Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାତ୍ୟା ‘ୟାଶ’, ସମୁଦ୍ର ମାଡି ଆସିବ ୭ କିଲୋମିଟର, ଜୁଆର ଉଠିବ ୪ ମିଟର, ସମୁଦ୍ର ହେବ ଅଶାନ୍ତ

by ସଞ୍ଜୟ ସ୍ୱାଇଁ
May 25, 2021
in State
ବାତ୍ୟା ‘ୟାଶ’, ସମୁଦ୍ର ମାଡି ଆସିବ ୭ କିଲୋମିଟର, ଜୁଆର ଉଠିବ ୪ ମିଟର, ସମୁଦ୍ର ହେବ ଅଶାନ୍ତ
155
VIEWS
Share on FacebookShare on Twitter

ଭୁବନେଶ୍ୱର: (ବାଘୁଆବାର୍ତ୍ତା): ସମୁଦ୍ର ଧାରଣ କରିବ ଭୟଙ୍କର ରୂପ । ୟସ୍‌ର ପ୍ରକୋପ ଏତେ ସାଂଘାତିକ ଯେ ସ୍ଥଳଭାଗ ଛୁଇଁବା ସମୟରେ ଉତ୍ତର ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘିବ । ସମୁଦ୍ରରେ ୨ରୁ ୪ ମିଟର ପାଖାପାଖି ଜୁଆର ଉଠିପାରେ । ବାଲେଶ୍ୱରରେ ସମୁଦ୍ରରେ ସବୁଠୁ ଉଚ୍ଚ ଜୁଆର ଆସିବା ଆଶଙ୍କା ରହିଛି । ତେବେ ଭଦ୍ରକରେ ୟସ୍‌ ପ୍ରଭାବରେ ସମୁଦ୍ର ୭ କିମି ପର୍ୟ୍ୟନ୍ତ ଆଗକୁ ମାଡ଼ି ଆସିପାରେ । ଏଭଳି ଆଶଙ୍କା ଦେଖାଇଛି ଭାରତୀୟ ପାଣିପାଗ ବିଭାଗ । ଆଇଏମଡି ସମୁଦ୍ର ଜୁଆର ନେଇ ଜାରି କରିଥିବା ସତର୍କ ସୂଚନାରେ ପୂର୍ବାନୁମାନ କରିଛି, ବାତ୍ୟା ସ୍ଥଳଭାଗ ଛୁଇଁବାବେଳେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ରୁ ୪ ମିଟର ଉଚ୍ଚ ଜୁଆର ଉଠିପାରେ ସମୁଦ୍ରରେ । ବାଲେଶ୍ୱରର କୁମ୍ଭୀରଗାରୀରେ ୨.୧ରୁ ୩.୮ ମିଟର ଉଚ୍ଚ ଜୁଆର ଆଶଙ୍କା ଅଛି । ଅର୍ଥାତ୍‌ ୬.୮ ଫୁଟରୁ ୧୨.୪ ଫୁଟ ଉଚ୍ଚ ଜୁଆର ଉଠିବ ସମୁଦ୍ରରେ । ଏଠାରେ ଜୁଆର ଅଢ଼େଇ କିଲୋମିଟର ପାଖାପାଖି ଆଗକୁ ମାଡ଼ି ଆସିପାରେ । କୁମ୍ଭୀରଗିରି ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ରହିଛି, ଏହା ପାଖକୁ ରହିଛି ସୁବର୍ଣ୍ଣରେଖା । ଭଦ୍ରକର ମୋହନପୁର ପାଖରେ ୩ ଫୁଟରୁ ୬.୮ ଫୁଟ ଉଚ୍ଚ ଜୁଆର ଉଠିପାରେ ସମୁଦ୍ର । ବାସୁଦେବପୁର ଓ ଇଞ୍ଚୁଡ଼ି ମଝିରେ ରହିଛି ମୋହନପୁର । ଚିନ୍ତାର ବିଷୟ ହେଲା, ଏଠାରେ ସମୁଦ୍ର ଜୁଆର ୭ କିମି ପର୍ୟ୍ୟନ୍ତ ଆଗକୁ ମାଡ଼ି ଯାଇପାରେ । ଏମିତି ହେଲେ ଭୟଙ୍କର ସ୍ଥିତି ଉପୁଜିବ । କେନ୍ଦ୍ରାପଡ଼ାର ଭିତରକନିକା ଓ କନିକା ଦ୍ୱୀପ ପାଖ ଟିକାୟତନଗରରେ ସମୁଦ୍ର ଜୁଆର ୫ ଫୁଟ ପାଖାପାଖି ଉପରକୁ ଉଠିପାରେ ।ଏହା ପ୍ରଭାବରେ ସମୁଦ୍ର ଅଢ଼େଇ କିମିରୁ ଅଧିକ ଆଗକୁ ମାଡ଼ିଯାଇପାରେ । ଏଭଳି ସତର୍କ ସୂଚନାକୁ ନେଇ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିବା ସହ ସମୁଦ୍ର ପାଖ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ବ୍ୟବସ୍ଥା କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!