Thursday, September 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୁଇ ବର୍ଷ ପ୍ରେମ କଲେ, ଓଏଏସ ପାଇବା ପରେ ଯୁବତୀଙ୍କୁ ଠକିଦେଲେ

by ସଞ୍ଜୟ ସ୍ୱାଇଁ
March 20, 2025
in Crime, State
ଦୁଇ ବର୍ଷ ପ୍ରେମ କଲେ, ଓଏଏସ ପାଇବା ପରେ ଯୁବତୀଙ୍କୁ ଠକିଦେଲେ
236
VIEWS
Share on FacebookShare on Twitter

ଜଗତସିଂହପୁର, (ବାଘୁଆବାର୍ତ୍ତା): ଓଏଏସ ପାଇବା ପରେ ଠକିଦେଲେ ଓଏଏସ ଅଫିସର ବାବୁ । ଦୀର୍ଘ ବର୍ଷ ହେଲା ପ୍ରେମ କଲେ । ଲୁଚି ଛପି ବିବାହ କରିବା ସହ ଶାରୀରିକ ସମ୍ପର୍କ ରଖିଲେ । ଏପରିକି ତିନି ଥର ଜୋର ଜବରଦସ୍ତ ଗର୍ଭ ନଷ୍ଟ କରାଇଲେ । ହେଲେ ଦୁଇମାସ ତଳେ ଓଏଏସ ପାଇବା ପରେ ଚଳଚ୍ଚିତ୍ରର କାହାଣୀ ପରି ଆଉ ଯୁବତୀଙ୍କୁ ଗ୍ରହଣ କରୁନାହାନ୍ତି ଓଏଏସ ଅଫିସର ବାବୁ କିମ୍ବା ତାଙ୍କର ପରିବାର ଲୋକେ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା ସଦର ଥାନା ମାର୍କଣ୍ଡପୁର ଗାଁରେ । ପୀଡିତା ଜଣକ କେନ୍ଦୁଝର ଅଞ୍ଚଳର ଜଣେ ଆଦିବାସୀ ସମ୍ପ୍ରଦାୟର ଯୁବତୀ ହୋଇଥିବା ସହିତ ଓଏଏସ ବାବୁ ଜଣକ ମଧ୍ୟ ଜଣେ ଆଦିବାସୀ ସମ୍ପ୍ରଦାୟର । ଏ ବାବଦରେ ପିଡିତା ଜଗତସିଂହପୁର ସଦର ଥାନାରେ ଏତାଲା ଦେବାପରେ ପୋଲିସ ଏତାଲାକୁ ଗ୍ରହଣ କରି ପଞ୍ଜିକୃତ କରିଥିଲେ ମଧ୍ୟ କୌଣସି ତଦନ୍ତ ଆଗକୁ ନେଉନଥିବାର ପୀଡିତା ଅଭିଯୋଗ କରିଛନ୍ତି । ସେପଟେ ପୀଡିତାଙ୍କର ସାବତ ମାଆ ଓ ନିଶାସକ୍ତ ଅବସ୍ଥାରେ ରହୁଥିବା ବାପା ମଧ୍ୟ ତାଙ୍କୁ ବାପ ଘରେ ନିର୍ଯାତନା ଦେଉଥିବାରୁ ସେ ଏବେ ଅସହାୟ ହୋଇ ପଡିଛନ୍ତି । ଏହି ବାବଦରେ ଅଭିଯୁକ୍ତ ଯୁବକଙ୍କ ବାପା ପୀଡିତାଙ୍କ ଅଭିଯୋଗକୁ ଖଣ୍ଡନ କରିଥିବା ସହ ସେ ତାଙ୍କ ପୁଅ ନାରେ ମିଛ ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି । ଅଭିଯୁକ୍ତ ଓଏଏସ ଅଫିସର ବାବୁ ଜଣକ ହେଲେ ଜଗତସିଂହପୁର ମାର୍କଣ୍ଡପୁର ଅଂଚଳର ଗଣେଶ୍ବର ହାନ୍ସଦାଙ୍କ ପୁଅ ଆଲବର୍ଟ ହାନ୍ସଦା । ସେ ଦୁଇମାସ ତଳେ ନୂଆକରି ଓଏଏସ ପାଇବା ପରେ ଏବେ ମୟୂରଭଞ୍ଜରେ ତାଲିମ ନେଉଛନ୍ତି । ଏ ବାବଦରେ ଜଗତସିଂହପୁର ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ ଚାଲିଛି ବୋଲି ଆମକୁ ଟେଲିଫୋନ ମାଧ୍ୟମରେ କହିଛନ୍ତି । ଅଭିଯୁକ୍ତ ଯୁବକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । ରସିକିଆ ଥାନା ଅଧିକାରୀ ଓ ହୋମଗାର୍ଡଙ୍କ ଲଭ ସେକ୍ସ ଧୋକା ପରେ ଥାନାବାବୁ ଜେଲ୍ ଯିବା ଘଟଣା ଲୋକ ଲୋଚନରୁ ନଲିଭୁଣୁ ପୁଣି ରସିକିଆ ଓଏସ ବାବୁଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ସାରା ଜିଲାରେ ଆଲୋଡନ ସୃଷ୍ଟି କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!