ନୟାଗଡ଼,(ବାଘୁଆବାର୍ତ୍ତା):ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ସାହିତ୍ୟ ଇ ପତ୍ରିକା ତରଫରୁ ନୟାଗଡ଼ ଜିଲ୍ଲାର କୁଶପାଣ୍ଡେରୀ ଗ୍ରାମର ଶ୍ରୀଯୁକ୍ତ କବିରାଜ ଦାସ ଓ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ନିକଟବର୍ତ୍ତୀ ଗୋବିନ୍ଦପୁର ଵୃଦ୍ଧାଶ୍ରମରେ ରହୁଥିବା ଦିବ୍ୟାଙ୍ଗ ସୁରଦାସ ଚୌହାନଙ୍କୁ “ସ୍ୱାତୀଲଗ୍ନା କଳା ସମ୍ମାନ” ରେ ସମ୍ମାନିତ କରାଯାଇଛି| ଶ୍ରୀଯୁକ୍ତ କବିରାଜ ଦାସ ଏକତାରା ବାଦ୍ୟ ଯନ୍ତ୍ର ବ୍ୟବହାର କରି ବହୁତ ସୁନ୍ଦର ଭାବରେ କଳାକୁ ପରିବେଷଣ କରନ୍ତି ସେହିଭଳି ଶ୍ରୀ ସୁରଦାଶ ଚୌହାନ ମଧ୍ୟ ଦାସକାଠିଆକୁ ବ୍ୟବହାର କରି ବହୁତ ସୁନ୍ଦର ଭାବରେ ଅନ୍ତର୍ନିହିତ କଳାକୁ ପରିବେଷଣ କରି ସଭିଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି |ଓଡ଼ିଶାର ପ୍ରାଚୀନ କଳାକୁ ଉଜିବିତ କରି ରଖିଥିବାରୁ ଉଭୟଙ୍କୁ “ସ୍ୱାତୀଲଗ୍ନା କଳା” ସମ୍ମାନରେ ସମ୍ମାନିତ କରି ତାଙ୍କରି ମୁହଁରେ ହସ ଫୁଟେଇବାର ଛୋଟ ପ୍ରୟାସ କାରିଛି ବୋଲି ସ୍ୱାତୀଲଗ୍ନାର ପ୍ରତିଷ୍ଠାତା ଓ ମୁଖ୍ୟ ସୁଶାନ୍ତ କୁମାର ପାତ୍ର ମତ ରଖିଛନ୍ତି ଏବଂ ସଭିଙ୍କୁ ଉତ୍କଳ ଦିବସର ହାର୍ଦିକ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି| ସୁଦୂର ଓମାନରେ ଥାଇ ସୁଶାନ୍ତ କୁମାର ପାତ୍ର ଏହିଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସଭିଏଁ ପାତ୍ର ମହୋଦୟଙ୍କୁ ଶୁଭେଚ୍ଛା ମଧ୍ୟ ଜଣେଇଛନ୍ତି |






