Tuesday, June 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଶ୍ୱ ରକ୍ତଦାତା ଦିବସ:୪୧ୟୁନିଟ୍ ରକ୍ତ ସଂଗ୍ରହ

by ସଞ୍ଜୟ ସ୍ୱାଇଁ
June 14, 2025
in Nayagarh
ବିଶ୍ୱ ରକ୍ତଦାତା ଦିବସ:୪୧ୟୁନିଟ୍ ରକ୍ତ ସଂଗ୍ରହ
275
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବର୍ତ୍ତା): ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ ଗୃହରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପୁଷ୍ପା ନିଳୀମା ଲାକାରା ଯୋଗ ଦେଇ ରକ୍ତ ଦାନ, ମହତ ଦାନ ଉପରେ ବକ୍ତବ୍ୟ ରଖିଥିଲେ l ରକ୍ତ ଜଣେ ରୋଗୀଙ୍କୁ ମରଣ ମୁଖରୁ ଜୀବନ ଦାନ ଦେଇଥାଏ। ସେହିପରି ରକ୍ତ ଦାନ କରିବା ଦ୍ୱାରା ରକ୍ତଦାତାଙ୍କର ସ୍ବାସ୍ଥ୍ୟ ସଂପର୍କରେ ଆଲୋଚନା କରିଥିଲେ l ସଭାରେ ଅଧ୍ୟକ୍ଷତା କରିଥିଲେ ବ୍ଲଡ଼ ବ୍ୟାଙ୍କ୍ ଅଧିକାରୀ ଡାକ୍ତର ପୀତବାସ ନାୟକ ରକ୍ତ ଦାନ କରିବାକୁ ସମସ୍ତେ ସେଚ୍ଛାକୃତ ଭାବେ ଆଗେଇ ଆସିଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ l ସମ୍ମାନିତ ଅତିଥି ଅତିରିକ୍ତ ଜନ ସ୍ବାସ୍ଥ୍ୟ ଅଧିକାରୀ ନୌଷଦ ଅଲ୍ଲୀ ଖାଁ , ଡାକ୍ତର ବନମାଳୀ ପ୍ରଧାନ , ଡାକ୍ତର ପ୍ରସନ୍ନ ପ୍ରସାଦ ସାହୁ ଓ ସମାଜ ସେବୀ ଦାମଦର ସାହୁ ସଭାରେ ଉପସ୍ଥିତ ଥିଲେ ।

ଅଧିକାରି ମାନେ ରକ୍ତଦାନର ନିୟମାବଳି ସମ୍ପର୍କରେ ଆଲୋଚନା କରିଥିଲେ। ୬୦ ଜଣ ରକ୍ତଦାତା ଏହି ସଭାରେ ଯୋଗଦାନ କରି ତାଙ୍କର ବକ୍ତବ୍ୟ ରଖିଥିଲେ। ଗାଁ ଗାଁରେ ସଚେତନତା ହୋଇପାରିଲେ ରକ୍ତଦାତା ସଂଖ୍ୟା ବୃଦ୍ଧି ପାଇବ। ରକ୍ତ ଦାନ କାର୍ଯ୍ୟରେ ବର୍ଷ ତମାମ ସହଯୋଗ କରୁଥିବା କିଛି ରକ୍ତ ଦାତାଙ୍କୁ ଏହି ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ସହିତ ବିଶ୍ଵ ରକ୍ତଦାତା ଦିବସ ଉପଲକ୍ଷେ ନୟାଗଡ ଅବକାରୀ ବିଭାଗର ଅଧିକାରୀଙ୍କ ତତତ୍ଵାବଧାନରେ ଅବକାରୀ ବିଭାଗର କର୍ମଚାରୀ ମାନେ ରକ୍ତଦାନ କରିଥିଲେ l ଆଜିର ରକ୍ତ ଦାନ ଶିବିରରେ ୪୧ ଜଣ ରକ୍ତ ଦାତା ରକ୍ତ ପ୍ରଦାନ କରିଥିଲେ । ଅତିରିକ୍ତ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଅଶୋକ ସାହୁ ,ଦୀପକ ଦଳବେହେରା, ଅଜୟ ପଟ୍ଟନାୟକ, ପବିତ୍ର ମୋହନ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!