Wednesday, April 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜରାଜୀର୍ଣ୍ଣ ଅବସ୍ଥାରେ ହାତୀଶାଳ ମଠ

by ସଞ୍ଜୟ ସ୍ୱାଇଁ
May 10, 2025
in Nayagarh, State
ଜରାଜୀର୍ଣ୍ଣ ଅବସ୍ଥାରେ ହାତୀଶାଳ ମଠ
200
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ମାଟି ଐତିହ୍ୟ, କଳା, ସାହିତ୍ୟ ଓ ସଂସ୍କୃତିର ମାଟି । ବହୁ ପ୍ରାଚୀନ କଥା ଓ ପରମ୍ପରା ସହ ଏଠାକାର ଚାଲିଚଳଣି ମଧ୍ୟ ଅଲଗା ପ୍ରକାରର । ନୟାଗଡ଼ ପୁରୁଣାସହରରେ ରହିଛି ଅନେକ ପ୍ରାଚୀନ ତଥା ଐତିହାସିକ କିମ୍ବଦନ୍ତୀ । ଦକ୍ଷିଣକାଳୀ ମନ୍ଦିର, ଜଗନ୍ନାଥ ମନ୍ଦିର ସହ ଅନେକ ମଠ ଏବଂ ପୁରୁଣା ରାଜବାଟୀ ଏହି ପୁରୁଣାସହରରେ ରହିଛି । ରହିଥିବା ମଠ ମଧ୍ୟରୁ ଅନ୍ୟତମ ହେଉଛି ହାତୀଶାଳ ମଠ । ନୟାଗଡ଼ ଜଗନ୍ନାଥ ମନ୍ଦିରଠାରୁ ଜିଲ୍ଲା ପରିଷଦ କାର‌୍ୟ୍ୟାଳୟକୁ ଯିବା ରାସ୍ତାର ବାମ ପାଶ୍ୱର୍ରେ ଏହି ମଠ ରହିଛି । ଜଗନ୍ନାଥ ମନ୍ଦିର ଇତିହାସ ସହ ହାତୀଶାଳ ମଠର ଅନେକ ସମ୍ପର୍କିତ ପୃଷ୍ଠା ଆଜି ବି ପାଠ ହୋଇନାହିଁ । ଏଣ୍ଡୋମେଣ୍ଟ କମିଶନ ଅଧିନରେ ଏହି ମଠ ରହିଥିବା ବେଳେ ଏଠାରେ ଅନେକ ବିବାହ, ବ୍ରତ ଓ ନିର୍ବନ୍ଧ କାର‌୍ୟ୍ୟ କରାଯାଇଥାଏ । ଏହି ମଠ ଅଧିନରେ ରହିଥିବା ଅନେକ ସମ୍ପତ୍ତିକୁ ବିଗତ ଦିନରେ ଜୈନିକ ମହନ୍ତ ବିକ୍ରି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ମହୀପୁର, ସୁନାଲଟି, ପଣ୍ଡୁସର ଓ ଆଡ଼ିପଡ଼ା ଅଞ୍ଚଳରେ ଥିବା ୫୦ ଏକରରୁ ଉର୍ଦ୍ଧ୍ୱ ଚାଷ ଜମିକୁ ବିକ୍ରି କରି ଦିଆଯାଇଛି । ମଠକୁ ଲାଗି କୋଟି କୋଟି ଟଙ୍କା ମୁଲ୍ୟର ୧୨ ମାଣ ଚାଷ ଜମି ରହିଛି । ଯାହା କିଛି ବର୍ଷ ହେବ ଚାଷ ନହୋଇ ପଡ଼ି ରହିଛି । ମଠ ଘର ଗୁଡ଼ିକ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ପ୍ରାଚୀର ଓ ଚତୁପାଶ୍ୱର୍ ପରିବେଶ ବେଶ ଅପାନ୍ତେୟ ଭାବେ ପଡ଼ି ରହିଛି । ବଡ଼ମଠ ଅଧିନରେ ରହିଥିବା ହାତୀଶାଳ ମଠରେ ମହନ୍ତ ରଘୁନାଥ ଓ ଗୋପୀନାଥଙ୍କୁ ଦୈନିକ ପୂଜାର୍ଚ୍ଚାନ କରିଥାନ୍ତି । ଅନେକ ସମୟରେ ବାହାରୁ ଆସୁଥିବା ସାଧୁ, ସନ୍ଥମାନେ ଏଠାରେ ଅବସ୍ଥାନ କରିଥାନ୍ତି । ମଠର ଦୈନନ୍ଦିନ ପୂଜାର୍ଚ୍ଚାନ ଓ ଭୋଗ ଅନେକ ଦାତବ୍ୟ ବ୍ୟକ୍ତିଙ୍କ ସହଯୋଗ ମିଳୁଥିବା ମହନ୍ତ କହିଛନ୍ତି । ଅନେକ ସମୟରେ ଆସୁଥିବା ସାଧୁ, ସନ୍ଥଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରିବାକୁ ହଇରାଣ ହେବାକୁ ପଡ଼ୁଥିବା ମଧ୍ୟ ସୂଚନା ଦେଇଛନ୍ତି । ମଠ ଗୃହ ଗୁଡ଼ିକରୁ ବର୍ଷାଦିନେ ପାଣି ଗଳୁଥିବା ବେଳେ ଏହା ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି । ଯାହାର ମରାମତି କିମ୍ବା ପୁନଃ ନିର୍ମାଣର ନିହାତି ଆବଶ୍ୟକତା ରହିଛି । ଅନ୍ୟପକ୍ଷେ, ସେଠାରେ କରାଯାଉଥିବା ବିବାହ ଓ ନିର୍ବନ୍ଧ କାମ ପାଇଁ ମଧ୍ୟ ଅନେକ ସମୟରେ ପ୍ରଶାସନିକ କଟକଣା ଜାରି କରାଯାଉଛି । ମଠର ଉନ୍ନତୀ ପାଇଁ କାହାରି ଦୃଷ୍ଟି ପଡ଼ୁନଥିବା ଜଣାପଡ଼ିଛି । ଏହି ମଠର ଉନ୍ନତୀକରଣ କରାଯିବା ସହ ଏହାକୁ ପର‌୍ୟ୍ୟଟକଙ୍କ ପାଇଁ ଆକର୍ଷଣୀୟ କରାଯିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି । ପୈାର ପରିଷଦ, ଏଣ୍ଡୋମେଣ୍ଟ କମିଶନ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!