Tuesday, July 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୃଷକ କଳାଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
May 26, 2021
in Nayagarh
କୃଷକ କଳାଦିବସ ପାଳିତ
163
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଛଅମାସ ପୂର୍ତ୍ତୀ ଅବସରରେ ମଇ ୨୬ ତାରିଖରେ ନୟାଗଡ଼ରେ କଳାଦିବସ ପାଳିତ ହୋଇଯାଇଛି । ଅଖିଳ ଭାରତ କୃଷକସଭା ନେତୃତ୍ୱରେ ସଂଗଠିତ ଏହି ପ୍ରତିବାଦ ବିକ୍ଷୋଭରେ ବିଭିନ୍ନ ଗଣ ସଂଗଠନ ପ୍ରତୀକଭାବେ ଯୋଗ ଦେଇଥିଲେ । ଶ୍ରମିକନେତା ବିଶ୍ୱନାଥ ମହାପାତ୍ର ଓ କୃଷକ ନେତା ଗୋଲକ ବିହାରି ମୁଦୁଲିଙ୍କ ନେତୃତ୍ୱରେ କୋଭିଡ ନିୟମ ଅନୁପାଳନ ପୂର୍ବକ ନୟାଗଡ଼ ଜିଳ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କୃଷକ ବିରୋଧୀ କଳା ଆଇନ ଗୁଡ଼ିକର ପ୍ରତ୍ୟାହାର ଦାବିରେ ଲକ୍ଷ ଲକ୍ଷ କୃଷକ ଦୀର୍ଘ ଛଅମାସ ହେଲା ଦିଲ୍ଲୀ ରାଜପଥରେ ବସି ରହିଥିଲେ ସୁଦ୍ଧା କେନ୍ଦ୍ରର ମୋଦୀ ସରକାର ଅଦାନୀ ଆତ୍ମାନୀ ଭଳି କର୍ପୋରେଟ ମାଲିକଙ୍କ ସ୍ୱାର୍ଥରେ କୃଷିବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଘରୋଇ କରଣ କରିବାକୁ ଏକ ମୁହାଁ ହୋଇ ଅ । ଭିଡ଼ିଛିନ୍ତି । ଏହା ଗଣତାନ୍ତ୍ରିକ ଭାରତବର୍ଷରେ ଚରମ ଏକଛତ୍ରବାଦର ନମୁନା ବୋଲି ବିକ୍ଷୋଭ କାରୀମାନେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକତା ପବିତ୍ର ଇନ୍ଦ୍ରଜିତ, ମୂଲିଆନେତା ବୁଦ୍ଧି ନାୟକ, ଯୁବନେତା ସରୋଜ ନାୟକ, କୃଷକନେତା ଭାଗିରଥୀ ସ୍ୱାଇଁ ଓ ନାରୀନେତା ଜ୍ୟୋତିପ୍ରଭା ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ । ଅନୁରୂପଭାବେ ଶରଣକୁଳ ବଜାରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!