Monday, October 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ମହାନିର୍ଦ୍ଦେଶକଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

by ସଞ୍ଜୟ ସ୍ୱାଇଁ
April 6, 2021
in Feature News, State
ପୁଲିସ ମହାନିର୍ଦ୍ଦେଶକଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ
187
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଅପରାହ୍ନରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲା ର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡି.ସି.ପି ଭୁବନେଶ୍ୱର ଓ ଡି.ସି.ପି କଟକ ଙ୍କ ସମେତ ସମସ୍ତ ରେଂଜର ଆଇ.ଜି ଓ ଡି.ଆଇ.ଜି, ପୋଲିସ କମିସନର କଟକ-ଭୁବନେଶ୍ୱର ମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି । ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଏହି ବୈଠକରେ ଭୁବନେଶ୍ୱରରୁ ନିର୍ଦ୍ଦେଶକ ଏସ.ସି.ଆର.ବି, ନିର୍ଦ୍ଦେଶକ ଗୁଇନ୍ଦା ବିଭାଗ, ଆଇ.ଜି (ଅପେରେସନ୍), ଡି.ଆଇ.ଜି ଗୁଇନ୍ଦା ବିଭାଗ ପ୍ରମୁଖ ଭି.ଡି.ଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡକ୍ୱାଟର୍ସ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ, ଆଇ.ଜି କ୍ରାଇମବ୍ରାଞ୍ଚ, ଆଇ.ଜି (ପ୍ରୋଭିଜନିଂ), ଆଇ.ଜି (କାର୍ମିକ) ପ୍ରମୁଖ ପୋଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଛତିଶଗଡ଼ରେ ମାଓବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଗଣ ଦୁଇମିନିଟ ନୀରବ ପ୍ରାର୍ଥନା କରି ଶୋକବ୍ୟକ୍ତ କରିଥିଲେ । ଏହାସହ ସେମାନଙ୍କ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଥିଲେ । କରୋନା ଏନ୍ଫୋର୍ସମେଣ୍ଟ ଏବଂ ତତ୍ ସମ୍ପର୍କିତ ବିଭିନ୍ନ୍ ଜନହିତକର କାର୍ଯ୍ୟର ସମୀକ୍ଷା, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତ ଯୋଜନା ପ୍ରସ୍ତୁତ କରଯାଇଛି । ସେହିପରି ଡାଏଲ ୧୧୨ନଂ ର ପରିଚାଳନା ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ସମ୍ପର୍କିତ ସମୀକ୍ଷା । ଇ-ଅଭିଯୋଗରେ ବିଚାରଧିନ ସମ୍ପର୍କିତ ସମୀକ୍ଷା । ତଦନ୍ତ ସମ୍ପର୍କିତ ରେକର୍ଡ଼ର ଡିଜିଟାଲାଇଜେସନ (ମାଲଖାନା ପରିମାପର ମାନ, ୱାରେଣ୍ଟ ମ୍ୟାନେଜ୍ମେଣ୍ଟ ବ୍ୟବସ୍ଥା ଇତ୍ୟାଦି) । ଏମ-ପୋଲିସ୍ ଏବଂ ପାସପୋର୍ଟ ଯାଞ୍ଚ ର ସମୀକ୍ଷା । ଡ୍ରଗସ ସମ୍ପର୍କିତ ପ୍ରାକ୍ ବିଚାର ପ୍ରକ୍ରିୟା ସଂକ୍ରାନ୍ତୀୟ ନିଷ୍ପତ୍ତି । ଥାନାରେ ଜବତ ହୋଇ ପଡିରହିଥିବା ଗାଡ଼ି ଏବଂ ସେଗୁଡ଼ିକର ବ୍ୟବସ୍ଥାପନ । ବିଚାର ପ୍ରକ୍ରିୟା ସମୟରେ ପୋଲିସ ସାକ୍ଷୀଙ୍କର ଉପସ୍ଥିତି । ୨୦୨୧ ମସିହାରେ ବିଭିନ୍ନ ଜିନିଷପତ୍ରର ବଣ୍ଟନ/ଯୋଗାଣ ଏବଂ କ୍ରୟ ସମ୍ପର୍କିତ ସମୀକ୍ଷା କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!