Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରାରେ ଚାଲିଥିଲା ବେଧଡକ ମଦ ବେପାର, ଜବତ କଲା ପୁଲିସ

by ସଞ୍ଜୟ ସ୍ୱାଇଁ
May 11, 2021
in Business, Crime, State
ଚୋରାରେ ଚାଲିଥିଲା ବେଧଡକ ମଦ ବେପାର, ଜବତ କଲା ପୁଲିସ
99
VIEWS
Share on FacebookShare on Twitter

ପାଟଣା (ବାଘୁଆବାର୍ତ୍ତା): ଚାରିଆଡେ କରୋନା ଜନିତ ଲକଡାଉନ, ହେଲେ ଥମୁନି ଦେଶୀ ବିଦେଶୀ ମଦ କାରବାର । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରା ମଦ କାରବାର । ଏହି ପରିପେକ୍ଷୀରେ ତୁରୁମୁଙ୍ଗା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି । ସାଧାରଣ ଲୋକଙ୍କ ପାଇଁ ରୋଜଗାର କମିବାର ଡର ଥିବା ବେଳେ ଚୋରା ମଦ ବେପାରୀଙ୍କ ପାଇଁ ଆସିଛି ରୋଜଗାର ବାଟ । ଲକଡାଉନର ସୁଯୋଗ ନେଇ ଚୋରାରେ ଦେଶୀ ବିଦେଶୀ ମଦ ବିକ୍ରି ଆରମ୍ଭ କରିଛନ୍ତି କିଛି ବେପାରୀ । ଲକଡାଉନ କାରଣରୁ ସବୁ ଦୋକାନ ବଜାର ବନ୍ଦ ରହିଛି । ଏଥିରୁ ମଦ କାଉଣ୍ଟର ମଧ୍ୟ ବାଦ ପଡିନାହିଁ । ଯାହାର ଫାଇଦା ଉଠାଇବା ପାଇଁ କିଛି ଅସାଧୁ ବେପାରୀ ଚୋରା ଚାଲାଣ କରି ଚଢ଼ା ଦରରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏହାପରେ ତୁରୁମୁଙ୍ଗା ପୋଲିସ ଏକ ଢାବାରେ ଚଢ଼ାଉ କରି ବିଭିନ୍ନ କମ୍ପାନୀର ମଦ ବୋତଲ ଜବତ କରିଛି । ସେହିପରି ଜଗନ୍ନାଥ ନାମକ ଏକ ଢ଼ାବାରୁ ୫ଟି ବିଅର ବୋତଲ ଓ ହତିବାରୀ ନିକଟରେ ଥିବା ମା କାଳୀ ଢ଼ାବାରେ ଚଢ଼ାଉ କରି ପାଣି ଫିଲଟର ଭିତରେ ରଖିଥିବା ୩ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି । ବେଆଇନ ମଦ ଚୋରା କାରବାର ଓ ଚଢ଼ାଦର ରେ ମଦ ବିକ୍ରି ଅଭିଯୋଗରେ ତିନି ଢ଼ାବା ନାମରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!