ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଚଳନ୍ତା ଟ୍ରେନରୁ ଦୁଇଖଣ୍ଡ ହେଲା ଏକ୍ସପ୍ରେସ୍ ଟ୍ରେନ୍ । ଟ୍ରେନର ଗୋଟିଏ ଭାଗ ଟ୍ରାକରେ ଅଟକିଯାଇଥିବା ବେଳେ ଅନ୍ୟ ଏକ ଭାଗ ୧କିମି ଅତିକ୍ରମ କରି ଆଗକୁ ଚାଲିଯାଇଥିଲା । ଏଭଳି ଘଟଣାର ସମ୍ମୁଖୀନ ହୋଇଛି ସପ୍ତକ୍ରାନ୍ତି ଯାତ୍ରୀବାହୀ ଏକ୍ସପ୍ରେସ୍ ଟ୍ରେନ୍ । ଯାହାକି ଉତ୍ତରପ୍ରଦେଶ ଲକ୍ଷେ୍ନାର କାକୋରୀ ଷ୍ଟେସନରେ ଏଭଳି ଅଘଟଣ ଘଟିଛି । ସୂଚନାନୁସାରେ, ସପ୍ତକ୍ରାପ୍ତି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନର କପଲିଙ୍ଗ ଛିଡିବା ଯୋଗୁଁ ଟ୍ରେନଟି ଚଳନ୍ତା ଅବସ୍ଥାରେ ମଝିରୁ ଦୁଇଖଣ୍ଡ ହୋଇଯାଇଥିଲା । ଯାହାଫଳରେ ଟ୍ରେନର ଅଧା ସେଠାରେ ଅଟକି ଯାଇଥିବା ବେଳେ ଅନ୍ୟ ଭାଗ ୧କିମି ଆଗାକୁ ଚାଲିଯାଇଥିଲା । ଏହାକୁ ଦେଖି ଯାତ୍ରୀମାନେ ଭୟଭିତ ହୋଇପଡିଥିଲେ । ଚଳନ୍ତା ଟ୍ରେନରେ ହୋ ହାଲ୍ଲା କରିଥିଲେ । ପରେ ଟ୍ରେନ ଡ୍ରାଇଭର ଏନେଇ ରେଲୱେ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ଖବର ପାଇ କଣ୍ଟ୍ରୋଲ ରୁମ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଟ୍ରେନକୁ ଅଟକାଇଥିଲେ । ଏଭଳି ଘଟଣା ଘଟିଥିଲେ ମଧ୍ୟ କେହି ମୃତାହତ ହୋଇ ନଥିବା ଜଣାପଡିଛି । ପରେ ଟ୍ରେନକୁ ପୁଣି ପଛକୁ ଅଣାଯାଇଥିଲା ଓ ଅଲଗା ହୋଇଥିବା ବଗି ଗୁଡିକୁ ଯୋଡାଯାଇଥିଲା । ପରେ ସ୍ୱଭାବିକ୍ ହୋଇଥିଲା । ସାପ୍ତକ୍ରାପ୍ତି ଏକ୍ସପ୍ରେସ ଆନନ୍ଦ ବିହାରରୁ ମୁଜାଫରପୁରକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି ।






