ଲକ୍ଷ୍ନୌ,(ବାଘୁଆବାର୍ତ୍ତା): ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଘଟିଛି ଏକ ଅଜବ ଘଟଣା। ପତ୍ନୀର ଅନ୍ୟ ପୁରୁଷ ସହ ଅନୈତିକ ସଂପର୍କ ଥିବା ସନ୍ଦେହ କରି ସ୍ବାମୀ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱସ୍ତତା ପରୀକ୍ଷା କରିବା ଆଳରେ ସ୍ବାମୀ ପତ୍ନୀର ଗୁପ୍ତାଙ୍ଗ ସିଲେଇ କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଅଜବ ଘଟଣା ଘଟିଛି ରାମପୁର ଜିଲ୍ଲାର ମିଲକ ଅଞ୍ଚଳରେ। ମିଳିଥିବା ସୂଚନା ମୁତାବକ, ଅନୈତିକ ସଂପର୍କ ନେଇ ସନ୍ଦେହ ଥିବାରୁ ଅଭିଯୁକ୍ତ ସ୍ବାମୀ ପତ୍ନୀକୁ ବିଶ୍ୱସ୍ତତା ପରୀକ୍ଷା କରିବାକୁ କହିଥିଲା। ପତ୍ନୀ ରାଜି ହେବା ପରେ ଅଭିଯୁକ୍ତ ପୀଡ଼ିତାର ହାତ ଓ ଗୋଡ଼ ବାନ୍ଧି ଆଲୁମିନିୟମ ସୂତାରେ ପତ୍ନୀର ଗୁପ୍ତାଙ୍ଗ ସିଲେଇ କରିବା ସହ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହା ପରେ ପୀଡ଼ିତା ନିଜ ମା’ଙ୍କୁ ଏହି ଘଟଣା ବିିଷୟରେ ଜଣାଇବା ପରେ ତାଙ୍କ ମା’ ଘରେ ପହଞ୍ଚି ପୀଡ଼ିତାଙ୍କୁ ଡାକ୍ତରଖାନା ନେଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ମା’ ମିଲକ ପୁଲିସ ଷ୍ଟେସନରେ ଅଭିଯୁକ୍ତ ଜ୍ବାଇଁ ବିରୋଧରେ ଏତଲା ଦେବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।






