ନବରଙ୍ଗପୁର,(ବାଘୁଆବାର୍ତ୍ତା): ମାଓବାଦୀ ମାନେ ପୁଲିସ୍ ନିକଟରେ ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆହ୍ଵାନ ଦେଇଛନ୍ତି । ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ମାଓ ଗତିବିଧି ଓ କୋଭିଡ ପରିଚାଳନା ର ସ୍ଥିତି ତଦାରଖ କରିବା ସହ ସାମ୍ବାଦିକ ସମ୍ମିଳନୀ ଅବସରରେ ଏହା ପ୍ରକାଶ କରିଛନ୍ତି । ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ନବରଙ୍ଗପୁରର ସଶସ୍ତ୍ର ଆରକ୍ଷୀ କାର୍ୟ୍ୟାଳୟ, ଜିଲ୍ଲା ଆରକ୍ଷୀ କାର୍ୟ୍ୟାଳୟ , ନବରଂଗପୁର ଥାନାକୁ ଯାଇ ସୁରକ୍ଷା ବ୍ୟବସ୍ଥା ଓ ଜିଲ୍ଲାରେ କୋଭିଡ ପରିଚାଳନାର କାର୍ୟ୍ୟ ସମୀକ୍ଷା କରିଥିଲେ । ଜିଲ୍ଲାରେ କୋଭିଡ ପରିଚଳନାକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ ନବରଙ୍ଗପୁର ଜିଲ୍ଲାରେ କରୋନା କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ପକ୍ଷରୁ ଉଦ୍ୟମ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି । ଛତିଶଗଡ ଓ ନବରଙ୍ଗପୁର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସୀମା ସୁରକ୍ଷା କୁ ପ୍ରାଧାନ୍ୟ ଦିଆଯିବା ସହ କୋଭିଡ ପରିଚାଳନା କ୍ଷେତ୍ରରେ ଏନଫୋର୍ସ ମେଣ୍ଟ ସ୍କୁଆର୍ଡ ର କାର୍ୟ୍ୟ ଜିଲ୍ଲାରେ ସୂଚାରୁ ରୂପେ କାର୍ୟ୍ୟ କରୁଥିବା ନେଇ ସେ ସୂଚନା ଦେଇଛନ୍ତି। ଜିଲ୍ଲାରେ ମାଓ ଗତିବିଧି ହ୍ରାସ ପାଇବା ସହ ସ୍ଥିତ ରେ ସୁଧାର ଆସିଥିବା ସେ କହିଛନ୍ତି । ଏହି ଗସ୍ତ ସମୟ ରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆର କେ ଶର୍ମା, ଆଇଜି ପୁଲିସ୍ ପର୍ସନାଲ ଏସ ପ୍ରବୀଣ କୁମାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାୟୀ ମିନା ପ୍ରମୁଖ ଉପସ୍ଥିତ ଥିଲେ ।






