Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲୁଗାଁ ବ୍ୟବସାୟୀଙ୍କଠୁ ଅଳଙ୍କାର ଲୁଟ୍ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

by ସଞ୍ଜୟ ସ୍ୱାଇଁ
May 21, 2025
in Crime, State
ବାଲୁଗାଁ ବ୍ୟବସାୟୀଙ୍କଠୁ ଅଳଙ୍କାର ଲୁଟ୍ ଘଟଣା, ଦୁଇ ଅଭିଯୁକ୍ତ ଗିରଫ
58
VIEWS
Share on FacebookShare on Twitter

ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ବାଲୁଗାଁରେ ସୁନା ଅଳଙ୍କାର ବ୍ୟବସାୟୀ ପ୍ରହଲ୍ଲାଦ ନାୟକଠୁ ଲୁଟ୍ ଘଟଣାରେ ପୁଲିସରୁ ଆଶିଂକ ସଫଳତା । ଏହି ଚୋରି ଘଟଣାରେ ବାଲୁଗାଁ ପୁଲିସ ମୋଟ୍ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମହେଶ ପ୍ରଧାନ ଓ ରବି । ବୁଧବାର ଦିନ ପ୍ରାୟ ୧ଟା ବେଳେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ । ଅଭିଯୁକ୍ତଙ୍କୁ ଠାରୁ ୭ କିଲୋଗ୍ରାମ ରୁପା ଅଳଙ୍କାର ଓ ଲୁଟରେ ବ୍ୟବହୃତ ହୋଇଥିବା ଦୁଇଟି ବାଇକ୍ ଜବତ କରିଛି ବାଲୁଗାଁ ପୋଲିସ । ଏହି ଅଳଙ୍କାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ । ତେବେ ଏହି ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗରିଫ କରିବାରେ ବିଫଳ ହୋଇଛି । ସୂଚନା ଅନୁଯାୟୀ, ଏହି ଗତ ୯ ତାରିଖରେ ବାଲୁଗାଁ ଥାନା ଅନ୍ତର୍ଗତ ଉମାକାନ୍ତପୁର ଗାଁର ପ୍ରହଲ୍ଲାଦ ନାୟକ ବାଲୁଗାଁ, ବାଣପୁର ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରୁ ଅଳଙ୍କାର ନେଇ ଖଲିକୋଟ୍ ଅଭିମୁଖେ ଯାଉଥିଲେ । ଏହି ସମୟରେ ନିର୍ମିଖେତା ଗାଁ ନିକଟରେ ୫ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବନ୍ଧୁକ ମୁନରେ ଲୁଟ୍ କରିଥିଲେ । ଦୁଇ ରାଉଣ୍ଡ ଗୁଳି ଫୁଟାଇ ୧୫କିଲୋଗ୍ରାମ ରୂପା ଅଳଙ୍କାର ସହିତ କିଛି ସୁନା ଅଳଙ୍କାର ଲୁଟି ନେଇଥିବା ପ୍ରହଲ୍ଲାଦଙ୍କ ପତ୍ନୀ ସୁନିତା ନାୟକ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସପି ସାଗରିକା ନାଥ ନିର୍ଦ୍ଦେଶ କ୍ରମେ ଏସଡିପିଓ ସଂଜୟ ପଟ୍ଟନାୟକଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଗଠନ କରିଥିଲେ । ପରେ ଏହି ଟିମ୍ ଗଞ୍ଜାମ ଜିଲ୍ଲାର କୋଟିନଡ଼ା ଥାନା ଅନ୍ତର୍ଗତ ସାପୁର ଗାଁରେ ଚଢ଼ାଉ କରି ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଏହି ଅଭିଯୁକ୍ତ ମାନେ ମହେଶ ପ୍ରଧାନ ଓ ରବି । ସେମାନଙ୍କଠୁ ୭ କିଲୋଗ୍ରାମ ରୁପା ଓ ଦୁଇଟି ବାଇକ୍ ଜବତ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!