Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତା ବିବାଦ ; ଜାତୀୟ ରାଜପଥ ଅବରୋଧ କରିବେ ୧୭ ଖଣ୍ଡ ମୈାଜାବାସୀ

by ସଞ୍ଜୟ ସ୍ୱାଇଁ
June 24, 2025
in Nayagarh
ରାସ୍ତା ବିବାଦ ; ଜାତୀୟ ରାଜପଥ ଅବରୋଧ କରିବେ ୧୭ ଖଣ୍ଡ ମୈାଜାବାସୀ
393
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦରଥାନା ଅନ୍ତର୍ଗତ ମାଳିସାହି, ଢେଙ୍କେଣା, ଖଣ୍ଡୁଗାଁ, ଚାହାଳୀ ପଞ୍ଚାୟତର ୧୭ ଖଣ୍ଡ ମୈାଜାବାସୀ ରାସ୍ତା ନିର୍ମାଣ ଦାବିରେ ଆସନ୍ତା ୨୫ ତାରିଖ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ କରିବେ । ଏନେଇ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଗାଁ ଗାଁ ବୁଲି କ୍ରିୟାନୁଷ୍ଠାନ କମିଟି ଲୋକଙ୍କୁ ସଚେତନ କରିବା ସହ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଉଛି । ଦୀର୍ଘ ୧୦ ବର୍ଷ ଧରି ୧୭ ଖଣ୍ଡ ମୈାଜା ଓ ଗୁଡ଼ୁପାଙ୍ଗୀ ମଧ୍ୟରେ ରାସ୍ତା ପାଇଁ ବିବାଦ ଲାଗି ରହିଛି । ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ରହିଛି । ୧୭ ଖଣ୍ଡ ମୈାଜାବାସୀ ବଳଭଦ୍ରପୁର ଢିପାମାଳ ରାସ୍ତାକୁ ସଦାବନ୍ଧ ଛକ ଦେଇ ନିର୍ମାଣ କରିବାକୁ ଦାବି କରୁଥିବା ବେଳେ ଗୁଡ଼ୁପାଙ୍ଗୀ ଏହାକୁ ବିରୋଧ କରୁଛି । ଗୁଡ଼ୁପାଙ୍ଗୀ ରାସ୍ତା ତାଙ୍କ ଗ୍ରାମ ଦେଇ ନିର୍ମାଣ କରିବା ଜିଦରେ ଅଟଳ ରହିଛି । ଏହି ବିବାଦକୁ ନେଇ ବିଗତ ଦିନରେ ଅନେକ ରାସ୍ତାରୋକ, ପ୍ରଜାମେଳି ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ଅନେକ ପ୍ରୟାସ ପରେ ବି ରାସ୍ତା ନିର୍ମାଣ ହୋଇପାରୁନାହିଁ । ମାଳିସାହି ପଞ୍ଚାୟତର ୫ ଖଣ୍ଡ ଆଦିବାସୀ ଗ୍ରାମ ଏବଂ ଦେଉଳି ଗାଇଚରା ପଡ଼ିଆ ସଂଯୋଗ କରୁଥିବା ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଆରମ୍ଭ ହୋଇଥିଲା । ଏହାକୁ ବିରୋଧ କରି ଗୁଡ଼ୁପାଙ୍ଗୀ ୨୦୧୪ ମସିହାରେ ଲଙ୍କାକାଣ୍ଡ ସୃଷ୍ଟି କରିଥିଲା । ଠିକା ସଂସ୍ଥାର ଅନେକ ମେସିନ ପୋଡ଼ି ଦେବା ସହ ପୁଲିସକୁ ଆକ୍ରମଣ କରିଥିଲା । ଯାହାକୁ ନେଇ ରାସ୍ତାର ଗତିପଥ ପରିବର୍ତ୍ତନ କରାଯାଇ ଗୁଡ଼ୁପାଙ୍ଗୀ ଗ୍ରାମ ଦେଇ ନିର୍ମାଣ କରାଯାଇଥିଲା । ଉକ୍ତ ରାସ୍ତା ନିର୍ମାଣ ଅଧାପନ୍ତରିଆ ଭାବେ ରହିଥିବା ବେଳେ ୧୭ ଖଣ୍ଡ ବାସୀ ବଳଭଦ୍ରପୁର ଦେଇ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଛନ୍ତି । ଏହାକୁ ନେଇ ପୂର୍ବରୁ ପ୍ରଜା ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଘଟଣା ଘଟି ଯାଇଛି । ବିବାଦ ସମାଧାନ କରିବା ପାଇଁ ଜିଲ୍ଲାପାଳ ସବୁ ଚେଷ୍ଟା କରିଛନ୍ତି । ଶାନ୍ତି କମିଟିଠାରୁ ଆରମ୍ଭ କରି ଅନେକ ପ୍ରୟାସ କରାଯାଇଥିବା ବେଳେ ଗୁଡ଼ୁପାଙ୍ଗୀ ସମାଧାନ ପାଇଁ ଆଗେଇ ପାରି ନାହିଁ । ରାସ୍ତା ନିର୍ମାଣକୁ ବିରୋଧ କରି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପର‌୍ୟ୍ୟନ୍ତ ମାମଲା ଯାଇଛି । ସେଠାରୁ ଫେଲ ମାରିବା ପରେ ବି ବଳଭଦ୍ରପୁର ଦେଇ ରାସ୍ତା ନିର୍ମାଣକୁ ଗୁଡ଼ୁପାଙ୍ଗୀ ବିରୋଧ କରିଛି। ଫଳରେ ୫ ଖଣ୍ଡ ଆଦିବାସୀ ଗାଁ ବାସିନ୍ଦା ଜଙ୍ଗଲ ପରିସରରୁ ବାହାରକୁ ବାହାରିବା ପାଇଁ ଯନ୍ତ୍ରଣା ଭୋଗୁଛନ୍ତି । ବିଗତ ଦିନରେ ଜିଲ୍ଲାପାଳ ୪୦ ଲକ୍ଷ ଟଙ୍କା ମଞ୍ଜୁର କରି ପୁଲିସ ଫୋର୍ସ ଉପସ୍ଥିତିରେ ମାଟି ରାସ୍ତା ନିର୍ମାଣ କରିଥିଲେ । ତାହା ଅଧପନ୍ତରିଆ ହୋଇ ରହିଥିବା ବେଳେ ତୁରନ୍ତ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି ହେଉଛି । ୧୭ ଖଣ୍ଡ ମୈାଜାବାସୀ ଜାତୀୟ ରାଜପଥ ଅବରୋଧ କରିବା ସହ ଜେଲଭର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!