Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଟକ ଠାରେ ୮୬ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
April 1, 2021
in Feature News
କଟକ ଠାରେ ୮୬ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
110
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): ଓଡିଶା ପୋଲିସର ରାଜ୍ୟସ୍ତରୀୟ ୮୬ ତମ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଷଷ୍ଠ ବାଟାଲିୟନ ଠାରେ ପାଳନ କରାଯାଇଅଛି । ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ୟ୍ୟପାଇଁ ସଫଳ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ଅଭୟ କିଛି ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ଡି.ଜି.ପି ପ୍ରଥମେ ସହିଦ ପୋଲିସ କର୍ମଚାରୀ ଏବଂ କୋଭିଡ ବିରୁଦ୍ଧରେ ଲଢେଇ କରି ପ୍ରାଣବଳି ଦେଇଥିବା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମାଲକାନଗିରି ଉପାନ୍ତ ଅଞ୍ଚଳରେ ନକ୍ସଲ ଦମନ ଅଭିଯାନରେ ଓଡିଶା ପୋଲିସରପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିଛି । ସେହିପରି ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାରେ ପୋଲିସର ଭୂମିକା ପ୍ରଶଂସନୀୟ । ଓଡିଶା ପୋଲିସ ବିପୁଳ ପରିମାଣରେ ବ୍ରାଉନ ସୁଗାର ଏବଂ ଗଞ୍ଜେଇ ଜବତ କରି ରେକର୍ଡ ସୃଷ୍ଟି କରିଛି ବୋଲି ଡିଜିପି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହିଳା ଓ ଶିଶୁ ମାନଙ୍କ ବିରୋଧରେ ଅପରାଧକୁ ଦୃଢ ହସ୍ତରେ ଦମନ, ଭର୍ଚୁଆଲ ପୋଲିସ ଷ୍ଟେସନ ବ୍ୟବସ୍ଥାରେ ଥାନାକୁ ନଯାଇ “ସିଟିଜେନ ପୋର୍ଟାଲ୍” ଏବଂ “ସହାୟତା ମୋବାଇଲ ଆପ”ମାଧ୍ୟମରେ ଲୋକମାନେ ସେମାନଙ୍କ ଅଭିଯୋଗ ର-ୠ.ଓ.ଜଦାଖଲ, ରାଜ୍ୟର ନିଖୋଜ ଶିଶୁଙ୍କୁ ଠାବ କରିବା, ମାଓବାଦୀ କାର୍ୟ୍ୟକଳାପକୁ ଦୃଢହସ୍ତରେ ଦମନ ଭଳି ପଦକ୍ଷେପ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ କ୍ଷେତ୍ରରେ ପୋଲିସକୁ ସତର୍କତାର ସହ କାର୍ୟ୍ୟ କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ଏ.ଡି.ଜି (ହେଡ୍ କ୍ୱାର୍ଟର) ଶ୍ରୀ ଲଳିତ ଦାସ ପାଠ କରିଥିଲେ । ଏହା ପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୋଲିସ ସେବା ପାଇଁ କିଛି ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଏ.ପି.ଆର୍ କନେଷ୍ଟବଳ ଅଶ୍ୱିନୀକାନ୍ତ ସାହୁ , ଓ.ଆର୍ କନେଷ୍ଟବଳ ସନ୍ତୋଷ କୁମାର ନାୟକ, ଟ୍ରାଫିକ କନେଷ୍ଟବଳ ପ୍ରଶାନ୍ତ କୁମାର ପରିଡା, ହାବିଲଦାର ପୋତୁରାଜ କୁର୍ମି, ଏ.ଏସ୍.ଆଇ କୈଳାସ ଚନ୍ଦ୍ର ପ୍ରଧାନ, ସବ୍-ଇନିସ୍ପେକ୍ଟର ସରୋଜ କୁମାର ନାୟକ, ଇନିସ୍ପେକ୍ଟର ଚିନ୍ତାମଣି ପ୍ରଧାନ, ଇନିସ୍ପେକ୍ଟର ଗୀତାଞ୍ଜଳି ପଣ୍ଡା, ଇନିସ୍ପେକ୍ଟର ଆଶିଷ କୁମାର ରାଉତ ଓ ଶ୍ରେଷ୍ଠ ଟିମ୍ ଲିଡର ଏସ୍.ଓ.ଜି ର ଡେପୁଟି ସୁବେଦାର ଶାସ୍ୱତ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଷଷ୍ଠ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଓ.ଏସ୍.ଏ.ପି ଷଷ୍ଠ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, କଟକ, ଓ.ଏସ୍.ଏ.ପି ସପ୍ତମ ବାଟାଲିୟନ, ଭୁବନେଶ୍ୱର, ଓ.ଏସ୍.ଏ.ପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତଏ.ଡି.ଜି ଶ୍ରୀ ଆଶୁତୋଷ ମିଶ୍ର,ଏବଂ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ବିଶ୍ୱାଳ,ଅବସରପ୍ରାପ୍ତ ଏସ୍.ପି ଭିଜିଲାନ୍ସ, କଟକଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯାଇଥିଲା । ଆଜିର ଏହି ଆନୁଷ୍ଠାନିକ ପରେଡରେ ସର୍ବମୋଟ ଛଅ (୬) ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡର ମୁଖ୍ୟ କମାଣ୍ତରଲୋଚନ ପଶାୟତ, ଡେପୁଟି କମଣ୍ଡାଣ୍ଟ, ଓ.ଏସ୍.ଏ.ପି, ପ୍ରଥମ ବାଟାଲିୟନ, ଢେଙ୍କାନାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏ.ଡି.ଜି (ହେଡ୍ କ୍ୱାର୍ଟର) ଶ୍ରୀ ଲଳିତ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ୟ୍ୟ ପରିଚାଳନା କରାଯାଇଥିଲା । ଏହାପରେ ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ଠାରେ୬୧ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯିବା ସହ ସ୍ୱର୍ଗତ ଭ୍ରମରବର ସାହୁ ଓ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।ମାଲକାନଗିରି ଜିଲ୍ଲାର ସ୍ୱର୍ଗତଃ ଜୟରାମ କବାସି ଓ ସ୍ୱର୍ଗତଃ ରାମୁ ଦରୁଆ, ମୟୂରଭଞ୍ଜର ସ୍ୱର୍ଗତଃ ସୁଧିର କୁମାର ଟୁଡୁ, ଅନୁଗୋଳର ସ୍ୱର୍ଗତଃ ଦେବାଶିଷ ସେଠୀଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି କନ୍ଧମାଳ ଜିଲ୍ଲାର କାର୍ତ୍ତିକ କହଁର, ଯଶବନ୍ତ ସାହୁ, ବନ୍ତି ପ୍ରଧାନ, ପରମାନନ୍ଦ ବେହାରଦଳାଇ ଏବଂ ପ୍ରକାଶ ଚନ୍ଦ୍ର ସାହୁ (ଭୁବନେଶ୍ୱର) ଙ୍କୁ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!