Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ଅଫିସରଙ୍କ ବିରୋଧରେ ପତ୍ନୀଙ୍କ ସଙ୍ଗୀନ ଅଭିଯୋଗ, ସ୍ୱାମୀ ଅନ୍ୟ ପ୍ରେମରେ ପଡ଼ି ଉବୁଟୁବୁ ….

by ସଞ୍ଜୟ ସ୍ୱାଇଁ
April 30, 2021
in State
ପୋଲିସ ଅଫିସରଙ୍କ ବିରୋଧରେ ପତ୍ନୀଙ୍କ ସଙ୍ଗୀନ ଅଭିଯୋଗ, ସ୍ୱାମୀ ଅନ୍ୟ ପ୍ରେମରେ ପଡ଼ି ଉବୁଟୁବୁ ….
700
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ପରକୀୟା ପ୍ରୀତିରେ ଉବୁଟୁବୁ ପୋଲିସ ବାବୁ । ସ୍ତ୍ରୀ ଓ ପୁଅ ଥାଇ ନିଜ ବିଭାଗର ସୁନ୍ଦରୀ କର୍ମଚାରୀଙ୍କ ପ୍ରେମରେ ଭାସୁଛନ୍ତି ମହାଶୟ । ବାହାଘରକୁ ୧୭ ବର୍ଷ ହେଲାଣି । ବାବୁଙ୍କୁ ପ୍ରେମ ନିଶା ଏବେ ଏମିତି ଯେ, ସ୍ତ୍ରୀଙ୍କଠୁ ଅଲଗା ହେବାକୁ କୋର୍ଟକୁ ଯାଇଛନ୍ତି । ଏପଟେ ପତ୍ନୀ ସ୍ୱାମୀଙ୍କ ପରକୀୟା ପ୍ରୀତି ସାଙ୍ଗକୁ ଅବୈଧ ସଂପର୍କୟ ନେଇ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଖୋଲିଛନ୍ତି ମୁଖା । ଆଉ ଏଇ ଘଟଣା ଏବେ କେବଳ ପୋଲିସ ବାବୁଙ୍କ କର୍ମକ୍ଷେତ୍ର ନୁହେଁ ଡିପାର୍ଟମେଣ୍ଟରେ ବି ଚର୍ଚ୍ଚାର ବିଷୟ । ପୋଲିସ ବାବୁ ଜଣଙ୍କ ତଳିଆ କର୍ମଚାରୀ ନୁହନ୍ତି ପଦସ୍ଥ ଅଫିସରା ଅଭିଯୋଗ ଅନୁଯାୟୀ, ସେ ହେଲେ ଅନୁଗୋଳରେ ଅବସ୍ଥାପିତ ଏସଡିପିଓ ଅଶ୍ୱିନ କୁମାର ସାହୁ । ବାବୁ ୨୦୦୪ ମସିହାରେ ବିବାହ କରିଥିଲେ ତାଙ୍କର ପୁଅଟିଏ ଅଛି । କିନ୍ତୁ ବାବୁ କୁଆଡେ ସ୍ତ୍ରୀ-ପୁଅକୁ ଛାଡି ଜଣେ ଏସଆଇ ମ୍ୟାଡାମଙ୍କ ପ୍ରେମରେ ପହଁରୁଛନ୍ତି । ଏସଡିପିଓଙ୍କ ପତ୍ନୀ କରିଥିବା ଅଭିଯୋଗ ଯୋଗୁ ଏହା ଜଣା ପଡ଼ିଛି । ଅଶ୍ୱିନ କୁମାରଙ୍କ ଏହି ପରକୀୟା ପ୍ରୀତି ୨୦୧୧ ର । ଯାଜପୁର ରୋଡ ଥାନାରେ ଅବସ୍ଥାପିତ ହେବା ବେଳେ ସଂପୃକ୍ତ ଏସଆଇ ମ୍ୟାଡାମଙ୍କ ପ୍ରେମରେ ପଡିଥିଲେ ଅଶ୍ୱିନ କୁମାର ସାହୁ । ଏପରିକି ଏଥିପାଇଁ ସେ ପତ୍ନୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଅଶ୍ୱିନୀଙ୍କ ସ୍ତ୍ରୀ । ମହିଳା ଏସଆଇଙ୍କ ସହ ସ୍ୱାମୀଙ୍କ ସଂପର୍କ ଜାଣିବା ପରେ ଅଶ୍ୱିନୀ ଙ୍କ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ । ସେଥିପାଇଁ ତାଙ୍କୁ ବହୁତ ଦିନ ହେବ ବିଭିନ୍ନ ପ୍ରକାର ମାନସିକ ଓ ଶାରୀତିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଅଶ୍ୱିନୀ । ହେଲେ ଏସବୁ ସହି ଚୁପ ଚାପ ରହୁଥିଲେ ଅଶ୍ୱିନୀଙ୍କ ସ୍ତ୍ରୀ । ହେଲେ ସ୍ତ୍ରୀଙ୍କୁ ନଜଣାଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଳେ ଅଶ୍ୱିନୀ । ଏହାକୁ ବିରୋଧ କରି ଅଶ୍ୱିନଙ୍କ ପତ୍ନୀ ମହିଳା କମିଶନଙ୍କ ପାଖରୁ ଆରମ୍ଭ କରି ଡିଜିପି ଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ କେହି ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ ଅଶ୍ୱିନ କୁମାର ସାହୁଙ୍କ ପ୍ରତିକ୍ରିୟା ଜଣା ପଡିନାହିଁ । ନ୍ୟାୟ ଅପେକ୍ଷାରେ ଏବେ ପୋଲିସ ବାବୁଙ୍କ ବିବାହିତା ପତ୍ନୀ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!