ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅଧିନସ୍ଥ କେତେକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଆଜି ଅଦଳ ବଦଳ କରାଯାଇଛି । ବିଡିଓ ଐଶୋର୍ଯ୍ୟା ଭୂୟାଁ ଏହି ଅଦଳବଦଳ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି, ନାଟୁଗାଁ ପଞ୍ଚାୟତ ପିଇଓ ପବିତ୍ର କୁମାର ମଲ୍ଲଙ୍କୁ କେବଳ ଇଟାମାଟି ଦାୟିତ୍ୱ ଦିଆଯାଇଛି । ଚଣ୍ଡିବସ୍ତ ଓ ଭାଟସାହି ପଞ୍ଚାୟତ ପିଇଓ ଶତୁଘ୍ନ ପଟ୍ଟନାୟକଙ୍କୁ ଇକିରି ଓ ବିରୁଡ଼ା ଦାୟିତ୍ୱ ଦିଆଯାଇଛି । ଇକିରି ଓ ବିରୁଡ଼ା ଦାୟିତ୍ୱରେ ଥିବା ଲୋଚନ ମାର୍ଥାଙ୍କୁ ଚଣ୍ଡିବସ୍ତ ଓ ଭାଟସାହି ଦାୟିତ୍ୱ ଦିଆଯାଇଛି । କ୍ରିଦାଶପୁର ପଞ୍ଚାୟତ ପିଇଓ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ଶରଧାପୁର ଓ ଶରଧାପୁର ପଞ୍ଚାୟତ ପିଇଓ ରଶ୍ମିତା ସେଠୀଙ୍କୁ କ୍ରିଦାଶପୁର ଦାୟିତ୍ୱ ଦିଆଯାଇଛି । ବ୍ଲକ ଗ୍ରାମ ପଞ୍ଚାୟତ ସେସ୍କନର ଅତିରିକ୍ତ ଦାୟିତ୍ୱ ଲେଙ୍କୁଡ଼ିପଡ଼ା ପିଇଓ ସନ୍ଦୀପ ପରିଡ଼ା, ଲକ୍ଷ୍ମୀପ୍ରସାଦ ପିଇଓ ବିପିନ ପରିଡ଼ାଙ୍କୁ ପ୍ରଦାନ କରାଯାଇଛି । ଗ୍ରାମ ପଞ୍ଚାୟତ ସେସ୍କନରୁ ମଧୁସ୍ମିତା ନାୟକଙ୍କୁ ନାଟୁଗାଁ ପିଇଓ ଭାବେ ବଦଳି କରାଯାଇଛି ।






