Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଧେକୁ ନେଇ ହାଇକୋର୍ଟଙ୍କ ତାଗିଦ

by ସଞ୍ଜୟ ସ୍ୱାଇଁ
May 25, 2021
in NATIONAL NEWS
ରାଧେକୁ ନେଇ ହାଇକୋର୍ଟଙ୍କ ତାଗିଦ
310
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଇଦ୍‌ରେ ନିଜ ପ୍ରଶଂସକଙ୍କୁ ଭେଟି ଦେଇଥିଲେ ବଲିଉଡ ଭାଇଜାନ ସଲମାନ ଖାନ । ରିଲିଜ ହୋଇଥିଲା ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ଦ ମୋଷ୍ଟ ୱାଣ୍ଟେଡ ଭାଇ’ । ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମଟି ରିଲିଜ ହୋଇଥିଲା । ତେବେ ଫିଲ୍ମ ରିଲିଜ ପୂର୍ବର ଏହାର ପାଇରେସି ନକରିବା ପାଇଁ ସଲମାନ ଅପିଲ କରିଥିଲେ। ତେବେ ଫିଲ୍ମଟି ରିଲିଜ ହେବାର କିଛି ଘଣ୍ଟା ପରେ ଅନେକ ପ୍ଲାଟଫର୍ମ ମାଧ୍ୟମରେ ଲିକ୍ ହୋଇଥିଲା । ପାଇରେଟେଡ କପିକୁ ହ୍ୱାଟସ ଆପ୍ ଜରିଆରେ ବିକ୍ରି କରାଯାଉଥିଲା । ଏହାକୁ ନେଇ ଓଟିଟି ପ୍ଲାଟଫର୍ମ ଜି’ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲା । ଏହାର ଶୁଣାଣି କରି ଆଜି ଦିଲ୍ଲୀ ହାଇକୋର୍ଟ ହ୍ୱାଟସଆପ୍‌କୁ କଡା ତାଗିଦ କରିଛନ୍ତି । ହ୍ୱାଟସଆପ ୟୁଜର୍ସଙ୍କୁ ଏହି ଫିଲ୍ମର କପି ସେଆର କରିବା ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପାଇରେଟେଡ କପି ସେଆର କରୁଥିବା ଲୋକଙ୍କ ନମ୍ପର ରଦ୍ଦ କରିବା ପାଇଁ ହ୍ୱାଟସପକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଦେଶର ପ୍ରମୁଖ ଟେଲିକମ ଅପରେଟର ଏୟାରଟେଲ, ଜିଓ ଏବଂ ଭୋଡାଫୋନକୁ ମଧ୍ୟ ଅପରାଧିକ ଗ୍ରାହକଙ୍କ ସୂଚନା ଦେବା ପାଇଁ କୋର୍ଟ କହିଛନ୍ତି । ସେପଟେ ସଲମାନ ଖାନ ମଧ୍ୟ ରିଲିଜ ପରେ ଫିଲ୍ମର ବେଆଇ ଷ୍ଟ୍ରିମିଂକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ସେ ଏକ ଗୁରୁତର ଅପରାଧ ବୋଲି କହିଛନ୍ତି । ସୂଚନାମୁତାବକ, ସଲମାନ ଖାନ ଏବଂ ଦିଶା ପାଟନୀଙ୍କ ଅଭିନୀତ ଫିଲ୍ମ ‘ରାଧେ’ ୧୩ ମେରେ ରିଲିଜ ହୋଇଥିଲା । ଜି-୫ରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ପେ-ଫର-ଭ୍ୟୁ ଆଧାରରେ ରିଲିଜ କରାଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!