Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେନା କର୍ମଚାରୀଙ୍କ ମହିଳାଙ୍କୁ ମାଡ଼ ମାରିବା ମହଙ୍ଗା ପଡିଲା ….

by ସଞ୍ଜୟ ସ୍ୱାଇଁ
May 11, 2021
in Crime
ସେନା କର୍ମଚାରୀଙ୍କ ମହିଳାଙ୍କୁ ମାଡ଼ ମାରିବା ମହଙ୍ଗା ପଡିଲା ….
229
VIEWS
Share on FacebookShare on Twitter

ସୋର (ବାଘୁଆବାର୍ତ୍ତା): ଜଣେ ସେନା କର୍ମଚାରୀ ଅମାନୁଷିକ କାଣ୍ଡ ଘଟାଇଛନ୍ତି । ନିଜର ହିତାହିତ ଜ୍ଞାନ ଭୁଲି ଯାଇ ଜଣେ ମହିଳାଙ୍କୁ ଗୋଡେଇ ଗୋଡେଇ ପିଟିଲେ । ତେବେ ଏସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏପରି କାଣ୍ଡ ସୋର ଥାନା ଅନ୍ତର୍ଗତ ରୁପଖଣ୍ଡ ଗାଁରେ ଦେଖିବାକୁ ମିଳିଥିଲା । ତେବେ ପୂର୍ବ ଶତ୍ରୁତାରୁ ଏହି କାଣ୍ଡ ଘଟିଥିବା ସୂଚନା ମିଳିଛି । ରୁପଖଣ୍ଡ ଗ୍ରାମର ବୃନ୍ଦାବନ ବେହେରାଙ୍କ ଝିଅ ସତ୍ୟଭମାଙ୍କୁ ସେହି ଗ୍ରାମର ଆସାମ ରାଇଫଲରେ ସୈନିକ ଭାବେ କାର୍ଯ୍ୟରତ ବିଜୟ ବେହେରା ଗୋଡେଇ ଗୋଡେଇ ପିଟୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରୁ ଜଣାପଡିଥିଲା, ଯବାନ ବିଜୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସତ୍ୟଭାମା ଓ ତାଙ୍କ ମା’ ଶାନ୍ତିଲତାଙ୍କୁ ମାଡ଼ ମାରି ଗୁରୁତର କରି ପକାଇଥିଲେ । ଗୁରୁତର ଅବସ୍ଥାରେ ସତ୍ୟଭାମା ଓ ଶାନ୍ତିଲତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଏନେଇ ସତ୍ୟଭାମା ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୁଲିସ କେସ ନଂ ୧୯୪/୨୧ରେ ଏକ ମାମଲା ରୁଜୁ କରି ଘଟଣାର ପ୍ରାଥମିକ ତଦନ୍ତ କରି ସେନା କର୍ମଚାରୀ ବିଜୟ ଓ ତାଙ୍କ ଭାଇ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ପକ୍ଷରେ ସଞ୍ଜୟଙ୍କ ଅଭିଯୋଗ ମୁତାବକ ପୁଲିସ କେସ ନଂ.୧୯୫/୨୧ରେ ଅନ୍ୟ ଏକ ମାମଲା ରୁଜୁ କରି ସତ୍ୟଭମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!