Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ରାଉନ ସୁଗାର ଜବତ; ଜଣେ ଗିରଫ

by ସଞ୍ଜୟ ସ୍ୱାଇଁ
March 8, 2021
in Crime, Nayagarh
ବ୍ରାଉନ ସୁଗାର ଜବତ; ଜଣେ ଗିରଫ
1.3k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଇଟାମାଟି ପୁଲିସକୁ ମିଳିଛି ବଡ଼ ସଫଳତା । ସୂଚନାନୁସାରେ, ଇଟାମାଟି ପୁଲିସ ସିନେମା ହଲ ଛକ ଠାରେ ପେଟ୍ରୋଲିଂ କରୁଥିବା ସମୟରେ ଇଟାମାଟି ପାଇକସାହିର ଧର୍ମେନ୍ଦ୍ର ସ୍ୱାଇଁ(ମଣ୍ଟୁ) ବୁଲେଟ ଗାଡ଼ି ନଂ(ଓଏଫଜି ୦୩୦୧)ରେ ବୋଲଗଡ଼ରୁ ନିଜ ଘରକୁ ଫେରୁଥିଲେ । ଇଟାମାଟି ସିନେମା ହଲ ଛକ ଠାରେ ପୁଲିସ ଅଟକାଇଥିଲେ ମଧ୍ୟ ଅମାନିଆ ହେବାରୁ ବାଇକ ଚାଳକ ଉପରେ ପୁଲିସର ସନ୍ଦେହ ବଢିଥିଲା । ଗାଡ଼ି ଓ ଗାଡ଼ି ଚାଳକକୁ ଯାଞ୍ଚ କରିବାରୁ ଯୁବକଙ୍କ ପକେଟରୁ ଏକ ବ୍ରାଉନସୁଗାର ଥିବା ପ୍ୟାକେଟ ପାଇଥିଲା । ତେବେ ପୁଲିସ ହାତରେ ବ୍ରାଉନ ସୁଗାର ପ୍ୟାକେଟ ଲାଗିଲା ବେଳେ ଅଭିଯୁକ୍ତ ଖସି ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଇଟାମାଟି ପୁଲିସ ହାବୁଡରୁ ଖସିପାରି ନଥିଲା । ପୁଲିସ ୬ଗ୍ରାମ ୩୫୦ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ବୁଲେଟ ଗାଡ଼ିକୁ ମଧ୍ୟ ଜବତ କରିଛି । ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୪୦ହଜାରରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି । ଥାନାରେ କେସ୍ ନଂ ୩୩/୨୧ରେ ଏକ ମାମଲା ଋଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଇଟାମାଟି ଥାନା ଅଧତକାରୀ ଦିପକ୍ କୁମାର ଖଣ୍ଡାୟତରାୟ ସୂଚନା ଦେଇଛନ୍ତି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!