Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ

by ସଞ୍ଜୟ ସ୍ୱାଇଁ
February 25, 2025
in Nayagarh, State
ନୟାଗଡ଼ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ
357
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ଆଜି ବ୍ଲକ କନଫେନ୍‌ସ ହଲରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି ଅଧିବେଶନରେ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବିଡିଓ ଏøଶ୍ୱର୍ଯ୍ୟା ଭୂୟାଁ ଓ ସାଂସଦଙ୍କ ପ୍ରତିନିଧି ପ୍ରଦୀପ୍ତ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ବିଡିଓ ଆଜି ବୈଠକର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ । ପୂର୍ବ ବୈଠକରେ ହୋଇଥିବା ନିଷ୍ପତିକୁ ଦୃଢ଼ିକରଣ କରାଯାଇଥିଲା ।

ଆଜି ଅନେକ ବିଭାଗର ଅଧିକାରୀ ମାନେ ଯୋଗ ଦେଇନଥିବାରୁ ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଯେଉଁ ବିଭାଗର ଅଧିକାରୀ ମାନେ ଆସୁ ନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯାଉ ବୋଲି ପ୍ରସ୍ତାବ ରଖିଥିଲେ । ମୁଖ୍ୟତଃ ଆଜି ବିକାଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଉପରେ ଅଧୀକ ଫୋକସ କରାଯାଇଥିଲା । ଠିକ ସମୟରେ ପଞ୍ଚାୟତ ସ୍ତରରୁ ପାଞ୍ଚ ବର୍ଷିଆ ଯୋଜନା କରି ପଠାଇବା ପାଇଁ ଆଲୋଚନା କରାଯାଇଥିଲା । ଏଥି ସହିତ କୃଷି, ବିଜ୍ଞାନ କୃଷି, ଜଙ୍ଗଲ ଓ ପରିବେଶ, ମେଗା ପାନୀୟ ଜଳ ଓ ମନରେଗା ଉପରେ ଆଲୋଚନା କରାଯାଇଥିଲା ।

ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ ବର୍ଦ୍ଧିତ ଭତ୍ତାକୁ ନେଇ ତୁମ୍ବି ତୋଫାନ କରିଥିଲେ । ଭତ୍ତା ବିଭାଗର କର୍ମଚାରୀ ମାନେ ଚଞ୍ଚକତା କରୁଥିବା ଅଭିଯୋଗ କରିଥିଲେ । ପ୍ରକୃତ ହିତାଧିକାରୀ ମାନେ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ କରିଥିଲେ । ନୂତନ ବିଡିଓ ପାଞ୍ଚ ଦିନ ମଧ୍ୟରେ ତଦନ୍ତ କରି ଜଣାଇବେ ବୋଲି ପ୍ରତିଶୃତି ଦେବାରୁ ଏହି ତୁମ୍ବି ତୋଫାନ ବନ୍ଦ ରହିଥିଲା । ଆଜିର ଏହି ବୈଠକରେ ସହକାରୀ ଯନ୍ତ୍ରୀ ଚନ୍ଦ୍ର ଶେଖର ସାମନ୍ତରାୟ, ସନ୍ତୋଷ କୁମାର ମଲ୍ଲୀକ, ଏପିଓ ମିଟନ ମହାପାତ୍ର, ଜିପିଓ ତୁଷାରକାନ୍ତ ନାୟକ, ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!