Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଞ୍ଜେଇ ଉପରେ ବାଇଗଣ, ୫ ଗିରଫ

by ସଞ୍ଜୟ ସ୍ୱାଇଁ
May 31, 2021
in Crime, State
ଗଞ୍ଜେଇ ଉପରେ ବାଇଗଣ, ୫ ଗିରଫ
239
VIEWS
Share on FacebookShare on Twitter

ବୌଦ୍ଧ (ବାଘୁଆବାର୍ତ୍ତା): ଗଞ୍ଜେଇ ମାଫିଆଙ୍କ ବୁଦ୍ଧିକୁ ତାରିଫ କରିବାକୁ ପଡିବ । ଗଞ୍ଜେଇ ବୋହିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଗଞ୍ଜେଇ ଉପରେ ବାଇଗଣ ରଖି କୋଲକାତାକୁ ଚାଲାଣ କରାଯାଉଥିଲା। ଦୁର୍ଭାଗ୍ୟକୁ ଚାଲାଣ ହେଉଥିବା ଗଞ୍ଜେଇ ପୁଲିସ ହାବୁଡ଼ରେ ପଡ଼ିଗଲା। ଏପରି ଘଟଣା ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଞ୍ଚଳରେ ଘଟିଛି। ବାଉଁଶୁଣୀ ଥାନା ସାହାଜପାଲ ନିକଟରେ ଗୋଟିଏ ବାଇଗଣ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ପୁଲିସ ଅଟକାଇଥିଲା। ପରେ ଗାଡିଟିକୁ ଯାଞ୍ଚ କରିବାରୁ ୪୦ କିଲୋଗ୍ରାମ୍‌ ଗଞ୍ଜେଇ ବାହାରିଥିଲା। ପୁଲିସ ଗଞ୍ଜେଇ ଓ ଭ୍ୟାନ୍‌ଟିକୁ ଜବତ କରିଥିଲା। ଏହି ମାମଲାରେ ୫ ଜଣକୁ ଗିରଫ କରି କରିଥିଲା। ଥାନା ଅଧିକାରୀ ସୁବାଷ ରାୟଗୁରୁଙ୍କ ନେତୃତ୍ୱରେ ହୋଇଥିଲା ଚଢ଼ଉ। ଜବତ୍ ପିକ୍‌ଅପ୍‌ ଭ୍ୟାନ୍‌ରେ ତଳେ ଗଞ୍ଜେଇ ଓ ଉପରେ ବାଇଗଣ ରଖାଯାଇଥିଲା। ଏହି ଗଞ୍ଜେଇ ବୌଦ୍ଧରୁ କୋଲକତା ଚାଲାଣ ହେଉଥିଲା। ତେବେ କେତେଦିନ ଧରି ଗଞ୍ଜେଇ ଚାଲାଣ ହେଉଥିଲା? ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି? ପୁଲିସ ତାହା ଉପରେ ତଦନ୍ତ ଚଳାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!