ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଅପରାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଫଳାଫଳ ସନ୍ତୋଷ ଜନକ ହୋଇଛି। ବିଦ୍ୟାମନ୍ଦିର ୬୭ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ A1 ଗ୍ରେଡରେ ୫ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ A2 ଗ୍ରେଡରେ ୧୨ଜଣ, B1 ଗ୍ରେଡରେ ୧୯ଜଣ, B2 ଗ୍ରେଡରେ ୧୬ଜଣ, C ଗ୍ରେଡରେ ୧୧ଜଣ ଓ D ଗ୍ରେଡରେ ୩ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବଂ ପରୀକ୍ଷା ଅଧାରୁ ଜଣେ ଶିକ୍ଷାର୍ଥୀ ଶାରୀରିକ ଅସୁସ୍ଥତା କାରଣରୁ ପରୀକ୍ଷା ଦେଇ ନପାରି ଅକୃତକାର୍ଯ୍ୟ ହୋଇଛନ୍ତି। ତେବେ A1 ପାଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ମାଟ୍ରିକ ପରୀକ୍ଷା ଆଦ୍ୟାଶା ସୁବୁଦ୍ଧି -୫୫୭, ଅୟସ୍କାନ୍ତ ମହାପାତ୍ର -୫୫୭, ସିକୃତି ବିଶ୍ୱାଳ -୫୫୬, ହିରଣ୍ମୟୀ ଆଚାର୍ଯ୍ୟ -୫୪୦ ଓ ସ୍ୱୟଂଶ୍ରେୟା ନାୟକ -୫୪୦ ନମ୍ବର ରଖି ବିଦ୍ୟାଳୟର ଗୌରବ ଅଭିବୃଦ୍ଧି କରିଛନ୍ତି। ଏହି ଅବସରରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ପ୍ରଶାସନିକ ପରିଷଦ ଓ ଅନ୍ୟାନ୍ୟ କର୍ମ କର୍ତ୍ତାବୃନ୍ଦ ବେଶ୍ ଖୁସି ଅଛନ୍ତି। ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମିଠା ଖୁଆଇବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନ ଗୁରୁଜୀ ଅମ୍ବିକା ପ୍ରସାଦ ପଟ୍ଟନାୟକ। ଦୀର୍ଘ ଦିନରୁ ପାଇ ଆସୁଥିବା ଏହି ସଫଳତା ଏ ବର୍ଷ ମଧ୍ୟ ବଜାୟ ରହିଛି।






