Monday, April 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେଇ ଦୁଇ ଯୁବକ ଗିରଫ

by ସଞ୍ଜୟ ସ୍ୱାଇଁ
May 25, 2025
in Crime, State
ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେଇ ଦୁଇ ଯୁବକ ଗିରଫ
88
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ କଟକର ଦୁଇ ଯୁବକଙ୍କୁ ଗିରଫ କରି ତଦନ୍ତ କରୁଛି ଚାଉଳିଆଗଞ୍ଜ ଥାନା ପୋଲିସ। ଗତ ୧୫ ତାରିଖ ଦିନ ମହାନଦୀ କୂଳ ଗାନ୍ଧିପଲ୍ଲୀ ଗଡ଼ା ନିକଟରେ ଏହି ରାଷ୍ଟ୍ର ବିରୋଧୀ ସ୍ଲୋଗାନ ଦେଇଥିଲେ ଦୁଇ ଯୁବକ। ସୂଚନା ଅନୁଯାୟୀ, ଅଭିଯୁକ୍ତ ସୌରଭ କୁମାର ସାହୁ “ପାକିସ୍ତାନ ଜିନ୍ଦାବାଦ” ନାରା ଦେଇଥିଲେ, ଆଉ ଗୌତମ ଲେଙ୍କା ନାମକ ଜଣେ ବ୍ୟକ୍ତି ଏହାକୁ ମୋବାଇଲରେ ରେକର୍ଡ କରିଥିଲା। ପରେ ଏହାକୁ ଜାଣିଶୁଣି ଭାଇରାଲ୍ କରିଥିଲେ ଅଭିଯୁକ୍ତ। ଦୁଇଟି ମୋବାଇଲ ଫୋନ୍ ଜବତ୍ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ। ତେବେ ଗିରଫ ସୌରଭ ନାଁରେ ପୂର୍ବରୁ ଚାଉଳିଆଗଞ୍ଜ ଥାନାରେ ଦୁଇଟି ମାମଲା ଥିବାବେଳେ, ଗୌତମ ନାଁରେ ମର୍କତ ନଗର ଥାନାରେ ଗୋଟିଏ ମାମଲା ରହିଥିବା ସୂଚନା ଦେଇଛି କମିଶନରେଟ ପୋଲିସ। ଏହା ସହ ପୋଲିସର ସୂଚନା ଅନୁଯାୟୀ, ସୌରଭ କୁମାର ସାହୁ ଓ ଗୌତମ ଲେଙ୍କାକୁ ରବିବାର ଗିରଫ କରାଯାଇଛି। ଘଟଣାରେ ଆଉ କାହା କାହାର ସଂପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍। ଗିରଫ ଅଭିଯୁକ୍ତ ଗୌତମ ଲେଙ୍କାଙ୍କର ଏକ ରାଇଫଲ ଧରି ଥିବା ଫଟୋ ମଧ୍ୟ ଭାଇରାଲ୍ ହେଉଥିବାବେଳେ, ଏହି ଫଟୋ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି ଏବଂ ଦୁଇ ଅଭିଯୁକ୍ତ କଟକ ସହରର ସାମ୍ପ୍ରଦୟିକ ସଦଭାବ, ସମନ୍ୱୟକୁ ନଷ୍ଟ କରି ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

ଜିଲ୍ଲା ଚିକିତ୍ସାଳୟରେ ବିଶ୍ୱ ମ୍ୟାଲେରିଆ ଦିବସ-୨୦୨୬

April 25, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:ଦ୍ବିତୀୟ ଦିନରେ ଡ୍ର ରହିଲା ମ୍ୟାଚ୍

April 25, 2026
ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ  ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ:ପରାଜିତ ବିଧାୟକ ପ୍ରାର୍ଥୀ ଏଠି ଚୌକି ପାଇଁ ସାଂସଦଙ୍କ ପ୍ରତିନିଧି

April 25, 2026
ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

ଶନିଶ୍ଚର ଦେବଙ୍କ ତୃତୀୟ ବାର୍ଷିକ ଉତ୍ସବ:ନୂତନ ଯଂଜ୍ଞ ମଣ୍ଡପ ନିର୍ମାଣ ପାଇଁ ଦାବୀ

April 25, 2026
ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

ଶ୍ରୀଜଗନ୍ନାଥ କଳା ବିକାଶ ଟ୍ରଷ୍ଟ:ସ୍କିଲ୍ ଫେଷ୍ଟ ୨୦୨୬ ପ୍ରତିଯୋଗିତା

April 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!