Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ କରି କୋର୍ଟ ମ୍ଯାରେଜ କରିବା ପଡିଲା ମହଙ୍ଗା

by ସଞ୍ଜୟ ସ୍ୱାଇଁ
March 22, 2025
in Crime, State
ପ୍ରେମ କରି କୋର୍ଟ ମ୍ଯାରେଜ କରିବା ପଡିଲା ମହଙ୍ଗା
679
VIEWS
Share on FacebookShare on Twitter

ନୟାଗଡ, (ବାଘୁଆବାର୍ତ୍ତା): ପ୍ରେମ କରି କୋର୍ଟ ମ୍ଯାରେଜ କରିବା ପଡିଲା ମହଙ୍ଗା । ପତ୍ନୀଙ୍କ ଭାଇ ସାଙ୍ଗମାନଙ୍କ ସହ ମିଶି ଯୁବକଙ୍କୁ ଅପହରଣ କରି ଲହୁଲୁହାଣ କଲେ । ଖବର ପାଇ ଅପହରଣର ୧ ଘଣ୍ଟା ମଧ୍ୟରେ ଯୁବକଜଣକୁ ଉଦ୍ଧାର କଲା ଟାଉନ୍ ଥାନା ପୋଲିସ । ଯୁବକଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ୪ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ନୂଆଗାଁ ଥାନା ନିଳାଦ୍ରିପୁର ଗାଁର ଦିନବନ୍ଧୁ ସେଠୀ କେନ୍ଦୁପଲ୍ଲି ଗ୍ରାମର ଜଣେ ଯୁବତୀଙ୍କୁ ଭଲପାଇ ଗତ କିଛିବର୍ଷ ତଳେ କୋର୍ଟ ମ୍ଯାରେଜ୍ କରିଛନ୍ତି । ଯୁବତୀଜଣଙ୍କ ଏବେ ବି ଏସ୍ ଏଫ୍ ରେ କାର୍ଯ୍ଯରତ । ତେବେ ଦିନବନ୍ଧୁ ନିଚ ଜାତିର କହି ଏହି ବିବାହକୁ ଯୁବତୀଙ୍କ ଭାଇ ମାନସ ନାୟକ ବିରୋଧ କରିଆସୁଥିଲେ । ଏପରିକି ବିଭିନ୍ନ ସମୟରେ ମାନସ ଏଥିପାଇଁ ପୁଅ ସହ ଗଣ୍ଡଗୋଳ କରୁଥିଲେ ବୋଲି ଦିନବନ୍ଧୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମାନସ ପୁରୀରେ ପୋଲିସ ଡ୍ରାଇଭରଭାବେ କାର୍ଯ୍ଯ କରନ୍ତି । ଶୁକ୍ରବାର ଅପରାହ୍ନରେ ଦିନବନ୍ଧୁ ନୟାଗଡ ସହରର ପିଡବ୍ଲୁଡି ଲେନ୍ ଥିବା ବେଳେ ମାନସ ଏବଂ ତାର ୩ଜଣ ସାଙ୍ଗ ହଠାତ୍ ସେଠାକୁ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଏକ କାରରେ ଅପହରଣ କରିନେଇଥିଲେ । ଅପହର୍ତ୍ତାମାନେ ଦିନବନ୍ଧୁଙ୍କୁ ବିଭିନ୍ନ ସ୍ଥାନରେ ରଖି ପ୍ରବଳ ମାଡ ମାରିଥିଲେ । ଖବର ପାଇ ଟାଉନ୍ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ରାତିରେ ନବଘନପୁର ରାସ୍ତାରେ ଅପହର୍ତ୍ତା ୪ଜଣଙ୍କୁ ଧରିବା ସହ ଦିନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଦିନବନ୍ଧୁଙ୍କ ମୁହଁ , ହାତ ଏବଂ ଗୋଡରେ ଗଭିର ଆଘାତ ଲାଗିଥିବାରୁ ସେ ଏବେ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ପୋଲିସ ମାନସଙ୍କ ସମେତ ଲେଙ୍କୁଡିପଡା ଗ୍ରାମର ସୁରେନ୍ଦ୍ର ମହାନ୍ତି ଓ ସନ୍ତୋଷ ଦାସ ଏବଂ ରଘୁନାଥପୁର ଗ୍ରାମର ଅଜିତ୍ ବେହେରାକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଅପହରଣରେ ବ୍ଯବହୃତ କାରକୁ ଜବତ କରିଛି ପୋଲିସ । ପକେଟରେ ରଖିଥିବା ୩୨ହଜାର ଟଙ୍କା ଏବଂ ମୋବାଇଲ୍ ଅପହର୍ତ୍ତାମାନେ ନେଇଯାଇଥିବା ଦିନବନ୍ଧୁ ଅଭିଯୋଗ କରିଛନ୍ତି । ଯେଉଁମାନେ ପୁଅର ଏଭଳି ଅବସ୍ଥା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉବୋଲି ଦିନବନ୍ଧୁଙ୍କ ମା ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!