Friday, July 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମିକର ରିସେପସନରେ ପ୍ରେମିକା ଦେଲା ଧାରଣା

by ସଞ୍ଜୟ ସ୍ୱାଇଁ
June 1, 2021
in Breaking, Nayagarh
ଇଟାମାଟି ବଜାରରେ ଅମାନିଆ ଦୋକାନୀକୁ ସାବାଡ କଲା ପୁଲିସ
2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ସକାଳର ବଡ଼ ଖବର । ପ୍ରେମିକର ରିସେପସନ୍ ଭୋଜିରେ ପ୍ରେମିକା ଦେଲା ଧାରଣା । ଯାହାକୁ ନେଇ ଉକ୍ତ ଗାଁରେ ତୁମୁଳ କାଣ୍ଡ ହେଲା ପରେ ମାମଲା ଯାଇ ଥାନାରେ ପହଞ୍ଚିଛି । ଏହି ଘଟଣାକୁ ନେଇ ଥାନାରେ ମାମଲା ଋଜୁ ହେଲା ପରେ ଅଭିଯୁକ୍ତ ପ୍ରେମିକକୁ ଥାନାରେ ଅଟକ ରଖାଯାଇଛି । ଏଭଳି ଘଟଣା ଦେଖା ଦେଇଛି ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁରେ । ସୂଚନନୁାସରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗାଁ ବାପୁନୀ ନାୟକ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରେମ ସଂପର୍କକୁ ନେଇ ପ୍ରେମିକ ବାପୁନୀ ବିବାହ କରିବାର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିଆସୁଥିଲେ । ମାସେ ହେଲା ପ୍ରେମିକ ବାପୁନୀ ଆଉ ପ୍ରେମିକାର ଫୋନ୍ ଉଠାଇ ନଥିଲା । ଯାହାଫଳରେ ପ୍ରେମିକା ଯୁବତୀ ଜଣକ ପ୍ରେମିକ ବାପୁନୀର ବିବାହ ସରିଥିବା ନେଇ ବିଶେଷ ସୁତରୁ ଜାଣିବାକୁ ପାଇଥିଲା । ତେବେ ସୋମବାର ସଂଧ୍ୟାରେ ବାପୁନୀର ରିସେପସନ୍ ଚାଲିଥିବା ବେଳେ ଯୁବତୀ ଜଣକ ତେନ୍ତୁଳିଆପଲ୍ଲୀ ଗାଁରେ ପହଞ୍ଚି ଧୋକାବାଜ୍ ପ୍ରେମିକ ବାପୁନୀର ଘର ଆଗରେ ଧାରଣା ଦେଇଥିଲା । ଯାହାକୁ ନେଇ ଉକ୍ତ ଗାଁରେ ତୁମୁଳ କାଣ୍ଡ ଘଟିବାରୁ ମାମଲା ଯାଇ ଇଟାମାଟି ଥାନାରେ ପହଞ୍ଚିଥିଲା । ଇଟାମାଟି ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକ ବାପୁନୀ ଓ ପ୍ରେମିକା ଯୁବତୀକୁ ନେଇ ଥାନାକୁ ଆଣି ପଚରାଉଚରା କରିଥିଲା । ଯୁବତୀର ଅଭିଯୋଗ ଭିତ୍ତି କରି ଇଟାମାଟି ଥାନାରେ କେସ୍ ନଂ ୭୭/୨୧ରେ ମାମଲା ଋଜୁ କରାଯାଇ ପ୍ରେମିକ ବାପୁନୀକୁ ଅଟକ ରଖିଥିବା ନେଇ ଭାରାପ୍ରାପ୍ତ ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!