Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚାଉଳ ଚୋରୀ ଘଟଣାରେ ବିଡିଓ ଦେଲେ ଏତଲା

by ସଞ୍ଜୟ ସ୍ୱାଇଁ
May 30, 2021
in Nayagarh
ରାତି ଅଧିଆ ପିଡିଏସ୍ ହଡପ୍ ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କଲେ ୨ଜଣିଆ ଟିମ୍
334
VIEWS
Share on FacebookShare on Twitter

୪ ଜଣଙ୍କ ନାମରେ ମାମଲା ରୁଜୁ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କେରେଣ୍ଡାଟାଙ୍ଗି ଚାଉଳ ଚୋରୀ ଘଟଣାରେ ଏବେ ଭିନ୍ନ ମୋଡ଼ ନେବାକୁ ଯାଉଛି । ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶକ୍ରମେ ରଣପୁର ବିଡିଓ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଏତଲା ଦେଇଛନ୍ତି । ଏତକାଲି ଭିତ୍ତି କରି ଚାନ୍ଦପୁର ପୁଲିସ ୭୭/୨୧ରେ ଏକ ମାମଲା ରୁଜୁ କରିଛି । ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନୀଲ ବେହେରା, ସରପଞ୍ଚ ଜିତେନ୍ଦ୍ର ପ୍ରଧାନଙ୍କ ଭାଇ ଧିରେନ୍ଦ୍ର ପ୍ରଧାନ, ଚାଉଳ ବେପାରି ପୂର୍ଣ୍ଣଚନ୍ଦ୍ର ଦଳେଇ ଏବଂ କେଦାର ସ୍ୱାଇଁ ନାମରେ ପୁଲିସ ମାମଲା ରୁଜୁ କରିଛି । ଗତକାଲି ରାତିରେ ପୁଲିସ ପୂର୍ଣ୍ଣଚନ୍ଦ୍ର ଦଳେଇ ଏବଂ କେଦାର ସ୍ୱାଇଁଙ୍କ ଘରେ ଚଢ଼ାଉ କରିଥିବା ବେଳେ ସେମାନେ ଫୋରର ଥିବା ସୂଚନା ମିଳିଛି । ସୂଚନାନୁସାରେ, କେରେଣ୍ଡାଟାଙ୍ଗି ପଞ୍ଚାୟତ ଗୋଦାମ ଗୃହରୁ ଚାଉଳ ଚୋରୀ ହେଉଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ ଦାଶ, ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ଏହାର ତଦନ୍ତ କରି ଗତ ଗତ ୧୭ ତାରିଖରେ ରିପୋର୍ଟ ଦାଖଲ କରିଥିଲେ । ତଦନ୍ତ ରିର୍ପୋଟକୁ ପାଠ କରି ଗତ ୨୪ ତାରିଖରୁ ଜିଲ୍ଲାପାଳ ଏତଲା ଦେବାକୁ ରଣପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଶନିବାର ବିଡିଓ ଚାନ୍ଦପୁର ଥାନାରେ ଏତଲା ଦେଇଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!