Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁଁ ଆଉ ବଞ୍ଚିବାକୁ ଚାହୁଁନାହିଁ, ମୋତେ ଦୁଷ୍କର୍ମ କରାଯାଇଛି, ଅଧ୍ୟାପକଙ୍କ ଘରେ ଆତ୍ମହତ୍ୟା କଲେ ଛାତ୍ରୀ

by ସଞ୍ଜୟ ସ୍ୱାଇଁ
May 19, 2021
in Crime, NATIONAL NEWS
ମୁଁ  ଆଉ ବଞ୍ଚିବାକୁ ଚାହୁଁନାହିଁ, ମୋତେ ଦୁଷ୍କର୍ମ କରାଯାଇଛି, ଅଧ୍ୟାପକଙ୍କ ଘରେ ଆତ୍ମହତ୍ୟା କଲେ ଛାତ୍ରୀ
546
VIEWS
Share on FacebookShare on Twitter

ଗୌହାଟୀ (ବାଘୁଆବାର୍ତ୍ତା): କଲେଜ ଅଧ୍ୟାପକଙ୍କ ଘରେ ୧୪ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ସହ ଯୌନ ଉତ୍ପୀଡନ ହେବା ନେଇ ଜଣେ ବନ୍ଧୁଙ୍କୁ ମେସେଜ ପଠାଇବା ପରେ ନାବାଳିକା ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଆସାମ ଚିରାଙ୍ଗ ଜିଲ୍ଲାର ଏକ କଲେଜର ଜଣେ ଶିକ୍ଷକଙ୍କ ଘରେ ଏଭଳି ଘଟଣା ଘଟିଛି । ବେଙ୍ଗଟୋଲର ଏକ କଲେଜର ସହକାରୀ ପ୍ରଫେସର, ଯାହାଙ୍କ ଘରେ ନାବାଳିକା ପ୍ରାୟ ବର୍ଷେ ହେବ ତାଙ୍କ ଘରେ ରହି ପାଠ ପଢୁଥିଲେ । ଦୁଷ୍କର୍ମ ଓ ଆତ୍ମହତ୍ୟା ପାଇଁ ସଉକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ, ସୋମବାର ଦିନ ନାବାଳିକା ଜଣଙ୍କ ଫାଶୀ ଲଗାଇଦେଇଥିଲେ କିନ୍ତୁ ଘଟଣା ସଂପର୍କରେ ପୋଲିସକୁ କୌଣସି ସୂଚନା ଦିଆଯାଇନଥିଲା । ଅଧ୍ୟାପକ ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ଶବଦାହ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଅଟକାଇଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ପୋଲିସ କହିଚି ଯେ, ଯାଞ୍ଚ ବେଳେ ଜଣାପଡିଛି ଯେ ନାବାଳିକା ଜଣଙ୍କ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ମାଧ୍ୟମରେ ତାଙ୍କର ଜଣେ ବନ୍ଧୁଙ୍କୁ ମେସେଜ ପଠାଇଥିଲେ ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି । ସେଥିପାଇଁ ସେ ଆଉ ବଞ୍ଚିବାକୁ ଚାହୁଁନାହାନ୍ତି । ପ୍ରମାଣ ଲୁଚାଇବା ଏବଂ ପକ୍ସୋ ଆକ୍ଟ ଆଧାରରେ ଅଭିଯୁକ୍ତ କୋର୍ଟରେ ହାଜର କରାଯାଇଥିଲା । ସ୍ଥାନୀୟ କୋର୍ଟ ତାଙ୍କୁ ତିନି ଦିନିଆ ପୋଲିସ ହେପାଜତକୁ ପଠାଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!