ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପାଲଟିଲାଣି ନିଆଁଗଡ଼ । ଲଗାତର ଭାବେ ୩ ଦିନ ଧରି ନୟାଗଡ଼ର ତାପମାତ୍ର ୪୨ ଡିଗ୍ରୀ ସେଲସିୟସ ରହୁଥିବା ବେଳେ ପାହାଡ଼ ଓ ପର୍ବତ ଘେରା ନୟାଗଡ଼ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଘରୁ ବାହାରିବାକୁ ସୁଯୋଗ ଦେଉନି । ବିଦ୍ୟୁତ୍ ବିଭ୍ରାଟ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି । ଲଗାତର ଭାବେ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ ସମସ୍ୟା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି । ନୟାଗଡ଼ ସହର ସମେତ ଜିଲ୍ଲାର ଅନେକ ସହରରେ ଫ୍ୟାନ ଘୁରୁନଥିବା ଅଭିଯୋଗ ହେଉଛି । ମାତ୍ରଧିକ ପରିମାଣର ଏସି ଲଗାଯିବା ଦ୍ୱାରା ଲୋ ଭୋଲଟେଜ ସମସ୍ୟା ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି । ଭିତ୍ତିଭୂମୀକୁ ସୃଦୃଢ଼ କରିବାରେ ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଏଭଳି ସମସ୍ୟା ହୋଇଛି । ଚଳିତ ବର୍ଷ ପ୍ରବଳ ଖରା ସାଙ୍ଗକୁ ତାପମାତ୍ର ବୃଦ୍ଧି ଚାଷ କାର୍ୟ୍ୟରେ ବାଧକ ସୃଷ୍ଟି ହୋଇଛି । କାଳବୈଶାଖି ପ୍ରଭାବରେ ହେଉଥିବା ବର୍ଷା ବନ୍ଦ ହୋଇଯାଇଥିବା ବେଳେ ମୈାସୁମୀ ଏକମାତ୍ର ଭରସା ବୋଲି ଆଲୋଚନା ହେଉଛି ।






