କଟକ (ବାଘୁଆବାର୍ତ୍ତା): କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ବିଭିନ୍ନ ରାଜ୍ୟରେ ଉପୁଜିଥିବା ଅକ୍ସିଜେନ୍ ଅଭାବ ସ୍ଥିତି ଦୂର କରିବା କ୍ଷେତ୍ରରେ ଓଡ଼ିଶା ତାର ଉଦ୍ୟମ ଜାରି ରଖିଛି । ଗତ ୩୪ ଦିନ ମଧ୍ୟରେ ୧୨୨୬ଟି ଟ୍ୟାଙ୍କରରେ ରାଉରକେଲା, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରୁ ଅକ୍ସିଜେନ୍ ବୋଝେଇ ହୋଇ ୧୫ଟି ରାଜ୍ୟକୁ ୨୨ ହଜାର ୫୪୨ ଟନ୍ରୁ ଅଧିକ ଯୋଗାଣ ହୋଇସାରିଲାଣି । ମିଳିଥିବା ସୂଚନାନୁସାରେ, ଅଦ୍ୟାବଧି ଆନ୍ଧ୍ରପ୍ରଦେଶକୁ ୩୭୧ଟି ଟ୍ୟାଙ୍କରରେ ପ୍ରାୟ ୭୨୯୫ ଅକ୍ସିଜେନ୍ ଯୋଗାଣ କରାଯାଇଛି। ସେହିପରି ତେଲେଙ୍ଗାନାକୁ ୩୧୯ଟି ଟ୍ୟାଙ୍କରରେ ୫୫୨୭ ଟନ୍, ତାମିଲନାଡ଼ୁକୁ ୧୧୬ ଟ୍ୟାଙ୍କରରେ ୨୦୫୫ ଟନ୍, ହରିୟାଣାକୁ ୧୬୬ ଟ୍ୟାଙ୍କରରେ ୩୦୮୯ ଟନ୍, ମହାରାଷ୍ଟ୍ରକୁ ୪୧ଟି ଟ୍ୟାଙ୍କରରେ ୬୬୦ ଟନ୍, ଛତିଶଗଡ଼କୁ ୩୯ଟି ଟ୍ୟାଙ୍କରରେ ୬୨୯ ଟନ୍, ଉତ୍ତରପ୍ରଦେଶକୁ ୬୦ଟି ଟ୍ୟାଙ୍କରେ ୧୧୯୬ ଟନ୍, ମଧ୍ୟପ୍ରଦେଶକୁ ୬୬ଟି ଟ୍ୟାଙ୍କରରେ ୧୧୬୩ ଟନ୍, ଦିଲ୍ଲୀକୁ ୨୨ଟି ଟ୍ୟାଙ୍କରରେ ୪୧୦ ଟନ୍, ପଞ୍ଜାବକୁ ୪ଟି ଟ୍ୟାଙ୍କରରେ ୧୦୭ ଟନ୍, କର୍ଣ୍ଣାଟକକୁ ୮ଟି ଟ୍ୟାଙ୍କରରେ ୧୫୧ ଟନ୍, ବିହାରକୁ ୩ଟି ଟ୍ୟାଙ୍କରରେ ୬୬ ଟନ୍, ଚଣ୍ଡିଗଡ଼କୁ ୨ଟି ଟ୍ୟାଙ୍କରରେ ୨୫ ଟନ୍, କେରଳକୁ ୭ଟି ଟ୍ୟାଙ୍କରରେ ୧୨୬ ଟନ୍ ଓ ରାଜସ୍ଥାନକୁ ୨ଟି ଟ୍ୟାଙ୍କରରେ ୩୯ ଟନ୍ ଅକ୍ସିଜେନ୍ ଯୋଗାଣ କରାଯାଇଛି । ଆଜି ବାତ୍ୟା ସମୟରେ ମଧ୍ୟ ଅନୁଗୁଳରୁ ୪ଟି ଟ୍ୟାଙ୍କରରେ ହାଇଦ୍ରାବାଦ, ବିଶାଖାପାଟଣା ଏବଂ ଯାଜପୁରରୁ ଦୁଇଟି ଟ୍ୟାଙ୍କରରେ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଅକ୍ସିଜେନ୍ ପଠାଯାଇଥିବା ଜଣାପଡିଛି ।






