Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୂଆ ଆଇଟି ନିୟମ ଲାଗୁ କଲେ ସୋସିଆଲ ମିଡିଆ, ଟ୍ୱିଟରକୁ ଛାଡି

by ସଞ୍ଜୟ ସ୍ୱାଇଁ
May 30, 2021
in Business, State
ନୂଆ ଆଇଟି ନିୟମ ଲାଗୁ କଲେ ସୋସିଆଲ ମିଡିଆ, ଟ୍ୱିଟରକୁ ଛାଡି
213
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଫେବ୍ରୁଆରୀ ୨୫ରେ ଏକ ଗେଜେଟ ବିଜ୍ଞପ୍ତି ଜରିଆରେ ନୂଆ ଆଇଟି ନିୟମ ଜାରି କରିଥିଲା । ତେବେ ଏ ପର୍ୟ୍ୟନ୍ତ ଅଧିକାଂଶ ପ୍ରମୁଖ ସୋସିଆଲ ମିଡିଆ ସଂସ୍ଥା ଏହି ନିୟମକୁ ଲାଗୁ କରିସାରିଲେଣି । ୩ ମାସ ମଧ୍ୟରେ ଏହି ନିୟମକୁ ପାଳନ କରିବା ପାଇଁ ସୋସିଆଲ ମିଡିଆ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା । ଏ ପର୍ୟ୍ୟନ୍ତ ଟ୍ୱିଟର ଏହାକୁ ମାନିନାହିଁ । ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ ଗୁଗୁଲ, ଫେସବୁକ, ହ୍ୱାଟ୍ସଆପ, କୁ, ସେୟାରଚାଟ, ଟେଲିଗ୍ରାମ ଓ ଲିଙ୍କଡଇନ ଭଳି ପ୍ରମୁଖ ସୋସିଆଲ ମିଡିଆ ସଂସ୍ଥା ଭାରତର ନୂଆ ଆଇଟି ନିୟମକୁ ଗ୍ରହଣ କରିସାରିଲେଣି । ଏହା ଅନୁସାରେ ସେମାନେ ମୁଖ୍ୟ ଅନୁପାଳନ ଅଧିକାରୀ, ନୋଡାଲ କଣ୍ଟାକ୍ଟ ପର୍ସନ ଓ ଅଭିଯୋଗ ପ୍ରତିକାର ଅଧିକାରୀଙ୍କ ବିବରଣୀ ଆଦି ସେୟାର କରିସାରିଲେଣି । ହେଲେ ଟ୍ୱିଟର ଏ ପର୍ୟ୍ୟନ୍ତ ଏହାକୁ ଗ୍ରହଣ କରିନାହିଁ । ଏମିତି କି ଦୁଇଦିନ ତଳେ ଏହା ସରକାରଙ୍କଠାରୁ ୩ ମାସ ଅତିରିକ୍ତ ସମୟ ମାଗିସାରିଛି । ନୂଆ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ଜୋରଦାର ମୁହାଁମୁହିଁ ଜାରି ରହିଛି । ଟ୍ୱିଟର ପକ୍ଷରୁ ହେଉଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଜବାବ ଦେଇଛନ୍ତି । ଆଇଟି ମନ୍ତ୍ରଣାଳୟ କହିଛି ଯେ ଟ୍ୱିଟରର ଧମକପୂର୍ଣ୍ଣ ଅଭିଯୋଗ ଭିତ୍ତିହୀନ । ଦିଲ୍ଲୀ ପୁଲିସ ମଧ୍ୟ ଟ୍ୱିଟରର ବିବୃତିକୁ ମିଥ୍ୟା ବୋଲି କହିସାରିଛି । ଟ୍ୱିଟର ଭାରତରେ ପ୍ରଚଳିତ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଚାହୁଁଛି । ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଉପରେ ନିଜର ସର୍ତ୍ତ ଲାଗୁ ପାଇଁ ଚେଷ୍ଟା କରୁଛି ଟ୍ୱିଟର ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!