Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପତଞ୍ଜଳି ଶୋରିଷ ତେଲ ମିଲରେ ଅପମିଶ୍ରଣ ଅଭିଯୋଗ, ପ୍ରଶାସନ କଲା ରେଡ

by ସଞ୍ଜୟ ସ୍ୱାଇଁ
May 28, 2021
in Crime, NATIONAL NEWS
ପତଞ୍ଜଳି ଶୋରିଷ ତେଲ ମିଲରେ ଅପମିଶ୍ରଣ ଅଭିଯୋଗ, ପ୍ରଶାସନ କଲା ରେଡ
781
VIEWS
Share on FacebookShare on Twitter

ଅଲୱର (ବାଘୁଆବାର୍ତ୍ତା): ରାଜସ୍ଥାନର ଅଲୱରରେ ପତଞ୍ଜଳି ବ୍ରାଣ୍ଡ ନାମରେ ସୋରିଷ ତେଲର ପ୍ୟାକିଂ କରୁଥିବା ଏକ ଅଏଲ ମିଲ୍‌କୁ ସିଜ୍‌ କରାଯାଇଛି । ମିଲ୍‌ରେ ପତଞ୍ଜଳିର ପ୍ରଚୁର ମାତ୍ରାରେ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ଅଭିଯୋଗ ଯେ, ପତଞ୍ଜଳି ନାମରେ ଅପମିଶ୍ରଣ ସୋରିଷ ତେଲ ସପ୍ଲାଇ କରାଯାଉଛି । ପୂରା ମିଲ୍‌କୁ ଭିଡ଼ିଓଗ୍ରାଫି କରାଯାଇଛି ଏବଂ ଏହାର ସାମ୍ପଲ ମଧ୍ୟ ନିଆଯାଇଛି । କୁହାଯାଉଛି କି ଅଲୱର ଜିଲ୍ଲା ପ୍ରଶାସନ ବିଳମ୍ୱିତ ରାତ୍ରିରେ ଖୈରଥଲରେ ଅସ୍ମାଇଲପୁର ରୋଡ୍‌ ସ୍ଥିତ ଔଦ୍ୟୋଗିକ ଅଞ୍ଚଳରେ ଥିବା ସିଂଘାନିଆ ଅଏଲ ମିଲ୍‌ରେ ଚଢ଼ାଉ କରି ସିଲ୍‌ କରିଛି । ଏହାପରେ ଗୁରୁବାର ସନ୍ଧ୍ୟାରେ ଯାଞ୍ଚ କମିଟିର ଟିମ୍‌ ଏସ୍‌ଡିଏମ୍‌ ଅଲୱର ଯୋଗେଶ ଡାଗୁରଙ୍କ ନେତୃତ୍ୱରେ ଫ୍ୟାକ୍ଟ୍ରିରେ ପହଞ୍ଚି ମାମଲାର ଯାଞ୍ଚ କରିଥିଲେ । ଏବେ ଅଲୱର ଜିଲ୍ଲା ପ୍ରଶାସନ ପଚାରିବାରୁ ଅଏଲ ମିଲ୍‌ର ମାଲିକ କହିଥିଲେ କି ମୋ ପାଖରେ ବାବା ରାମଦେବଙ୍କ ପତଞ୍ଜଳିର ସାମଗ୍ରୀ ପ୍ୟାକିଂର ଅନୁମତି ଅଛି । ଫ୍ୟାକ୍ଟ୍ରିରୁ ପ୍ରଶାସନକୁ ପତଞ୍ଜଳି ବ୍ୟତୀତ ଶ୍ରୀ ଶ୍ରୀ ଅଏଲ୍‌ ବ୍ରାଣ୍ଡର ରାପର୍‌ ମିଳିଲା । କୁହାଯାଉଛି କି ଖୈରଥଲର ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣରେ ସୋରିଷ ତେଲ ବାବା ରାମଦେବଙ୍କର କମ୍ପାନୀ ପତଞ୍ଜଳିକୁ ଯାଇଥାଏ । ପତଞ୍ଜଳି ଏହି ତେଲ ନିଜର ବ୍ରାଣ୍ଡର ଷ୍ଟାମ୍ପ ଲଗେଇ ବିକ୍ରି କରିଥାଏ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!