Tuesday, April 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୂଅରୁ ମିଳିଲା ମା ଝିଅର ଶବ

by ସଞ୍ଜୟ ସ୍ୱାଇଁ
March 6, 2021
in Crime, State
କୂଅରୁ ମିଳିଲା ମା ଝିଅର ଶବ
635
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କାଉଡ଼ିଗୁଡା ଗାଁରେ ଦେଖାଦେଇଛି ଅଘଟଣ । କୂଅରେ ଭାସୁଥିବା ଦୁଃଖୀ ପରିବାରର ଦୁଇଟି ମୃତ ଶରୀର । ଖବର ପାଇଁ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ôଚ କୂଅରୁ ମୃତ ଶରୀର ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମିଳିଥିବା ସୂଚନାନୁସାରେ, ମାଲକାନଗିରି ଜିଲ୍ଲା ମାଥିଲିଥାନା ଅନ୍ତର୍ଗତ କାଉଡ଼ିଗୁଡା ଗାଁରେ ହରି କାଉଡ଼ି, ପତ୍ନୀ ମୋତି କାଉଡ଼ି ଓ ୪ବର୍ଷର ଝିଅ ରଜନୀ କାଉଡିକୁ ନେଇ ଛୋଟିଆ ପରିବାର ବସବାସ କରୁଥିଲେ । ତେବେ ଗତକାଲି ରାତିରେ ଏକ ବିବାହ ଭୋଜିରେ ଯୋଗ ଦେଇ ଆସି ଘରେ ଶୋଇଥିଲେ । ସକାଳ ପାଇଲା ବେଳେକୁ ୪ବର୍ଷର ଝିଅ ରଜନୀ ଓ ପତ୍ନୀ ମୋତି ନଥିଲେ । ମା ଝିଅଙ୍କୁ ଖୋଜା ଖୋଜି କଲେ, ଗାଁରେ ହୁରୀ ପଡିଗଲା । ଲୋକ ରୁଣ୍ଢ ହୋଇଗଲେ ତଥାପି ସୁରାଗ ମିଳିନଥିଲା ଉଭୟଙ୍କର । ତେବେ କୂଅ ପୋଖରୀ ଖୋଜାଖୋଜି କରିବା ପରେ ଏକ ପରିତ୍ୟକ୍ତା କୂଅରେ ଦୁଇଟି ଶବ ଭାସୁଥିବା ଦେଖି ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଆସି କୂଅରୁ ଦୁଇଟି ମୃତ ଶରୀର ଉଦ୍ଧାର କରିଥିଲା । ଯେଉଁ ମୃତ ଶରୀର ଦୁଇଟି ଉଦ୍ଧାର ହେଲା ସେ’ ଆଉ କାହାର ନୁହେଁ ଖୋଦ୍ ୪ବର୍ଷର ଝିଅ ରଜନୀ ଓ ମା ମୋତିର ବୋଲି ଜଣାପଡିଲା । କୂଅକୁ କେମିତା ଗଲା ଉଭୟଙ୍କ ଶରୀର । ଏହାର ଖବର ପାଇ ମାଥିଲି ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଦୁଇଟିକୁ ଯବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ନେଇ ମାଥିଲି ଥାନା ଅଧିକାରୀ ରଘୁନାଥ ମାଝି ସୂଚନା ଦେଇଛନ୍ତି । ଉଭୟଙ୍କ ମୃତ ଶରୀର ଦେଖି ଗାଁରେ ଶୋକାକୁଳ ପରିସ୍ଥିତି ଦେଖା ଦେଇଛି ।

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026
ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!