Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିମାନରେ ଚୁମ୍ବନ ମାରିବା ହେଲା ମହଙ୍ଗା, ଆପଣ କିଏ ଆମକୁ କହିବାକୁ, କମ୍ବଳ ଦେଲେ ଏୟାରହୋଷ୍ଟେସ

by ସଞ୍ଜୟ ସ୍ୱାଇଁ
May 27, 2021
in NATIONAL NEWS
ବିମାନରେ ଚୁମ୍ବନ ମାରିବା ହେଲା ମହଙ୍ଗା, ଆପଣ କିଏ ଆମକୁ କହିବାକୁ, କମ୍ବଳ ଦେଲେ ଏୟାରହୋଷ୍ଟେସ
501
VIEWS
Share on FacebookShare on Twitter

ଇସଲାମାବାଦ (ବାଘୁଆବାର୍ତ୍ତା): ପାକିସ୍ତାନର ଏକ ଯାତ୍ରୀବାହୀ ବିମାନରେ ଘଟିଲା ଆଶ୍ଚର୍ଯ୍ୟ ଜନକ ଘଟଣା କରାଚି ସହରରୁ ଇସଲାମାବାଦ ଯାଉଥିବା ଏକ ଦମ୍ପତ୍ତି ପ୍ରେମରେ ଏତେ ଭାବ ବିହ୍ୱଳ ହୋଇଯାଇଥିଲେ ଯେ ସେମାନେ ମଝି ଆକାଶରେ ଚୁମ୍ବନ କରିବାକୁ ଲାଗିଥିଲେ । ପାକିସ୍ତାନୀ ଦମ୍ପତ୍ତି ବିମାନ ଭିତରେ ଏଭଳି ଚୁମ୍ବନ କରିବା ପରେ ପାଖରେ ବସିଥିବା ଯାତ୍ରୀମାନେ ଭୀଷଣ ରାଗିଯାଇଥିଲେ । ସେମାନେ ଏହାକୁ ବିରୋଧ କରିବାକୁ ଲାଗିଥିଲେ । ପରିସ୍ଥିତି ଏମିତି ହେଲା ଯେ, ଶେଷରେ ଏୟାର ହୋଷ୍ଟେସ ସେମାନଙ୍କୁ କମ୍ବଳ ଦେବାକୁ ପଡିଥିଲା । ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଅନୁଯାୟୀ, ମେ’୨୦ ତାରିଖରେ ଏୟାର ବ୍ଳୁ କମ୍ପାନୀର ପିଏ-୨୦୦ ବିମାନର ଏଭଳି ଲଜ୍ଜାଜନକ ଘଟଣା ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ, ଚତୁର୍ଥ ଧାଡିରେ ବସିଥିବା ଦମ୍ପତ୍ତି ପ୍ରଥମେ ଚୁମ୍ବନ ଦେବା ଆରମ୍ଭ କରିଥିଲେ । ଏହାପରେ ସେଠାରେ ବସିଥିବା ଅନ୍ୟ ଯାତ୍ରୀମାନେ ଏହି ଦମ୍ପତ୍ତିଙ୍କୁ ଏପରି କରିବା ବନ୍ଦ କରିବାକୁ ଏୟାର ହୋଷ୍ଟେସଙ୍କୁ ଅନୁରୋଧ କରିଥିଲେ । ଏୟାର ହୋଷ୍ଟେସଙ୍କ ଅନୁରୋଧକୁ ଏହି ଦମ୍ପତ୍ତି ଧ୍ୟାନ ଦେଇନଥିଲେ । ଏହାପରେ ଏୟାର ହୋଷ୍ଟେସ ଉପାୟଶୂନ୍ୟ ହୋଇ ଏହି ଦମ୍ପତ୍ତିଙ୍କୁ ଏକ କମ୍ବଳ ଦେଇଥିଲେ । ଏହାଦ୍ୱାରା ସେମାନେ କମ୍ବଳ ଭିତରେ ଯାହା କରିବେ । ଯାତ୍ରୀମାନେ କହିଥିଲେ ଯେ, ସେମାନେ ମଧ୍ୟ ଏହି ଦମ୍ପତ୍ତିଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଶୁଣିନଥିଲେ । ଓଲଟା ସେମାନେ ଉତକ୍ଷିପ୍ତ ହୋଇଉଠିଥିଲେ । ଦମ୍ପତ୍ତି କହିଥିଲେ ଯେ, ଆପଣ କିଏ, ଆମକୁ ଏହା କହିବାକୁ ? ମାମଲାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାକୁ ନେଇ ପାକିସ୍ତାନୀ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!