Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ

by ସଞ୍ଜୟ ସ୍ୱାଇଁ
May 14, 2025
in NATIONAL NEWS
ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ
131
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ସୂଚନା ଥାଉକି, ପୂର୍ଣ୍ଣମ କୁମାର ଭୁଲବଶତଃ ଅନ୍ତର୍ଜାତୀୟ ସୀମା ପାର କରି ଏପ୍ରିଲ ୨୩ ତାରିଖରେ ପାକିସ୍ତାନରେ ପହଞ୍ଚିଥିଲେ । ଯାହା ପରେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସମାନେ ହେପାଜତକୁ ନେଇଥିଲେ। ପଞ୍ଜାବର ଫିରୋଜପୁର ସେକ୍ଟରରେ ଥିଲା ତାଙ୍କର ପୋଷ୍ଟିଂ । ଏହି ଘଟଣା ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରଦିନ ଘଟିଥିଲା। ବିଏସ୍ଏଫ୍ ଅଧିକାରୀଙ୍କ ସୂଚନା ଅନୁସାରେ,ଯବାନ ପିକେ ସାହୁ ବର୍ଡର ପାଖାପାଖି ଏକ କ୍ଷେତରେ କୃଷକମାନଙ୍କ ସହ ଥିଲେ । ଗୋଟିଏ ଗଛ ତଳେ ବିଶ୍ରାମ କରିବାକୁ ଯାଇ ଅଜାଣତରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ପାକ୍ ଆର୍ମି ତାଙ୍କୁ ଉଠାଇ ନେଇ ଅଟକ ରଖିଥିଲେ । ଏହା ପରେ, ଭାରତ ୭ ମଇରେ \’ଅପରେସନ୍ ସିନ୍ଦୂର\’ ଅଧୀନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ସଠିକ୍ ଆକ୍ରମଣ କରିଥିଲା । ପାକିସ୍ତାନ ମଧ୍ୟ ପ୍ରତିଶୋଧ ନେଇଥିଲା, ଯାହା ଉତ୍ତେଜନାକୁ ବୃଦ୍ଧି କରିଥିଲା । ଗତ ୨୧ ଦିନ ଭିତରେ ପିକେ ସାହୁଙ୍କୁ ଛାଡ଼ିବା ପାଇଁ ବିଏସ୍ଏଫ୍ ଅଧିକାରୀମାନେ ଅନେକ ଥର ଫ୍ଲାଗ୍ ମିଟିଂ କରିଛନ୍ତି କିନ୍ତୁ ପାକ୍ ତରଫରୁ କୌଣସି ଉତ୍ତର ଆସିନଥିଲା । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ପରେ ଆଶା ଥିଲା ଯେ ଉଭୟ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ ପୁଣି ଥରେ ବୈଠକ ପରେ ଯବାନଙ୍କୁ ଅଣାଯାଇପାରିବ । ଶେଷରେ ସେଇଆ ହିଁ ହେଲା,ଭାରତ ଫେରିଲେ ଯବାନ୍ । ହାର୍ ମାନିଲା ପାକିସ୍ତାନ,ଭାରତର ବଡ଼ କୂଟନୈତିକ ବିଜୟ ହୋଇଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!