Monday, September 14, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚିନି ଶିଳ୍ପରୁ ଯନ୍ତ୍ରାଂଶ ଚୋରୀ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
February 15, 2025
in Crime, Nayagarh, State
ଚିନି ଶିଳ୍ପରୁ ଯନ୍ତ୍ରାଂଶ ଚୋରୀ, ୨ ଗିରଫ
403
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପାଣିପୋଇଲାଠାରେ ବନ୍ଦ ପଡ଼ିଥିବା ଚିନିଶିଳ୍ପରୁ ବାରମ୍ବାର ଚୋରୀ ହେଉଛି । ଚିନିଶିଳ୍ପର ୯୦ ପ୍ରତିଶତ ଯନ୍ତ୍ରାଂଶ ଏବଂ ଲୁହା ସାମଗ୍ରୀକୁ ଗ୍ୟାସ କଟର ମାଧ୍ୟମରେ କାଟି ଲୁଟ କରାଯାଉଛି । ଗତକାଲି ରାତିରେ ନୟାଗଡ଼ ସଦରଥାନା ପୁଲିସ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ଶରଧାପୁର ଗାଁର ଗଙ୍ଗାଧର ନାୟକ ଏବଂ ସଦରଥାନା ଖେଡ଼ପଡ଼ା ଗ୍ରାମର ଅଭିମନ୍ୟୁ କହଁର । ଚିନିଶିଳ୍ପରୁ ଏମାନେ ଦୀର୍ଘଦିନ ଧରି ଗ୍ୟାସ କଟର ମାଧ୍ୟମରେ ଲୁହା କାଟି ଗାଡ଼ି ଲଗାଇ କବାଡ଼ିଆରେ ବିକ୍ରି କରୁଥିଲେ । ଗତକାଲି ରାତିରେ ପୁଲିସ ବିଶେଷ ସୁତ୍ରରୁ ଖବରପାଇବା ପରେ ସଦରଥାନା ଅଧିକାରୀ ବିଜୟା ସାହୁଙ୍କ ନିର୍ଦ୍ଦେଶରେ ପୁଲିସ ଟିମ୍ ଚଢ଼ାଉ କରିଥିଲା । ଏହି ଚଢ଼ାଉ ବେଳେ ପୁଲିସ ଲୁହା ବୋଝେଇ ଟାଟା ଏସି ଗାଡ଼ି, ଗ୍ୟାସ କଟର ଏବଂ ଅନ୍ୟାନ ଯନ୍ତ୍ରାଂଶ ଜବତ କରିଛି । ଏହା ସହିତ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ସୂଚନା ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!