Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୧ରୁ ଆରମ୍ଭ ହେବ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ

by ସଞ୍ଜୟ ସ୍ୱାଇଁ
June 13, 2021
in Education, State
୨୧ରୁ ଆରମ୍ଭ ହେବ, ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୟୁଟ୍ୟୁବ୍‌ ଲାଇଭ୍‌ କ୍ଲାସ
259
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ଅନ୍‌ଲାଇନ୍‌ କ୍ଲାସ୍‌ ଆସନ୍ତା ୨୧ ତାରିଖଠୁ ଆରମ୍ଭ ହେବ । ସାରା ରାଜ୍ୟରେ ୟୁ-ଟ୍ୟୁବ୍‌ରେ ଥରେ ଲାଇଭ୍‌ କ୍ଲାସ୍‌ ହେବ । ସବୁ ପିଲା ଏହି ଲାଇଭ୍‌ କ୍ଲାସ୍‌କୁ ଦେଖି ପାଠ ପଢ଼ିବେ । ପ୍ରତି ସୋମବାରରୁ ଶୁକ୍ରବାର ଯାଏ ସକାଳ ୧୦ଟା ୪୫ରୁ ୧ଟା ଯାଏ ୪ଟି ପିରିୟଡ ଲାଇଭ୍‌ କ୍ଲାସ୍‌ କରାଯିବ । ପ୍ରତି ପିରିୟଡର ସମୟ ଅଧ ଘଣ୍ଟା । ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ୟୁ-ଟ୍ୟୁବ୍‌ ଲାଇଭ୍‌ କ୍ଲାସ୍‌ ପାଇଁ ବ୍ୟବସ୍ଥା କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଗୋଟିଏ ସମୟରେ ହିଁ ହେବ । ଗୋଟିଏ ବହିର ଗୋଟିଏ ବିଷୟ ଜଣେ ଶିକ୍ଷକ ହିଁ ପଢ଼ାଇବେ । ସେ ବିଷୟ ସରିବା ପରେ ଆଉ ଜଣେ ଶିକ୍ଷକ ଆଉ ଏକ ବିଷୟ ପଢ଼ାଇବେ । ସବୁ ପିଲା ଏହି ଗୋଟିଏ କ୍ଲାସ୍‌କୁ ହିଁ ୟୁ-ଟ୍ୟୁବ୍‌ ଲାଇଭ୍‌ରେ ଦେଖି ଶିକ୍ଷାଗ୍ରହଣ କରିବେ । ନବମ ଓ ଦଶମ କ୍ଲାସ୍‌ ଦୁଇଟି ରୁମ୍‌ରେ ଲାଇଭ୍‌ ହେବ । ଶନିବାର କୌଣସି କ୍ଲାସ୍‌ ହେବନି । ପୂର୍ବବର୍ଷ ପରିବର୍ତ୍ତିତ ସିଲାବସ୍‌ ହିସାବରେ ହିଁ ଦଶମ ଶ୍ରେଣୀ ପିଲାଙ୍କୁ ଶିକ୍ଷା ଦିଆଯିବ । ଆଉ ନବମ ଶ୍ରେଣୀ ପିଲାଙ୍କୁ ଉତ୍କର୍ଷ ବହିରେ ଥିବା ଲେସନ୍‌ ହିସାବରେ ପଢ଼ାଯିବ । ସପ୍ତାହରେ ଦଶମ ଶ୍ରେଣୀ ପିଲାଙ୍କ ଓଡିଆ ତିନିଟି ପିରିୟଡ ହେବ । ସେହିଭଳି ଇଂରାଜୀ ତିନି, ଗଣିତ ଦୁଇ, ଜ୍ୟାମିତି ଦୁଇ, ପଦାର୍ଥ ବିଜ୍ଞାନ ଦୁଇ, ଜୀବ ବିଜ୍ଞାନ ଦୁଇ, ଭୂଗୋଳ ଓ ଇତିହାସ ମିଶାଇ ତିନି ଏବଂ ହିନ୍ଦି ଓ ସଂସ୍କୃତର ୩ଟି ପିରିୟଡ କରାଯିବ । କୌଣସି ବିଷୟର ପିରିୟଡ ଚାଲିବା ସମୟରେ ସ୍କୁଲର ସେହି ବିଷୟର ଶିକ୍ଷକ ଲାଇଭ୍‌ କ୍ଲାସ୍‌ ଦେଖିବେ । ପରେ ସେମାନେ ଛାତ୍ରଛାତ୍ରୀଙ୍କ ଡାଉଟ୍‌କୁ ଚାର୍ଟ କିମ୍ବା ଭଏସ୍‌ କଲ୍‌ ମାଧ୍ୟମରେ ବୁଝାଇବେ । ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ କ୍ଲାସ୍‌ ସରିବା ସମୟ ପରେ ପିଲାଙ୍କ ଡାଉଟ୍‌ କ୍ଲିୟରିଂ କରିବାକୁ କ୍ଲାସ୍‌ ରଖିପାରିବେ । ପିଲାଙ୍କ ଉପସ୍ଥାନକୁ ସ୍କୁଲ କର୍ତ୍ତୃପକ୍ଷ ରେକର୍ଡ କରିବେ । ବିଷୟର ପ୍ରାକ୍ଟିସ୍‌ ପାଇଁ ସ୍କୁଲ ଶିକ୍ଷକ ୱାର୍କସିଟ୍‌ ତିଆରି କରି ପିଲାଙ୍କୁ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ମାଧ୍ୟମରେ ଦେବେ ପିଲାମାନେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!