Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରନ୍ଧା ବାରହା ମାଂସ ଜବତ

by ସଞ୍ଜୟ ସ୍ୱାଇଁ
March 15, 2021
in Crime, Nayagarh
ରନ୍ଧା ବାରହା ମାଂସ ଜବତ
877
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଲଡୁକେଶରପୁର ଶାସନ ଗାଁ ନିକଟରେ ବାରହା ଶିକାର କରାଯାଇଥିବା ମାଂସକୁ ଖବର ପାଇ ବନ ବିଭାଗ ପକ୍ଷରୁ ଚଢଉ କରି ରନ୍ଧା ମାଂସ ଜବତ କରିଥିବା ବେଳେ ଏକ ମାମଲା ଋଜୁ କରିଥିବା ଜଣାପଡିଛି । ସୂଚନାନୁସାରେ, ମହିପୁର ବନାଞ୍ଚଳ ଅନ୍ତର୍ଗତ ଲଡୁକେଶରପୁର ଶାସନ ଗାଁରେ ନିକଟରେ ବାରହା ଶିକାର କରାଯାଇଥିବା ନେଇ ସ୍ଥାନୀୟ ଲୋକ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ । ତେବେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡିଙ୍କ ନିର୍ଦ୍ଦେଶକ୍ରମେ ମହିପୁର ବନାଞ୍ଚଳ ଅଧିକାରୀ ଶୁଧାଂସୁ ଶେଖର ପଣ୍ଡାଙ୍କ ତତ୍ୱବଧାନରେ ମହିତମା ବନପାଳ ରାକେଶ କୁମାର ସାହୁ, ନୂଆଗାଁ ବିଟର ଶ୍ରଦ୍ଧାଞ୍ଜଳୀ ସାହୁ ଓ ଜିଗିନିପଡ଼ା ବିଟର ସୁଧାକର ସାହୁ ମିଳିତ ଭାବେ ଲଡୁକେଶରପୁର ଶାସନ ଗାଁରେ ପହଂଚିଲା ବେଳେକୁ ଗ୍ରାମ ନିକଟସ୍ଥ ଏକ ନାଳ ପାଖରେ ଜଣେ ବ୍ୟକ୍ତି ସ୍କୁଟିଧରି ଠିଆ ହୋଇଥିଲା । ତେବେ ବନବିଭାଗ କର୍ମାଚରୀଙ୍କୁ ଦେଖି ସ୍କୁଟି ଛାଡି ଧାଇଁବାରୁ ସନ୍ଦେହ ହୋଇଥିଲା । ତେବେ ଗାଡ଼ି ପାଖକୁ ଗଲା ବେଳକୁ ଏକ ଡେକଚିରେ ଥିବା ୧କେଜି ରନ୍ଧାମାଂସ, କେବୁଲ ତାର, କଟୁରୀ, ଟାଙ୍ଗିଆ ଜବତ କରିଥିବା ବେଳେ ଉକ୍ତ ବ୍ୟକ୍ତି ଛାଡି ଯାଇଥିବା ହୋଣ୍ଡା ସ୍କୁଟି ନଂ (ଓଡି୩୩ ଡବ୍ଲ୍ୟୁ ୭୭୨୬) ଗାଡ଼ିକୁ ବନବିଭାଗ ସିଜ୍ କରିବା ସହିତ ଓଆର କେସ ନଂ ୩୮/୨୧ରେ ମାମଲା ଋଜୁ କରାଯାଇ ଥିବାବେଳେ ରନ୍ଧା ଯାଇଥିବା ମାଂସ ଓୟୁଟିକୁ ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଥିବା ମହିପୁର ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!