Thursday, July 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କେସିଙ୍ଗା ସହରର ୫ ଦୋକାନକୁ ସିଲ କଲା ପ୍ରଶାସନ

by ସଞ୍ଜୟ ସ୍ୱାଇଁ
May 10, 2021
in Business, Crime
କେସିଙ୍ଗା ସହରର ୫ ଦୋକାନକୁ ସିଲ କଲା ପ୍ରଶାସନ
84
VIEWS
Share on FacebookShare on Twitter

କେସିଙ୍ଗା (ବାଘୁଆବାର୍ତ୍ତା): ରାଜ୍ୟରେ କୋଭିଡ ସଂକ୍ରମଣ ର ଦ୍ୱିତୀୟ ଲହର ଚାଲିଛି । ତେବେ ରାଜ୍ୟରେ ସଂକ୍ରମଣକୁ ଭାଙ୍ଗିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ଗତ ୫ ତାରିଖ ରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକ ଡାଉନ ଘୋଷଣା କରିଥିବା ବେଳେ ଶନିବାର ଓ ରବିବାର ଦିନକୁ ସପ୍ତାହନ୍ତ ସଟଡାଉନ ଘୋଷଣା କରିଛନ୍ତି । ରାଜ୍ୟରେ ଲକଡାଉନ ଓ ସଟଡାଉନ ଜାରି ରହିଥିଲେ ମଧ୍ୟ କେତେକ ଅମାନିଆ ଆଇନକୁ ଉଲଂଘନ କରୁଥିବା ଅଭିଯୋଗ ହେଉଛି । ଏମିତି କି କୋଭିଡ ନିୟମ କଟକଣା କୁ ଉଲଂଘନ କରି କେତେକ ବ୍ୟବସାୟୀ ନିଜର ଦୋକାନ ମଧ୍ୟ ଖୋଲୁଥିବା ବେଳେ ସ୍ଥାନୀୟ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ । ଲକ ଡାଉନ ସତ୍ତେ୍ୱ ନିୟମକୁ ଉଲଂଘନ କରି ଆଜି କେସିଙ୍ଗା ସହରରେ ଖୋଲାଯାଇଥିବା ୫ ଗୋଟି ଦୋକାନକୁ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ଉପସ୍ଥିତି ରେ ଏନଏସି କର୍ମଚାରୀ ମାନଙ୍କ ଦ୍ୱାରା ଦୋକାନ ସିଲ ହୋଇଥିବା ଜଣାପଡିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!