ନୟାଗଡ଼, (ବାଘୁଆବାର୍ତ୍ତା): “ଘର ହିଁ ବିଦ୍ୟାଳୟ ପ୍ରକଳ୍ପ” ଆଧାର (୨) ପ୍ରଥମ ଶ୍ରେଣୀର ଶିଶୁ ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ଼ ଉମାକାନ୍ତ ତ୍ରିପାଠୀ ଦଶପଲ୍ଲା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଅଧ୍ୟାପକ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ନିମେନ୍ତ ଆଶିଷ ଭିକ୍ଷା କରିବା ବେଳେ ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନନାୟକ ଅତିଥି ଅଧିକାରୀଙ୍କ ପରିଚୟ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପସ୍ଥାପନା କରିଥିଲେ । ମୁଖ୍ୟବକ୍ତା ଡ. ମାନସ କୁମାର ସାହୁ (ଅଧ୍ୟାପକ, ଡି.ଆଇ.ଇ.ଟି କଲେଜ, ସୁନାଖଳା) ମହୋଦୟ ଶିଶୁର ସାମଗ୍ରିକ ବିକାଶ ଦିଗରେ ଅଭିଭାବକଙ୍କ ସକ୍ରିୟତା କେଉଁ ପରି ହେବା ଆବଶ୍ୟକ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ । ଶିଶୁର ସମଗ୍ର ବିକାଶ ନିମନ୍ତେ ପଞ୍ଚ ଜ୍ଞାନେନ୍ଦ୍ରିୟ , ପଞ୍ଚ କର୍ମେନ୍ଦ୍ରିୟ ଓ ପାଞ୍ଚ ଦକ୍ଷତା ସହ ପଞ୍ଚକୋଷର ବିକାଶ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ଶିଶୁଙ୍କ ମସ୍ତିକର ୮୫ ଭାଗ ଜନ୍ମରୁ ୬ ବର୍ଷ ଭିତରେ ବିକାଶ ହୋଇଥାଏ । ଦିନଚର୍ଯ୍ୟା , ସମୟାନୁବର୍ତିତା, ଅନୁଶାସନ, ବ୍ୟବସ୍ଥିତତା ଆଦି କାର୍ଯ୍ୟ ଅଭିଭାବକଙ୍କ ଉଚିତ୍ ମାର୍ଗଦର୍ଶନରେ କରିବା ସହ ଉପଯୁକ୍ତ ବୟସରେ ଶିଶୁଙ୍କ ଭାଷାର ବିକାଶ ପ୍ରତି ଧ୍ୟାନ ଦେବ । ଧାରଣା, ସ୍ମୁତି, କଳ୍ପନା, ପରୀକ୍ଷଣ, ନିରୀକ୍ଷଣ, ସଂଶ୍ଲେଷଣ, ବିଶ୍ଳେଷଣ, ତର୍କ, ଅନୁମାନ, ତୁଳନା, ଅନୁଭବ ଆଦି ୧୧ଟି କୌଶଳର ବିକାଶ କରାଇଲେ ବୌଦ୍ଧିକ ବିକାଶର ଉନ୍ନତି ଘଟିପାରିବ । ଆଈ ମା’ କାହାଣୀ, ପହଳିକା, ଢଗଢମାଳି, ଲୋକକଥା, ଆଦି ଅନୌପଚାରିକ ଶିକ୍ଷା ଶିଶୁ ତା’ର ପରିବାରରୁ ଶିକ୍ଷା ପାଇବା ବେଳେ ଔପଚାରିକ ଶିକ୍ଷା ବିଦ୍ୟାଳୟରୁ ଶିକ୍ଷା ଲାଭ କରିଥାଏ । ଦେଶକଥା, ସଂସ୍କୃତି କଥା, ବୀରତ୍ୱ କଥା ଶିଶୁଙ୍କୁ ଶିକ୍ଷା ଦେବା ଆବଶ୍ୟକ । ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଲାଭ କରିଲେ ଶିଶୁଟିଏ ନିଶ୍ଚିତ ରୂପେ ପୂର୍ଣ୍ଣାଙ୍ଗ ମଣିଷ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଡ. ଉମାକାନ୍ତ ତ୍ରିପାଠୀ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁମାନଙ୍କର ମୋ ଭାଷା, ମୋ ଗଣିତ ପ୍ରାୟୋଗିକ କାଳାଂଶ ହୋଇଥିଲା । ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଓ ଗୁରୁଜୀ ଗୁରୁମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।






