ଓଡ଼ଗାଁ, କୁରାଳ-ରୋଗୀମାନଙ୍କୁ ମାଗଣାରେ ଚିକିତ୍ସାଳୟ ନେବା ପାଇଁ ସରକାର ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି।କେନ୍ଦ୍ର ଓ ରାଜ୍ୟ ସରକାର ଘରେ ଘରେ ସ୍ବାସ୍ଥ୍ୟ ସେବା ନା ରେ ବିଭିନ୍ନ ଯୋଜନା କରୁଥିବାବେଳେ ଏହି ସେବା କେବଳ ନାମକୁ ମାତ୍ର ରହିଛି। ଆର୍ଥିକ ଅଭାବ ଅନାଟନ ପାଇଁ ରୋଗୀମାନେ ଆମ୍ବୁଲାନ୍ସସେବା ଉପରେ ନିର୍ଭର କରୁଥିବାବେଳେ ଏହାର ସଠିକ୍ ସେବା ପାଇ ନ ପାରି ରୋଗୀମାନେ ଅଯଥା ଖର୍ଚ୍ଚାନ୍ତ ହେବା ସହ ମାନସିକ ସ୍ତରରେ ଶୋଷଣର ଶିକାର ହେଉଛନ୍ତି।ଏଭଳି ଏକ ଘଟଣା ଘଟିଅଛି ଓଡ଼ଗାଁ ବ୍ଲକ କୁରାଳପଞ୍ଚାୟତରେ ।କୁରାଳଗ୍ରାମ ସୁଣ୍ଡିସାହି ଅନ୍ତର୍ଗତ ଜନୈକାଯୁବକ ନାରାୟଣ ଯାନୀ (୪୦)ଆଜି ସକାଳୁ କାନ ଓ ପାଟିରେ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସକୁ ମେଡ଼ିକାଲକୁ ଯିବା ପାଇଁ ଯୋଗାଯୋଗ କରିଥିଲେ,ତେବେ କୁରାଳଗ୍ରାମ କଣ୍ଟେନମେଣ୍ଟଜୋନ କହି ନିଜେ ନ ଆସିବା ସହ ୧୦୪କୁ ଯୋଗାଯୋଗ କହିବାପାଇଁ କହିଥିଲେ ।୧୦୪କୁ ଯୋଗାଯୋଗ କରିବାପରେ ସେ ମଧ୍ୟ ସେଇ ସମାନ କାରଣ ଦର୍ଶାଇଥିଲେ। ନିରୁପାୟ ହୋଇ ସ୍ଥାନୀୟ ନିତିଦିନ ସାମ୍ବାଦିକ ଗଣେଶ୍ୱର ସାହୁ ଏ ଘଟଣା ସମ୍ପର୍କରେ ଓଡ଼ଗାଁ ତହସିଲଦାର ଦୃଷ୍ଟି ଆକର୍ଷଣ କରିଥିଲେ।ଓଡ଼ଗାଁ ତହସିଲଦାର ବିଜୟିତାସାମନ୍ତସିଂହାର ଏହି ଘଟଣାକୁ ଗୁରୁତର ଭାବେ ନେଇ,ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ନୟାଗଡରୁ ଆମ୍ବୁଲାନ୍ସ ଆସି ରୋଗୀକୁ ନେଇଥିବା ଜଣାପଡିଛି ।ତେବେ କଣ୍ଟେନମେଣ୍ଟ ଜୋନ କହି ରୋଗୀକୁ ମେଡିକାଲ ନ ନେବା ୧୦୮ ସ୍ୱାସ୍ଥ୍ୟସେବା ଆମ୍ବୁଲାନ୍ସ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ତୁରନ୍ତ କୁରାଳ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହାର ପାଇଁ ତହସିଲଦାରଙ୍କୁ ଅଞ୍ଚଳବାସୀ ଦାବି କରିଛନ୍ତି ।






