Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ପରିବାର ୮ ମୃତ, କ୍ୱାକ ପରାମର୍ଶରେ ଖାଇଥିଲେ କରୋନା ଔଷଧ

by ସଞ୍ଜୟ ସ୍ୱାଇଁ
May 6, 2021
in Health
ଗୋଟିଏ ପରିବାର ୮ ମୃତ, କ୍ୱାକ ପରାମର୍ଶରେ ଖାଇଥିଲେ କରୋନା ଔଷଧ
337
VIEWS
Share on FacebookShare on Twitter

ବିଳାସପୁର (ବାଘୁଆବାର୍ତ୍ତା): କରୋନାକୁ ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ସତର୍କ କରାଯାଉଛି । ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ଦରକାର ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ସରକାର କହୁଛନ୍ତି । ଛତିଶଗଡ଼ର ବିଳାସପୁରରେ ଘଟିଛି ଏକ ଅଘଟଣ । ଗୋଟିଏ ପରିବାରର ୮ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୫ ଅସୁସ୍ଥ ହୋଇପଡିଛନ୍ତି । କରୋନା ଲକ୍ଷଣ ଦେଖାଯିବା ପରେ ପରିବାର ଲୋକ କୌଣସି ଏକ ନକଲି ଡାକ୍ତର (କ୍ୱାକ)ଙ୍କୁ ଔଷଧ ପାଇଁ ପରାମର୍ଶ ମାଗିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାରର ସମସ୍ତ ସଦସ୍ୟ ହୋମିଓପାଥି ମେଡିସିନ ସେବନ କରିଥିଲେ । ମାମଲାରେ ପୋଲିସ ଯାଞ୍ଚ କରୁଥିବା ବେଳେ ବିଭିନ୍ନ ଦିଗ ଉପରେ ଧ୍ୟାନ ଦେଇ ତଦନ୍ତ କରୁଥିବା ଜଣାପଡିଛି । ଘଟଣାଟି ବିଳାସପୁରର ସିରଗିଟ୍ଟି ଥାନା ଅଞ୍ଚଳରେ ଘଟିଛି । କୋରମୀ ଗାଁର ଏହି ପରିବାର ଆଲକହଲ ଯୁକ୍ତ ହୋମିଓପାଥି ମେଡିସିନ ଖାଇଥିଲେ । ସେମାନେ ହୋମିଓପାଥି ଔଷଧ ଡ୍ରୋସେରା ୩୦ ସେବନ କରିଥିଲେ । ମେଡିସିନ ଖାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ତା ବିଗିଡିଥିଲା । ଏହା ପରେ ଜଣଙ୍କ ପରେ ଜଣେ ୮ ଜଣଙ୍କ ଜୀବନ ଯାଇଥିଲା । ମୃତକଙ୍କ ମଧ୍ୟରେ ୪ ଜଣଙ୍କ ଅନ୍ତିମ ସଂସ୍କାର ରାତିରେ କରିଦିଆଯାଇଥିଲା । ତେଣୁ ମାମଲାକୁ ନେଇ ସନ୍ଦେହ ବଢ଼ିଥିଲା । ଏବେ ଆହୁରି ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ଖାଇଥିବା ମେଡିସିନ ଡ୍ରୋସେରା ୩୦ରେ ୯୧ ପ୍ରତିଶତ ଆଲକହଲ ରହିଛି । ତେବେ ଅଭିଯୁକ୍ତ ନକଲି ଡାକ୍ତର ଫେରାର ହୋଇଯାଇଥିବା ଜଣାପଡିଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!