍ଡିସନର ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା କେଶ ଅଧିକ ଖରାପ ହେବ ।
 ରାସାୟନିକ ପଦାର୍ଥ ଦ୍ୱାରା କ୍ଷତିଗ୍ରସ୍ତ ଓ ବେକାନ କେଶ ପାଇଁ ପ୍ରୋଟିନଯୁକ୍ତ କଣ୍ଡିସନର ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ନରମ ହେବା ସହିତ ମଜଭୁତ ବି          ହେବ । ସବୁବେଳେ ଗୋଟିଏ ପ୍ରକାର କଣ୍ଡିସନର ବ୍ୟବହାର କରନ୍ତୁ ।
 କେଶର ପରିମାଣ ଅନୁସାରେ କଣ୍ଡିସନର ପରିମାଣ ଠିକ କରନ୍ତୁ ଓ ସବୁବେଳେ ସମାନ ପରିମାଣର କଣ୍ଡିସନର ବ୍ୟବହାର କରନ୍ତୁ ।
 ଗୋଟିଏ କପ ଗରମ ପାଣିରେ ୭-୮ ଗ୍ରାମ କଣ୍ଡିସନର ପକାଇ ବୋତଲ ଉପରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ବ୍ୟବହାର କରନ୍ତୁ ।
 କଣ୍ଡିସନରକୁ ସିଧା ବୋତଲରୁ ଢ଼ାଳି ଲଗାନ୍ତୁ ନାହିଁ । ଏହାଦ୍ୱାରା କେଶ ଅଧିକ ଖରାପ ହେବ ।
 କଣ୍ଡିସନରକୁ ପତଳା କରି ଲଗାନ୍ତୁ ଓ କେଶର ମୂଳଠାରୁ ୨ ଇଞ୍ଚ ଦୂରେ ଲଗାନ୍ତୁ । ସବୁବେଳେ ମୋଟା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ।
 ମୁଣ୍ଡ ଧୋଇବା ପରେ କେଶକୁ ହଲକା ଖରାରେ ଶୁଖାନ୍ତୁ । ସୂର୍ଯ୍ୟକିରଣ ପଡିଲେ କେଶ ମୂଳ ମଜଭୁତ ହେବ ।
 କଣ୍ଡିସନର କେଶକୁ କିଛି ସମୟ ପାଇଁ ତେଲିଆ ରଖିଥାଏ । ତେଣୁ କଣ୍ଡିସନର ଲଗାଇବା ପରେ କେଶ ମୂଳକୁ ଧୋଇ ପରିଷ୍କାର ଭାବେ ସଫା କରନ୍ତୁ । ନ ହେଲେ     ଟିପ ଟିପ ଲାଗିବ । ତେବେ କେଶକୁ ସୁସ୍ଥ ସୁନ୍ଦର ରଖିବା ପାଇଁ କଣ୍ଡିସନର ନିୟମିତ ବ୍ୟବହାର କରନ୍ତୁ । ଏହା କେଶରେ ବାହ୍ୟ ଆବରଣ ପରି କାମ କରେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!