Thursday, April 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାପାଙ୍କ ସ୍ମୃତି ପାଇଁ ପୁଅ କଲେନି ଦଶାହ କାର୍ଯ୍ୟ, ୧୧ ଦିନ ବାଣ୍ଟିବେ ମାଗଣା ଔଷଧ

by ସଞ୍ଜୟ ସ୍ୱାଇଁ
May 16, 2021
in Health, Lifestyle, State
ବାପାଙ୍କ ସ୍ମୃତି ପାଇଁ ପୁଅ କଲେନି ଦଶାହ କାର୍ଯ୍ୟ, ୧୧ ଦିନ ବାଣ୍ଟିବେ ମାଗଣା ଔଷଧ
529
VIEWS
Share on FacebookShare on Twitter

ସମ୍ବଲପୁର (ବାଘୁଆବାର୍ତ୍ତା): ରାଜ୍ୟରେ କୋଭିଡ କଳାବାଦଲ କାୟା ମେଲାଇ ଚାଲିଥିବା ବେଳେ ସମ୍ବଲପୁରରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବକ । ମୃତକଙ୍କ ପାଇଁ କିଏ ବ୍ରାହ୍ମଣ ଭୋଜନ ଦିଅନ୍ତି ତ କିଏ ଗଙ୍ଗା ଯାଇ ବୁଡ ପକାନ୍ତି । କିଏ ବନ୍ଧୁବାନ୍ଧବଙ୍କୁ ନୂଆ ଲୁଗା ବାଣ୍ଟନ୍ତି ତ କିଏ ମୃତକଙ୍କ ସ୍ମୃତିରେ ମୂର୍ତ୍ତି ନିର୍ମାଣ କରନ୍ତି । ତେବେ ବାପାଙ୍କ ମୃତ୍ୟୁ ପରେ ଶୁଦ୍ଧିକାର୍ଯ୍ୟରେ ଅଯଥା ଅର୍ଥ ଅପଚୟ ନକରି ୧୦ ଦିନଯାଏଁ ମାଗଣା ଔଷଧ ବାଣ୍ଟିବାକୁ ନିଷ୍ପତି ନେଇଛନ୍ତି ସମ୍ବଲପୁରର ଅକ୍ଷୟ ନାୟକ । ସମ୍ବଲପୁରର ପରମାଣପୁରରେ ଗଣେଶ ନାୟକଙ୍କ ପରିବାର ରୀତିକା ମେଡିକାଲ ଷ୍ଟୋର ନାମରେ ଏକ ଔଷଧ ଦୋକାନ ଖୋଲି ଗୁଜୁରାଣ ମେଣ୍ଟାନ୍ତି । ୪ ଦିନ ତଳେ ଗଣେଶ ନାୟକଙ୍କର ହଠାତ ମୃତ୍ୟୁ ହୋଇଥିଲା । ଏହା ପରେ ବାପାଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଏକ ହାର୍ଦ୍ଧିକ ନିଷ୍ପତ୍ତି ନେଇଛନ୍ତି ପୁତ୍ର ଅକ୍ଷୟ କୁମାର ନାୟକ । ନିଜ ଔଷଧ ଦୋକାନ ଆଗରେ ସେ ଏକ ପୋଷ୍ଟର ଲଗାଇ ବାପାଙ୍କ ମୃତ୍ୟୁର ତ୍ରୟଦଶ ଦିନ ଯାଏଁ ମାଗଣା ଔଷଧ ଦେବାକୁ ଘୋଷଣା କରିଛନ୍ତି । ମେ ୧୪ ତାରିଖରୁ ୨୪ ତାରିଖ ଯାଏଁ ୧୧ ଦିନ ଯେ କେହି ତାଙ୍କ ଔଷଧ ଦୋକାନରୁ ମାଗଣା ଔଷଧ କିଣିପାରିବେ ବୋଲି ସେ ପୋଷ୍ଟରରେ ଲେଖିଛନ୍ତି । ବାପାଙ୍କ ଆତ୍ମାର ସଦଗତି ପାଇଁ ଏହି ସେବା କରିବାର ସୁଯୋଗ ଦିଅନ୍ତୁ ବୋଲି ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ଅକ୍ଷୟ । କୋଭିଡ ସମୟରେ ଔଷଧ ଏବେ ସବୁଠୁ ଜରୁରୀ ପାଲଟିଥିବା ବେଳେ ଅକ୍ଷୟଙ୍କ ଏ ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତି ସମାରୋହ:ଏ ଜାତିର କର୍ଣ୍ଣଧାର ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ

April 29, 2026
ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉତ୍କଳ ସାମ୍ବାଦିକ ସଂଘ:ସାମ୍ବାଦିକ ମାନଙ୍କ ୫ଦଫା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

April 29, 2026
ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି:ବୟସ୍କ ବ୍ୟକ୍ତି ମୃତ

April 29, 2026
ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

ନୟାଗଡ଼ ପଞ୍ଚାୟତ ସମିତି ଦ୍ବାଦଶ ସାଧାରଣ ବୈଠକ ଅନୁଷ୍ଠିତ: ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ଅନୁପସ୍ଥିତକୁ ନେଇ ଗୃହରେ ଉଦବେଗ

April 29, 2026
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!