Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୪୮ ଲକ୍ଷର ସୁନା ସହ ଲୁଟେରା ଗିରଫ

by ସଞ୍ଜୟ ସ୍ୱାଇଁ
March 10, 2025
in Crime, State
୪୮ ଲକ୍ଷର ସୁନା ସହ ଲୁଟେରା ଗିରଫ
48
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ଲୁଟ୍‌ କରିବାର ନୂଆ ଟ୍ରିକ୍‌ । ଯେଉଁ ସ୍ଥାନରେ କାମ କରୁଥିଲା ସେଠାରୁ ଲୁଟୁଥିଲା । ଲକ୍ଷେ କି ୨ ଲକ୍ଷ ନୁହେଁ ଏକାଥରକେ ୪୮ ଲକ୍ଷ ସୁନା । ଏମିତି ଜଣେ କୁଖ୍ୟାତ ସୁନା ଲୁଟେରାକୁ ବାନ୍ଧିଛି କଟକ ପୁରୀଘାଟ ଥାନା ପୋଲିସ । ଗିରଫ ଲୁଟେରା ଲାଲବାଗ ଅଞ୍ଚଳର ସତ୍ୟନାରାୟଣ ସାହୁ । ସେ ଦୀର୍ଘବର୍ଷ ଧରି ନୟାସଡକରେ ଥିବା ସୂରଜ ଜୁଏଲାରୀରେ କାମ କରୁଥିଲା । ସତ୍ୟନାରାୟଣ ପ୍ରତିଦିନ ସେ ସୁଯୋଗ ଦେଖି ଦୋକାନରୁ ଅଳ୍ପ ଅଳ୍ପ ସୁନା ନିଜ ପକେଟରେ ପୁରାଉଥିଲା । ଯାହା ଦୋକାନ ମାଲିକ ସୁକୁମାର ବୋଇତାଳ ଜାଣିପାରିନଥିଲେ । ହେଲେ ଚୋର ଘର କଣ ସବୁଦିନ ଅନ୍ଧାର ଥାଏ । ସତ୍ୟନାରାୟଣର କାରସାଦି ବାବଦରେ ସୁକୁମାରଙ୍କୁ ସୁରାକ ମିଳିଯାଇଥିଲା । ଏ ନେଇ ପ୍ରମାଣ ପାଇବା ପରେ ସେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଛାନଭିନ କରିବା ପରେ ସତ୍ୟନାରାୟଣଙ୍କ ଠାରୁ ୪୮ ଲକ୍ଷ ଟଙ୍କାର ସୁନା ଜବତ କରିଛି । ସତ୍ୟନାରାୟଣ ଅନେକ ଦିନରୁ ଏପରି ଚୋରି କରୁଥିବା ସ୍ବୀକାର କରିଛି । ପୋଲିସ ସୁନାକୁ ଜବତ କରିବା ସହ ସତ୍ୟନାରାୟଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ପ୍ରେସ୍‌ମିଟ୍‌ରେ ପୁରା ଘଟଣାର ପର୍ଦ୍ଦାଫାଶ କରିଛନ୍ତି କଟକ ଡିସିପି ରିଶିକେଶ ଦାନଦେଓ ଖିଲରୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!