ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା) ୫ଜି ଟେକ୍ନିକ୍କୁ ବିରୋଧ କଲେ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱାଲା । ଏହା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି। ଅଭିନେତ୍ରୀ ନିଜର ଅପିଲ୍ରେ ଏହି ଟେକ୍ନିକ ଦ୍ୱାରା ପରିବେଶର କ୍ଷତି ହେବାର ସମ୍ଭାବନା ଥିବା କଥା ଦର୍ଶାଇଛନ୍ତି । ଏହି ମାମଲାକୁ ନେଇ ଆଜି ଶୁଣାଣି ହେବାର ଥିଲା । ଅଭିନେତ୍ରୀଙ୍କର ପିଟିସନକୁ ୨ୟ ପିଠକୁ ଟ୍ରାନ୍ସଫର କରାଯାଇଛି ଏବଂ ଏବେ ଏହାର ଶୁଣାଣି ଜୁନ୍ ୨ରେ ହେବ। ପରିବେଶ ପାଇଁ ୫ଜି କ୍ଷତିକାରକ – ଜୁହି ଚାୱାଲା କୋର୍ଟରେ ଦାବି କରିଛନ୍ତି କି ୫ଜି ଟେକ୍ନୋଲଜିର ଇମ୍ପ୍ଲିମିଟେସନ ପୂର୍ବରୁ ଏହା ସହ ଜଡ଼ିତ ଅନେକ ଅଧ୍ୟୟନକୁ ଗମ୍ଭୀର ଭାବେ ପଢ଼ାଯାଉ , ଯାହାକି ଏହାର ରେଡିଏସନରେ ମାନବ ଜାତି , ଜୀବଜନ୍ତୁ ଓ ଗଛଲତା ଉପରେ କିପରି ପ୍ରଭାବ ପକାଇବ ଏବଂ ଏହା ମଧ୍ୟ ସ୍ପଷ୍ଟ କରାଯାଉ କି ଏହି ଟେକ୍ନୋଲଜିରେ ଦେଶର ବର୍ତ୍ତମାନ ଓ ଆଗାମୀ ପିଢ଼ି ପାଇଁ କେଉଁ ପ୍ରକାରର କ୍ଷତି ହେବ କି ନାହିଁ । ଜୁହି ଚାୱଲା ନିଜର ବୟାନରେ କହିଛନ୍ତି କି ମୁଁ ଟେକ୍ନୋଲଜି ଏଡଭାନ୍ସମେଣ୍ଟର ଇମ୍ପ୍ଲିଟେସନର ବିରୋଧରେ କେବେ ନାହିଁ । ଆମେ ନୂଆ ପ୍ରୋଜେକ୍ଟକୁ ଏନଜଏ କରିଥାଉ , ଯାହା ଟେକ୍ନୋଲଜିର ଦୁନିଆରୁ ଆମକୁ ମିଳିଥାଏ । ହେଲେ ଏହା ପୂର୍ବରୁ ଆମକୁ ଟିକେ ବୁଝିବାର ଅଛି ।






