ଭୁବନେଶ୍ୱର,(ବାଘୁଆବାର୍ତ୍ତା): ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଅନ୍ଲାଇନ୍ କ୍ଲାସ୍ ଆସନ୍ତା ୨୧ ତାରିଖଠୁ ଆରମ୍ଭ ହେବ । ସାରା ରାଜ୍ୟରେ ୟୁ-ଟ୍ୟୁବ୍ରେ ଥରେ ଲାଇଭ୍ କ୍ଲାସ୍ ହେବ । ସବୁ ପିଲା ଏହି ଲାଇଭ୍ କ୍ଲାସ୍କୁ ଦେଖି ପାଠ ପଢ଼ିବେ । ପ୍ରତି ସୋମବାରରୁ ଶୁକ୍ରବାର ଯାଏ ସକାଳ ୧୦ଟା ୪୫ରୁ ୧ଟା ଯାଏ ୪ଟି ପିରିୟଡ ଲାଇଭ୍ କ୍ଲାସ୍ କରାଯିବ । ପ୍ରତି ପିରିୟଡର ସମୟ ଅଧ ଘଣ୍ଟା । ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ୟୁ-ଟ୍ୟୁବ୍ ଲାଇଭ୍ କ୍ଲାସ୍ ପାଇଁ ବ୍ୟବସ୍ଥା କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଗୋଟିଏ ସମୟରେ ହିଁ ହେବ । ଗୋଟିଏ ବହିର ଗୋଟିଏ ବିଷୟ ଜଣେ ଶିକ୍ଷକ ହିଁ ପଢ଼ାଇବେ । ସେ ବିଷୟ ସରିବା ପରେ ଆଉ ଜଣେ ଶିକ୍ଷକ ଆଉ ଏକ ବିଷୟ ପଢ଼ାଇବେ । ସବୁ ପିଲା ଏହି ଗୋଟିଏ କ୍ଲାସ୍କୁ ହିଁ ୟୁ-ଟ୍ୟୁବ୍ ଲାଇଭ୍ରେ ଦେଖି ଶିକ୍ଷାଗ୍ରହଣ କରିବେ । ନବମ ଓ ଦଶମ କ୍ଲାସ୍ ଦୁଇଟି ରୁମ୍ରେ ଲାଇଭ୍ ହେବ । ଶନିବାର କୌଣସି କ୍ଲାସ୍ ହେବନି । ପୂର୍ବବର୍ଷ ପରିବର୍ତ୍ତିତ ସିଲାବସ୍ ହିସାବରେ ହିଁ ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷା ଦିଆଯିବ । ଆଉ ନବମ ଶ୍ରେଣୀ ପିଲାଙ୍କୁ ଉତ୍କର୍ଷ ବହିରେ ଥିବା ଲେସନ୍ ହିସାବରେ ପଢ଼ାଯିବ । ସପ୍ତାହରେ ଦଶମ ଶ୍ରେଣୀ ପିଲାଙ୍କ ଓଡିଆ ତିନିଟି ପିରିୟଡ ହେବ । ସେହିଭଳି ଇଂରାଜୀ ତିନି, ଗଣିତ ଦୁଇ, ଜ୍ୟାମିତି ଦୁଇ, ପଦାର୍ଥ ବିଜ୍ଞାନ ଦୁଇ, ଜୀବ ବିଜ୍ଞାନ ଦୁଇ, ଭୂଗୋଳ ଓ ଇତିହାସ ମିଶାଇ ତିନି ଏବଂ ହିନ୍ଦି ଓ ସଂସ୍କୃତର ୩ଟି ପିରିୟଡ କରାଯିବ । କୌଣସି ବିଷୟର ପିରିୟଡ ଚାଲିବା ସମୟରେ ସ୍କୁଲର ସେହି ବିଷୟର ଶିକ୍ଷକ ଲାଇଭ୍ କ୍ଲାସ୍ ଦେଖିବେ । ପରେ ସେମାନେ ଛାତ୍ରଛାତ୍ରୀଙ୍କ ଡାଉଟ୍କୁ ଚାର୍ଟ କିମ୍ବା ଭଏସ୍ କଲ୍ ମାଧ୍ୟମରେ ବୁଝାଇବେ । ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ କ୍ଲାସ୍ ସରିବା ସମୟ ପରେ ପିଲାଙ୍କ ଡାଉଟ୍ କ୍ଲିୟରିଂ କରିବାକୁ କ୍ଲାସ୍ ରଖିପାରିବେ । ପିଲାଙ୍କ ଉପସ୍ଥାନକୁ ସ୍କୁଲ କର୍ତ୍ତୃପକ୍ଷ ରେକର୍ଡ କରିବେ । ବିଷୟର ପ୍ରାକ୍ଟିସ୍ ପାଇଁ ସ୍କୁଲ ଶିକ୍ଷକ ୱାର୍କସିଟ୍ ତିଆରି କରି ପିଲାଙ୍କୁ ହ୍ୱାଟସ୍ଆପ୍ ଗ୍ରୁପ୍ ମାଧ୍ୟମରେ ଦେବେ ପିଲାମାନେ ।






