Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟ୍ରାକ୍ଟର, କମ୍ପ୍ରେସର ଓ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ

by ସଞ୍ଜୟ ସ୍ୱାଇଁ
May 13, 2025
in Nayagarh
ଟ୍ରାକ୍ଟର, କମ୍ପ୍ରେସର ଓ ବିସ୍ଫୋରକ ସାମଗ୍ରୀ ଜବତ, ୪ ଗିରଫ
269
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲ ଅଧିନ ସିଂଘାପଡା ପଞ୍ଚାୟତ ବେଡାଙ୍କି ପଥର ଖଣିରୁ ବେଆଇନ ଭାବେ କମ୍ପ୍ରେସର ଓ ବିସ୍ଫୋରକ ସାମଗ୍ରୀ ସାହାର‌୍ୟ୍ୟରେ ବର୍ଷ ବର୍ଷ ଧରି ଲଘୁ ଖଣିଜ ସମ୍ପଦ ଲୁଟ କରି ଆସୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ, ଖଣି ବିଭାଗ ଅଧିକାରୀ ଇଶ୍ୱର ଚନ୍ଦ୍ର ପ୍ରଧାନ ପୁଲିସ ଟିମ ସହ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗୋଟିଏ ନୀଳ ରଙ୍ଗର ଟ୍ରାକ୍ଟର, ଗୋଟିଏ କମ୍ପ୍ରେସର ମେସିନ, ୨୩୮ ଗୋଟି ଆଲୁମିନିୟମ ଡୋଟୋନେଟର ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭାପୁର ବ୍ଲକ ଅଧୀନ ବଳଦିଆ ନୂଆଗାଁର ପୀତବାସ ବେହେରା, ପଥରପୁଞ୍ଜି ଗ୍ରାମର ଉପେନ୍ଦ୍ର କୁମାର ସ୍ୱାଇଁ, ବାଘୁଆପଲ୍ଲୀ ଗ୍ରାମର ସୁଦାମ ମଲ୍ଲିକ ସମେତ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ଅଧୀନ ମଙ୍ଗଳପୁର ଗ୍ରାମର ବେଲାରସେନ ପାତ୍ର ଓରଫ ବାଦଲକୁ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଏକ ମାମଲା ରୁଜ୍ଜୁ ହୋଇଥିବା ଖଣ୍ଡପଡ଼ା ଏସ୍ଡିପିଓ ମଦନ ମୋହନ ପ୍ରଧାନଙ୍କ ଠାରୁ ପ୍ରକାଶ। ପୁଲିସର ଏହି ଚଢାଉ ଅଭିଯାନ ପରେ ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲଘୁଖଣିଜ ସମ୍ପଦ ଲୁଟ କରୁଥିବା ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଉକ୍ତ ସ୍ଥାନରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ପଥରଖଣି ଚଳାଇଥିବା ମାଷ୍ଟରମାଇଣ୍ଡ ମାଫିଆଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!