Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ

by ସଞ୍ଜୟ ସ୍ୱାଇଁ
March 5, 2025
in NATIONAL NEWS
ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଲେ ଲକ୍ଷ୍ନୌ କୋର୍ଟ
114
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ଅଦାଲତ ବୀର ସାବରକରଙ୍କ ଉପରେ ଟିପ୍ପଣୀକୁ ନେଇ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ୨୦୦ ଟଙ୍କା ଜରିମାନା ଲଗାଇଛନ୍ତି । ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ କୋର୍ଟ ଲଗାତାର ଶୁଣାଣିରେ ଗାଏବ ରହିବା କାରଣରୁ ରାହୁଲ ଗାନ୍ଧୀଙ୍କ ଉପରେ ଜରିମାନା ଲଗାଇଛନ୍ତି । ଏହାସହ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଚେତାବନୀ ଦେଇଛନ୍ତି ଯେ ୨୦୨୫ ଏପ୍ରିଲ୍ ୧୪ରେ ରାହୁଲ ଗାନ୍ଧୀଙ୍କୁ ଯେକୌଣସି ପରିସ୍ଥିତିରେ ଉପସ୍ଥିତ ରହିବାକୁ ପଡ଼ିବ । ଯଦି ଏହି ତାରିଖରେ ସେ ଉପସ୍ଥିତ ନହୁଅନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହୋଇପାରେ । ଆଇନଜୀବୀ ନୃପେନ୍ଦ୍ର ପାଣ୍ଡେୟ ୨୦୨୨ରେ ଧାରା ୧୫୬ (୩) ଦଣ୍ଡ ପ୍ରକ୍ରିୟା ସଂହିତା (ସିଆରପିଏଫ୍) ଅଧିନରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏତଲା ଦେଇଥିଲେ । ଅଭିଯୋଗ ଉପରେ ଶୁଣାଣି କରି କୋର୍ଟ ରାହୁଲ ଗାନ୍ଧୀଙ୍କୁ ସମନ ଜାରି ହାଜର ହେବାକୁ କହିଥିଲେ । ଓକିଲ ନୃପେନ୍ଦ୍ର ପାଣ୍ଡେୟ ଅଭିଯୋଗ କରିଥିଲେ ଯେ ରାହୁଲ ଗାନ୍ଧୀ ୨୦୨୨ ଡିସେମ୍ୱର ୧୭ରେ ମହାରାଷ୍ଟ୍ରର ଓକୋଲାରେ ଏକ ସାମ୍ୱାଦିକ ସମ୍ମିଳନୀ ବେଳେ ବୀର ସାବରକରଙ୍କୁ ଇଂରେଜଙ୍କ ଚାକର ଓ ପେନ୍‌ସେନ୍ ନେଇଥିବା ବ୍ୟକ୍ତି ବୋଲି କରିଥିଲେ । ଆଇନଜୀବୀ କହିଥିଲେ ଯେ ଏହି ବୟାନ ସମାଜରେ ବିଦ୍ୱେଷ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦିଆଯାଇଛି । ସେ କହିଛନ୍ତି ଯେ କୋର୍ଟ ତାଙ୍କର ବୟାନ ଓ ସାକ୍ଷୀଙ୍କ ବୟାନକୁ ଗମ୍ଭୀରତାର ସହ ନେଇଥିଲେ । ସମସ୍ତ ସାକ୍ଷ୍ୟର ଅନୁଧ୍ୟାନ କରି କୋର୍ଟ ଜାଣିବାକୁ ପାଇଥିଲେ ଯେ ରାହୁଲ ଗାନ୍ଧୀଙ୍କ ବୟାନ ସମାଜରେ ଘୃଣା ସୃଷ୍ଟିକାରୀ ଥିଲା, ଯାହା ଭାରତୀୟ ଦଣ୍ଡ ସଂହିତାର ଧାରା ୧୫୩ (ଏ) ଓ ୫୦୫ ଅଧିନରେ ଦଣ୍ଡନୀୟ ଅପରାଧ ଅଟେ । ୨୦୨୩ ଅକ୍ଟୋବର ୧ରେ ଆବେଦନକାରୀ ନୃପେନ୍ଦ୍ର ପାଣ୍ଡେୟ ଏମ୍‌ପି/ଏମ୍‌ଏଲ୍‌ଏର ସ୍ୱତନ୍ତ୍ର ଏସିଜେଏମ୍ ଅମ୍ୱରୀଷ କୁମାର ଶ୍ରୀବାସ୍ତବଙ୍କ କୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିବା ଦାବିକୁ ଅନୁମତି ଦେଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁପସ୍ଥିତିରେ କୋର୍ଟ ୨୦୦ ଟଙ୍କା ଜରିମାନା ଲଗାଇ ପରବର୍ତ୍ତୀ ଶୁଣାଣି ତାରିଖରେ ହାଜର ହେବା ପାଇଁ କହିଛନ୍ତି । କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ତିଥିରେ ବି ରାହୁଲ ଗାନ୍ଧୀ ବ୍ୟକ୍ତିଗତ ରୂପେ ହାଜର ନହୁଅନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!