Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଦୁଇ କର୍ମଚାରୀଙ୍କୁ ନିଲମ୍ବନ ନିଷ୍ପତ୍ତି

by ସଞ୍ଜୟ ସ୍ୱାଇଁ
April 4, 2025
in Nayagarh, State
ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଦୁଇ କର୍ମଚାରୀଙ୍କୁ ନିଲମ୍ବନ ନିଷ୍ପତ୍ତି
704
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ବୈଠକରେ ଦୁଇ କର୍ମଚାରୀଙ୍କୁ ନିଲମ୍ବନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଭାପତି ରବୀନ୍ଦ୍ର ନାଥ ସାହୁଙ୍କ ଆହ୍ୱାନ କ୍ରମେ ଆଜି ପରିଚାଳନା ପରିଷଦ ବୈଠକ ସକାଳ ୧୧ ଘଟିକା ସମୟରେ ବସିଥିଲା । ସଭାପତି ବ୍ୟାଙ୍କ ମୁଖ୍ୟାଳୟ ଏଷ୍ଟାବ୍ଲିସମେଣ୍ଟ ସେସ୍କନରେ କାର୍ଯ୍ୟରତ ପରିଚାଳକ ସସ୍ମିତା ଦାଶ ଏବଂ ଅତିରିକ୍ତ ସାଧାରଣ ପରିଚାଳକ ମୃତ୍ୟୁଞ୍ଜୟ ବେହେରାଙ୍କୁ ସଭାବହି ଏବଂ ଅନ୍ୟାନ କାଗଜପତ୍ର ଉପସ୍ଥାପନ କରିବାକୁ ଚିଠି ମାଧ୍ୟମରେ ଅବଗତ କରିଥିଲେ । ଉଭୟ କର୍ମଚାରୀ ଚିଠିକୁ ଅଣଦେଖା କରିବା ସହ କୈାଣସି କାଗଜପତ୍ର ଏବଂ ସଭାବହି ଦେବାକୁ ରାଜି ହୋଇନଥିଲେ । ଯାହାକୁ ନେଇ ନୟାଗଡ଼ ଜିଲ୍ଲା ସମବାୟ ସମିତି ସମୂହ ଉପ ନିବନ୍ଧକ ଅନନ୍ତ ନାରାୟଣ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଉଭୟ କର୍ମଚାରୀଙ୍କୁ ଅବମାନନା କାରଣରୁ ନିଲମ୍ବନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଲଗାତର ଭାବେ ଡିସେମ୍ବର ମାସରୁ ଅଦ୍ୟାବଧି ଅନୁଷ୍ଠିତ ହେଉଥିବା ପରିଚାଳନା ପରିଷଦ ବୈଠକରେ ବ୍ୟାଙ୍କ ସମ୍ପାଦକ ଜାଣିଶୁଣି ଅନୁପସ୍ଥିତ ରହୁଥିବା ବ୍ୟାଙ୍କ ନିର୍ଦ୍ଦେଶକ ସନ୍ୟାସୀ ପ୍ରଧାନ ଦର୍ଶାଇବା ସହ ଡିଆରସିଏସ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜିଲ୍ଲାରେ ଆଖୁଚାଷ ହୋଇନଥିବା ବେଳେ ବ୍ୟାଙ୍କ ଓଏସ୍‌ସିବିରୁ ଋଣ ଆଣି ୫୨୪ କୋଟି ୫୮ ଲକ୍ଷ ଟଙ୍କା ଋଣ ଲଗାଣ କରିଛି । କେଉଁ ଭଳି ଭାବେ କାଗଜପତ୍ରରେ ଆଖୁଋଣ ଲଗାଣ କରାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବ୍ୟାଙ୍କ ଅବସ୍ଥା ଦିନକୁ ଦିନ ଦେବାଳିଆ ହୋଇ ଚାଲିଥିବା ଜଣାପଡ଼ିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!